ଋଷ ସମ୍ପର୍କିତ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ଅସୁଖି କିନ୍ତୁ ନିଜ ପଟକୁ ଆଣିବାକୁ ଉଦ୍ୟମ ଜାରି

Above Post Content

ମାସାଧିକ ସମୟ ଧରି ଜାରିଥିବା ଋଷ ଓ ୟୁକ୍ରେନ୍ ଯୁଦ୍ଧ ଦୁନିଆକୁ ବ୍ୟସ୍ତ ବିବ୍ରତ କରିଥିବା ବେଳେ ଆମେରିକାର ଚିନ୍ତା ଭାରତକୁ ନେଇଭାରତ ଓ ଋଷର ସମ୍ପର୍କ ଆମେରିକାକୁ ଚିନ୍ତାରେ ପକାଇଛି । ଭାରତ ଯେଉଁଭଳି ଭାବେ ଋଷକୁ ନେଇ ନିରବତା ଅବଲମ୍ବନ କରୁଛି ତାହା ୱାସିଂଟନକୁ ବିବ୍ରତ କରୁଛି । ଆଉ ଆମେରିକା ଏହାକୁ ଖୋଲାଖୋଲି ସ୍ୱୀକାର ମଧ୍ୟ କରିଛି । ଋଷ ପ୍ରତି ଭାରତର ନିରବ ସମର୍ଥନକୁ ନେଇ ଆମେରିକା ଅସୁଖି ଥିଲେ ମଧ୍ୟ ଆଶା କରୁଛି ଯେ, ଡେରିରେ ହେଉ ପଛେ ଏହା ଭାରତକୁ ନିଜ ପଟକୁ ଆଣିବାରେ ସଫଳ ହେବ । ହ୍ୱାଇଟ୍ ହାଉସ ସିକ୍ୟୁରିଟି କାଉନସିଲିଂରେ ଇଣ୍ଡୋ ପେସିଫିକ୍ ନିର୍ଦ୍ଦେଶକ ରୈପ୍ ହୁପର କହିଛନ୍ତି ଯେ, ଆମେ ଭାରତକୁ ନିଜ ପକ୍ଷକୁ ଆଣିବା ପାଇଁ ଉଦ୍ୟମ କରୁଛୁ ।

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଆଭିମୁଖ୍ୟ

After 2nd paragraph post ads

ୟୁକ୍ରେନ ଆକ୍ରମଣକୁ ନେଇ ଋଷ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଆସିଥିବା ନିନ୍ଦାପ୍ରସ୍ତାବ ଉପରେ ଭୋଟିଂ କାଳରେ ଭାରତ ଅନୁପସ୍ଥିତ ଥିଲା । ଭାରତ ସହିତ ଚୀନ୍ ଓ ମିଳିତ ଆରବ ଏମିରତ୍ ମଧ୍ୟ ଭୋଟିଂ କାଳରେ ଅନୁପସ୍ଥିତ ଥିଲେଭାରତର ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୁଙ୍ଗଳା କହିଥିଲେ ଯେ, ଆମେ ଜାତିସଂଘରେ ସାବଧାନତା ପୂର୍ବକ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରୁ ଯାହା ବିଚାର ଉପରେ ଆଧାରିତ ହୋଇଥାଏ । ଆମେ ନିନ୍ଦା ପ୍ରସ୍ତାବ ଉପରେ ବିଚାର ନିଶ୍ଚିତ କରିବୁ କିନ୍ତୁ ନିଜ ହିତକୁ ଦେଖି ନିଷ୍ପତି ନେବୁ ।

Middle post content

ଭାରତକୁ ନିଜ ପଟକୁ ଆଣିବାକୁ ଉଦ୍ୟମ କରୁଛି ବାଇଡେନ୍ ପ୍ରଶାସନ

ଭାରତକୁ ନିଜ ପକ୍ଷକୁ ଆଣିବାକୁ ବାଇଡେନ୍ ପ୍ରଶାସନ ଉଦ୍ୟମ କରୁଛି । ଗତ ସପ୍ତାହରେ ବାଇଡେନ୍ ପ୍ରଶାସନର ବରିଷ୍ଠ କୂଟନୀତିଜ୍ଞ ଭିକ୍ଟୋରିଆ ନୁଲେଣ୍ଡ୍ ବୈଦେଶିକ ସଚିବ ହର୍ଷବର୍ଦ୍ଧନଙ୍କୁ ସାକ୍ଷାତ କରିଥିଲେ । ଦୁଇ ଜଣଙ୍କ ମଧ୍ୟରେ ୟୁକ୍ରେନ୍ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ଜାତିସଂଘରେ ଭାରତର ଆଭିମୁଖ୍ୟକୁ ନେଇ ଚିନ୍ତାରେ ଥିବା ଆମେରିକା ଭାରତକୁ ମନାଇବା ପାଇଁ ଉଦ୍ୟମ କରି ଆସୁଛି ।

ଭାରତ-ଋଷ ପ୍ରତିରକ୍ଷା ସମ୍ପର୍କ ବଡ଼ କାରଣ

ଭାରତ ସାମରିକ ଉପକରଣ ପାଇଁ ଋଷ ଉପରେ ନିର୍ଭରଶୀଳ । ଭାରତ ବିଦେଶରୁ ଆମଦାନୀ କରୁଥିବା ଅସ୍ତ୍ରଶସ୍ତ୍ର ମଧ୍ୟରୁ ୮୫ ପ୍ରତିଶତ ଋଷରୁ ଆସିଥାଏ । ଏଭଳି ପରିସ୍ଥିତିରେ ଭାରତ ପକ୍ଷରେ ଋଷକୁ ବିରୋଧ କରିବା ସମ୍ଭବ ନୁହେଁ । ଯାହାକୁ ଆମେରିକା ମଧ୍ୟ ବୁଝୁଛି । ତେଣୁ ଆମେରିକା ଭାରତକୁ ଅସ୍ତ୍ର ଯୋଗାଇବା ଅଫର ଦେଉଛି । ଆମେରିକା ଭାରତକୁ ସବୁ ପ୍ରକାର ଅସ୍ତ୍ର ଓ ଉପକରଣ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି । ଆମେରିକା ଭାରତକୁ କେଉଁଭଳି ଭାବେ ନିଜ ପଟେ ଚାହୁଁଛି ତାହା ଏଇଥିରୁ ଅନୁମାନିତ ଯେ, ଋଷ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ମଧ୍ୟ ଭାରତ ଶସ୍ତା ଦରରେ ଋଷଠାରୁ ତୈଳ ଆମଦାନୀ କରୁଛି କିନ୍ତୁ ଆମେରିକା ଭାରତ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ମନା କରିଦେଇଛି । ଭାରତ ଉପରେ ପ୍ରତିବନ୍ଧକ ଲଗାଇ ଭାରତକୁ ପ୍ରତିକ୍ରିୟାଶୀଳ କରିବାକୁ ଆମେରିକା ଚାହୁଁନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami