ହତ୍ୟାକାରୀ ରୋବଟ: ଇରାନୀ ବୈଜ୍ଞାନିକ ଫଖରିଜାଦେଙ୍କ ହତ୍ୟା ଷଡ଼ଯନ୍ତ୍ରରୁ ବୁଝନ୍ତୁ କେମିତି ରୋବଟ୍ ମଧ୍ୟ କରିପାରେ ହତ୍ୟା

Above Post Content

୧୬ ଶହ କିଲୋମିଟର ଦୂରରୁ ଟ୍ରିଗର ଦବା ଗଲା ବନ୍ଧୁକ ନିଜେ ହିଁ ଟାର୍ଗେଟକୁ ଖୋଜିଲା ଓ ୧୫ ରାଉଣ୍ଡ୍ ଗୁଳି ମାରି ଟାର୍ଗେଟକୁ ଖତମ ମଧ୍ୟ କରିଦେଲା । ପାଖରେ ବସିଥିବା ବ୍ୟକ୍ତିଙ୍କଠାରେ କିନ୍ତୁ ଗୋଟିଏ ବି ଗୁଳି ବାଜିଲା ନାହିଁ । ଆପଣ ଭାବୁଥିବେ ଯେ, ଜଣେ ହତ୍ୟାକାରୀ ଭଳି ଗୋଟିଏ ରୋବଟ୍ କ’ଣ କାହାରିକି ୧୬ ଶହ କିଲୋମିଟର ଦୂରରୁ ମାରିପାରେ ? ଇରାନୀ ବୈଜ୍ଞାନିକ ମୋହସିନ୍ ଫକରିଜାଦେଙ୍କ ହତ୍ୟାକାଣ୍ଡକୁ ନେଇ ହୋଇଥିବା ରହସ୍ୟୋଦଘାଟନ ସମସ୍ତଙ୍କୁ ଚକିତ କରିଦେଇଛି । ଗତବର୍ଷ ନଭେମ୍ବର ମାସରେ ଫଖରିଜାଦେଙ୍କୁ ଇରାନ ରାଜଧାନୀ ତେହରାନର ଏକ ବ୍ୟସ୍ତବହୁଳ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା । ଇସ୍ରାଏଲି ଗୋଇନ୍ଦା ଏଜେନ୍ସି ମୋସାଦ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକନିକ୍ ବ୍ୟବହାର କରି ରୋବଟ୍ ଜରିଆରେ ଏହି ହତ୍ୟାକାଣ୍ଡ କରିଥିଲା ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଯେଉଁଠାରେ ବୈଜ୍ଞାନିକଙ୍କ ହତ୍ୟା ହୋଇଥିଲା ସେଠାରୁ ୧ ହଜାର ମାଇଲ ଦୂରରୁ ଗନକୁ ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ଅପରେଟ୍ କରାଯାଇଥିଲା । ଏହି 7.62MM FN MAG ମେସିନ୍ ଗନରେ ଆର୍ଟିଫିସିଆଲ ରିକଗନାଜେସନ୍ ସଫଟୱେୟାର ଲୋଡ୍ କରାଯାଇଥିଲା । ଯାହା ଜରିଆରେ ବୈଜ୍ଞାନିକଙ୍କୁ ଦେଖିବା ମାତ୍ରେ ବନ୍ଧୁକରୁ ଗୁଳି ବାହାରିବା ଆରମ୍ଭ ହୋଇଥିଲା । ଏହାର ଆର୍ଟିଫିସିଆଲ ଫେସ୍ ରିକଗନାଇଜେସନ୍ ସଫଟୱେୟାର ବୈଜ୍ଞାନିକଙ୍କ ଚେହେରା ଦେଖି ତାଙ୍କୁ ହିଁ ଟାର୍ଗେଟ୍ କରିଥିଲା । ତାଙ୍କ ପାଖରେ ବସିଥିବା ତାଙ୍କ ପତ୍ନୀଙ୍କୁ ଗୋଟିଏ ମଧ୍ୟ ଗୁଳି ଲାଗିନଥିଲା । ବନ୍ଧୁକରୁ ମୋଟ ୧୫ ଗୁଳି ମରାଯାଇଥିଲାଯେଉଁ ଟ୍ରକରେ ବନ୍ଧୁକ ରଖା ଯାଇଥିଲା ସେଥିରେ ବିସ୍ଫୋରକ ଭର୍ତ୍ତି ହୋଇଥିଲା । ଯେମିତି ମିଶନ ଶେଷ ହେବା ପରେ ବିସ୍ଫୋରଣ ଦ୍ୱାରା ଟ୍ରକକୁ ଉଡାଇ ଦିଆଯିବ ।

After 2nd paragraph post ads
Middle post content

ଇରାନ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମର ପିତା କୁହାଯାଉଥିବା ଫଖରିଜାଦେଙ୍କ ହତ୍ୟାର ଯୋଜନା ଅନେକ ଦିନ ଧରି ମୋସାଦ କରୁଥିଲା । ୨୦୧୯ ମସିହାରେ ମୋସାଦ ଏହି ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲା । ଇସ୍ରାଏଲ ଫଖରିଜାଦେଙ୍କ ହତ୍ୟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ହିଁ ସାରିବାକୁ ଚାହୁଁଥିଲା । ସୂଚନାଯୋଗ୍ୟ ଯେ, ଫଖରିଜାଦେ ଗତ ବର୍ଷ ନଭେମ୍ବର ମାସରେ ତେହରାନର ଉପନଗରୀୟ କ୍ଷେତ୍ରରେ ଗାଡିରେ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ଗାଡି ଟ୍ରାଫିକରେ ଅଟକି ଥିବା ବେଳେ ହମଲା ହୋଇଥିଲା ।

କ’ଣ ପାଇଁ ରୋବଟିଂ ଅସ୍ତ୍ରକୁ ହେଉଛି ବିରୋଧ

ରୋବଟିକ ଅସ୍ତ୍ରରେ ଖର୍ଚ୍ଚ କମ ପଡିଥାଏ । କିନ୍ତୁ ଏହାକୁ ସହଜରେ ହାକର ହ୍ୟାକ୍ କରିପାରିବେ । ଏହାକୁ ଯେକେହି ହ୍ୟାକ୍ କରି ନରସଂହାର କରିପାରେମେସିନର କୌଣସି ଭାବନା ନଥିବାରୁ ଏହା କେତେବେଳେ କ’ଣ କରିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସମାଲୋଚକ କୁହନ୍ତି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami