ତିବ୍ବତର ଯୁବକଙ୍କୁ ବଳପୂର୍ବକ ସେନାରେ ଭର୍ତ୍ତି କରୁଛି ଚୀନ୍

Above Post Content

ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ତିଆରି କରିବାର ସ୍ୱପ୍ନ ଦେଖୁଥିବା ଚୀନ୍ ଏବେ ଏଥିପାଇଁ ନିଜ ନାଗରିକଙ୍କ ଉପରେ ଅତ୍ୟାଚାର କରିବାକୁ ପଛାଉ ନାହିଁ । ଡ୍ରାଗନ ଏବେ ତିବ୍ବତର ନାଗରିକଙ୍କୁ ବଳପୂର୍ବକ ସେନାରେ ସାମିଲ କରୁଛିକମ୍ୟୁନିଷ୍ଟ ସରକାର ଏବେ ନୂଆ ଫର୍ମାନ ଜାରି କରିଛି । ଏହି ଫର୍ମାନ ଅନୁସାରେ ପ୍ରତିଘରୁ ଜଣେ ସେନାରେ ସାମିଲ ହେବାକୁ ବାଧ୍ୟ । ଏକ ଗୁପ୍ତ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

୧୮ରୁ ୪୦ ବର୍ଷ ବୟସ୍କ ସେନାରେ ଯୋଗ ଦେବେ

After 2nd paragraph post ads

ଭାରତ ସହିତ ଲାଗିଥିବା ସୀମାରେ ରହୁଥିବା ସବୁ ତିବ୍ବତୀୟ ପରିବାରର ଯେଉଁ ବ୍ୟକ୍ତିଙ୍କ ବୟସ ୧୮ରୁ ୪୦ ଭିତରେ ହୋଇଥିବ ସେମାନେ ଚୀନ୍ ମିଲିଶିଆରେ ଯୋଗ ଦେବାକୁ ବାଧ୍ୟତାମୁଳକ କରାଯାଇଛି । ଚୀନରେ ଆଗରୁ ନିୟମ ଥିଲା ଯେ, ୧୮ରୁ ଅଧିକ ବୟସ୍କ ସମସ୍ତେ ସାମରିକ ସେବା ପାଇଁ ନିଜକୁ ପଂଜିକୃତ କରିବେ । କିନ୍ତୁ ସେନାରେ ସାମିଲ ହେବା ବାଧ୍ୟତାମୁଳକ ନଥିଲା । ତେବେ ଏବେ ଚୀନ ସେନାରେ ସାମିଲ ହେବାକୁ ବାଧ୍ୟତାମୁଳକ କରିଦେଇଛି । ଏହା କେବଳ ଚୀନ ନାଗରିକଙ୍କ ପାଇଁ ନୁହେଁ ତିବ୍ବତର ନାଗରିକଙ୍କ ପାଇଁ ମଧ୍ୟ ।

ଡୋକଲାମରେ ଚାଲିଛି ବଳପୂର୍ବକ ଭର୍ତ୍ତି

Middle post content

ତେବେ ବର୍ତ୍ତମାନ ଡୋକଲାମ ନିକଟରେ ଥିବା ଚୁମ୍ବି ଭ୍ୟାଲିରେ ବଳପୂର୍ବକ ସେନାରେ ତିବତ୍ତୀୟ ନାଗରିକଙ୍କୁ ଭର୍ତ୍ତି କରିବା ଚାଲିଛି । ବର୍ତ୍ତମାନ ମୋଟ ୪ଶହ ସୈନିକଙ୍କୁ ସାମିଲ କରିବା ଟାର୍ଗେଟ୍ ରହିଛି । ଏହି ସମସ୍ତ ଯୁବକଙ୍କୁ ପରେ ଲାସା ନିକଟରେ ଟ୍ରେନିଂ ଦିଆଯିବ ।

ଭାରତ ସୀମାରେ ମୁତ୍ତୟନ ହେବେ ଏହି ସୈନିକ

ଟ୍ରେନିଂ ପରେ ଏହି ସୈନିକଙ୍କୁ ଭାରତ ସୀମାରେ ମୁତ୍ତୟନ କରାଯିବ । ଏହା ପୂର୍ବରୁ ଦୁଇ ଶହ ସୈନିକଙ୍କ ଦୁଇଟି ବ୍ୟାଚ୍ ତିଆରି ହୋଇଛି । ଏହି ଦୁଇ ଶହ ସୈନିକଙ୍କୁ ଟ୍ରେନିଂ ପରେ ଭାରତ ସୀମାରେ ମୁତ୍ତୟନ କରାଯାଇଥିବା କୁହାଯାଉଛି । ଏହି ସୈନିକଙ୍କ ଦ୍ୱାରା ସୀମାରୁ ଗୁଇନ୍ଦା ତଥ୍ୟ ହାସଲ କରିବା ଚୀନର ଲକ୍ଷ୍ୟ । ଏହି ସୈନିକଙ୍କ ମୁତ୍ତୟନ ସେହି ଅଂଚଳରେ କରାଯିବ ଯେଉଁଠି ବ୍ୟବସାୟ ହୋଇଥାଏ ।

ଚୀନ୍ ଗୋଟିଏ ସ୍ପେଶାଲ ଚିବ୍ବତ ଆର୍ମି ୟୁନିଟ୍ପ ତିଆରି କରି ସାରିଛି । ଯାହାର ନାମ ହେଉଛି ମିମାଙ୍ଗ୍ ଚେଟାନ । ତିବ୍ବତି ଭାଷାରେ ଏହାର ଅର୍ଥ ହେଉଛି ଜନସାଧାରଣଙ୍କ ପାଇଁ । ଯେଉଁ ବ୍ୟାଚର ଟ୍ରେନିଂ ପୁରା ହୋଇଛି ସେମାନଙ୍କୁ ୟେତୁଙ୍ଗ, ଚୀମା, ରିନଚେଙ୍ଗାଙ୍ଗ, ପିବି ଥାଙ୍ଗ ଓ ଫାରିରେ ମୁତ୍ତୟନ କରାଯାଇଥିବା ଶୁଣିବାକୁ ମିଳୁଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami