ଗହୀରମଥା ଓ ଧାମରାରେ ମାଛଧରା ଉପରେ କଟକଣା

Above Post Content

ରାଜନଗର : ଆସିଲେଣି ଅତିଥି ବିରଳ ପ୍ରଜାତିର କଇଁଛ ଅଲିଭ୍ ରିଡ଼େଲ୍ । ସେମାନଙ୍କ ଆଗମନ ପାଇଁ ଧାମରାରୁ ଦେବୀ ମୁହାଣ ଓ ଗହୀରମଥାରେ ମାଛଧରା ଉପରେ କଟକଣା ଜାରି କରାଯାଇଛି । ନଭେମ୍ବର ପହିଲାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ, ଦୀର୍ଘ ୭ ମାସ ଧରି ଏହି କଟକଣା ଲାଗୁ ହେବ । ୧୪୩୭ ବର୍ଗକି.ମି ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଧାମରା ମୁହାଣରୁ ଦେବୀ ମୁହାଣ ୧୬୦ କି.ମି ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ବୋଟ୍ ଓ ଟ୍ରଲର ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

୧୪ଟି ସ୍ଥାନରେ ହେବ କଇଁଛ ସୁରକ୍ଷା ଶିବିର

After 2nd paragraph post ads
Middle post content

ଏହି ବିରଳ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସ୍ ଓ ୧୪ଟି ସ୍ଥାନରେ କଇଁଛ ସୁରକ୍ଷା ଶିବିର ସ୍ଥାପନ କରାଯିବ । ଏହି ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରିବେ ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଲିଭ୍‌-ରିଡଲେଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ । ଏହି ପ୍ରଜାତିର ଲକ୍ଷ ଲକ୍ଷ କଇଁଛ ଗହୀରମଥାର ଜଳରାଶିରେ ପାଦ ଥାପିଥାନ୍ତି । ଏହିଠାରେ ମିଳନ ଋତୁ ପରେ ଅଣ୍ଡା ଦେଇ ଫେରି ଯାଆନ୍ତି ।

ଟ୍ରଲର, ବୋଟ ଚଳାଚଳରେ କଟକଣା

ଅଣ୍ଡାରୁ ବାହାରୁଥିବା ଛୁଆ ମଧ୍ୟ ସମୁଦ୍ରରେ ବିଲୀନ ହୋଇଯାଆନ୍ତି । ତେଣୁ ଆଗନ୍ତୁକ ଅତିଥିଙ୍କ ସୁରକ୍ଷା ଓ ନିରାପଦ ପ୍ରଜନନ ପ୍ରକ୍ରିୟାକୁ ଆଖି ଆଗରେ ରଖି ପ୍ରତିବର୍ଷ ବନବିଭାଗ ପକ୍ଷରୁ ବ୍ୟାପକ କଟକଣା ଜାରି କରାଯାଇଥାଏ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଥିବା ବେଳେ କଇଁଛର ଅଣ୍ଡାଦାନ ଋତୁ ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦କିମି ଯାଏ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍‌, ଭୁଟୁଭୁଟି ଚଳାଚଳ ବନ୍ଦ ସହ ମାଛଧରା ଉପରେ କଟକଣା ଜାରି କରାଯାଇଥାଏ ।
ଉଲ୍ଲେଖଯୋଗ୍ୟ, ୧୯୭୪ରେ ଆମେରିକାର ବିଶିଷ୍ଟ ପ୍ରାଣୀବିଜ୍ଞାନୀ ଡ. ଏଚ୍‌.ଆର. ବଷ୍ଟାର୍ଡ ଭିତରକନିକାର ବଉଳା କୁମ୍ଭୀରଙ୍କ ଉପରେ ଗବେଷଣା କରିବାକୁ ଆସିଥିବା ବେଳେ ଗହୀରମଥାର ଏହି ବିରଳ କଇଁଛ ସମାଗମସ୍ଥଳ ଦେଖି ଏହା ଅଲିଭ୍‌ରିଡ୍‌ଲେ ପ୍ରଜାତିର ବୋଲି ଚିହ୍ନଟ କରିଥିଲେ । ଏହାପରେ ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ ଓ କଟକଣା ଲାଗୁ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami