ବର୍ଷକ ଭିତରେ ଭାରତ ପାଖରେ ଥିବ ପରମାଣୁ ବୋମା,ଏମିତି ଦାବି ରଖିଥିଲେ ଭାବା

Above Post Content

୧୯୬୦ ଦଶକର ଦୁନିଆକୁ ମନେ ପକାନ୍ତୁ । ସୋଭିଏତ୍ ୟୁନିଅନ୍ ଏବଂ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଚରମରେ ଥିଲା । ସୋଭିଏତ୍ ୟୁନିଅନ୍ ସହିତ ବନ୍ଧୁତା ବଜାୟ ରଖିବା ସହିତ ଭାରତ ନାମ୍ (ଗୋଷ୍ଠୀ ନିରପେକ୍ଷ) ନାମକ ସଂଗଠନର ନେତୃତ୍ୱ ନେଉଥିଲା । ଏହି ସଂଗଠନର ସଦସ୍ୟ ରାଷ୍ଟ୍ର ଦୁଇ ମହାଶକ୍ତିଙ୍କ ମେଣ୍ଟରେ ସାମିଲ ନଥିଲେ । ୧୯୬୧ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକାର ସେନା ଜେନେରାଲ ତଥା ୱେଷ୍ଟଇଙ୍ଗହାଉସ ପରାମର୍ଶଦାତା କେନେଥ ନିକୋଲ୍ସଙ୍କ ସହ ଏକ ସାକ୍ଷାତକାରରେ ଡକ୍ଟର ହୋମି ଜାହାଙ୍ଗୀର ଭାବା ଭାରତ ଗୋଟିଏ ବର୍ଷରେ ପରମାଣୁ ବୋମା ତିଆରି କରିପାରିବ ବୋଲି କହିଥିଲେ । ସେହିକଥାକୁ ୧୯୬୫ ରେ ଅଲ ଇଣ୍ଡିଆ ରେଡିଓକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ମଧ୍ୟ ଦୋହରାଇଥିଲେ । ସେ କହିଥିଲେ ଯେ ଯଦି ତାଙ୍କୁ ଅନୁମତି ମିଳେ ତେବେ ସେ ୧୮ ମାସ ମଧ୍ୟରେ ପରମାଣୁ ବୋମା ତିଆରି କରିପାରିବେ । ୧୯୬୫ ମସିହାର ଅଲଇଣ୍ଡିଆ ରେଡିଓରେ ସାକ୍ଷାତକାରର ବର୍ଷକ ପରେ ୧୯୬୬ରେ ଭାବାଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତେବେ ଏହା ଦୁର୍ଘଟଣା ନଥିଲା ବଂର ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ଦ୍ୱାରା ରଚାଯାଇଥିବା ଷଡ଼ଯନ୍ତ୍ର ଥିଲା ବୋଲି ଏବେ ମଧ୍‌୍ୟ ଅନେକ ଦାବି କରନ୍ତି ।

ପରମାଣୁ କାର୍ଯ୍ୟକ୍ରମର ଜନକ

After 2nd paragraph post ads

୧୯୬୦ ଦଶକରେ ଭାରତ ପରି ଦେଶ ପାଇଁ ଏପରି ଦାବି କରିବା ଦର୍ଶାଏ ଯେ ଭାବେ ବୈଜ୍ଞାନିକ ଭାବେ କେତେ ମହାନ ଥିଲେ । ବିକ୍ରମ ସାରଭାଇ ସ୍ପେସ୍ ପ୍ରୋଗ୍ରାମ ଆରମ୍ଭ କରି ଆଇଏସ୍‌ଆରଓ ପ୍ରତିଷ୍ଠାତା ଥିଲା ଭାବା । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ମେଣ୍ଟର ଥିଲେ ଭାବା । ଯିଏ ପରବର୍ତ୍ତି କାଳରେ ମିସାଇଲ୍ ମ୍ୟାନ୍ ଭାବରେ ବିଶ୍ୱ ଜଣାଶୁଣା ହୋଇଥିଲେ । ସେହି ଭବା ହେଉଛନ୍ତି ଦେଶର ଆଣବିକ କାର୍ଯ୍ୟକ୍ରମର ଜନକ । ଭାବା ଭାରତକୁ ଆଣବିକ ଶକ୍ତି ଭାବେ ଦେଖିବାକୁ ଚାହୁଁଥିଲେ । ନିଜ ଜିବଦ୍ଦସାରେ ସେ ଭାରତକୁ ପରମାଣୁ ଶକ୍ତି ଭାବେ ଦେଖି ପାରି ନ ଥିଲେ କିନ୍ତୁ ତାଙ୍କ ମୃତ୍ୟୁ ପରେ ଭାରତ ପରମାଣୁ ଶକ୍ତିରେ ପରିଣତ ହୋଇଥିଲା ।

ମୁମ୍ବାଇରେ ବଡ ହୋଇଥିଲେ ଭାବା

ହୋମି ଜାହାଙ୍ଗୀର ଭାବା ମୁମ୍ବାଇରେ ୩୦ ଅକ୍ଟୋବର ୧୯୦୯ ରେ ଏକ ସମୃଦ୍ଧ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜାହାଙ୍ଗୀର ହରମୁଜୀ ଭାବା ଜଣେ ଓକିଲ ଥିଲେ । ହୋମିଙ୍କର ପ୍ରାଥମିକ ଶିକ୍ଷା ମୁମ୍ବାଇର କ୍ୟାଥେଡର ଏବଂ ଜନ୍ କାନନ୍ ସ୍କୁଲରେ ଥିଲା । ସମ୍ମାନ ସହିତ ସିନିୟର କେମ୍ବ୍ରିଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ଏଲଫିଷ୍ଟୋନ କଲେଜରେ ଅଧ୍ୟୟନ କରିଥିଲେ । ସେ ଦିନ୍ସା ମନେକଜୀ ପେଟିଟ୍ ଏବଂ ଦୋରାବଜୀଙ୍କ ପରି ପ୍ରସିଦ୍ଧ ବ୍ୟବସାୟୀଙ୍କ ସମ୍ପର୍କୀୟ ଥିଲେ ।

ଇଞ୍ଜିନିୟରିଂ ଛାଡି ପଦାର୍ଥ ବିଜ୍ଞାନ ବାଛିଥିଲେ

ହୋମିଙ୍କ ପିତା ଏବଂ ମାମୁଁ ଚାହୁଁଥିଲେ ଯେ ସେ ମେକାନିକାଲ୍ ଇଞ୍ଜିନିୟରିଂ ପଢନ୍ତୁ ଏବଂ ଟାଟା ଷ୍ଟିଲରେ ଯୋଗ ଦିଅନ୍ତୁ । କିନ୍ତୁ ହୋମି ଇଞ୍ଜିନିୟରିଂ କରିବାକୁ ଚାହୁଁନଥିଲେ ଏବଂ ସେ ଏହା ମଧ୍ୟ ତାଙ୍କ ପିତାଙ୍କୁ ଜଣାଇଥିଲେ । ପରେ ସେ ପିତାଙ୍କଠାରୁ ଗଣିତ ଓ ପଦାର୍ଥ ବିଜ୍ଞାନ ପଢିବା ପାଇଁ ଅନୁମତି ପାଇଥିଲେ । ପ୍ରଥମେ ସେ ଗଣିତରେ ସମ୍ମାନର ସହ ପାସ୍ ହେବା ପରେ ପଦାର୍ଥ ବିଜ୍ଞାନରେ ଗବେଷଣା କରିବା ଆରମ୍ଭ କରିଥିଲେ ।

Middle post content

ଆଣବିକ ପଦାର୍ଥ ବିଜ୍ଞାନ

ପଦାର୍ଥ ବିଜ୍ଞାନ ଅଧ୍ୟୟନ କରୁଥିବାବେଳେ ହୋମି ଆଣବିକ ପଦାର୍ଥ ବିଜ୍ଞାନ ପ୍ରତି ଆକର୍ଷିତ ହୋଇଥିଲେ । ୧୯୩୩ ମସିହାରେ ସେ ଆଣବିକ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଗ୍ରହଣ କରିଥିଲେ ଏବଂ କେମ୍ବ୍ରିଜରେ କାର୍ଯ୍ୟ କରିଥିଲେ, ଅନେକ ପ୍ରସିଦ୍ଧ ଗବେଷଣା ପତ୍ର ପ୍ରସ୍ତୁତ କରିଥିଲେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରେ ସେ ଇଂଲଣ୍ଡକୁ ଫେରିନଥିଲେ । ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ରିଡର୍ ଭାବରେ ଦାୟିତ୍ । ଗ୍ରହଣ କରିଥିଲେ ।

ଟାଟାଙ୍କ ସାହାଯ୍ୟରେ ମୁମ୍ବାଇରେ ଆଣବିକ ପ୍ରତିଷ୍ଠାନ

୧୯୪୫ ମସିହାରେ, ଜେଆରଡ଼ି ଟାଟାଙ୍କ ସାହାଯ୍ୟରେ ସେ ମୁମ୍ବାଇରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ ପ୍ରତିଷ୍ଠା କରିଥିଲେ, ଯେଉଁଥିରେ ସେ ନିର୍ଦ୍ଦେଶକ ମଧ୍ୟ ହୋଇଥିଲେ । ସ୍ୱାଧୀନତା ପରେ ଭାବାଙ୍କ ଉଦ୍ୟମ ଯୋଗୁଁ ହିଁ ଭାରତୀୟ ପରମାଣୁ ଶକ୍ତି ଆୟୋଗ ଗଠନ ହୋଇପାରିଥିଲା । ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଫୋରମରେ ଡକ୍ଟର ଭବା ଭାରତର ପ୍ରତିନିଧିତ୍ୱ କରିଥିଲେ । ଭାରତ ଆସିବା ପରଠାରୁ ସେ ଭାରତକୁ ଆଣବିକ ଶକ୍ତି କରିବାକୁ ଚିନ୍ତା କରିଥିଲେ । ଏଥିପାଇଁ ଦେଶର ନେତାମାନଙ୍କୁ ଉତ୍ସାହିତ କରି ଚାଲିଥିଲେ ।

ଆଣବିକ ଶକ୍ତି ବିଶେଷଜ୍ଞ

୧୯୪୮ ମସିହାରେ ପ୍ରଧାନମନ୍ତ୍ରୀ ନେହେରୁ ତାଙ୍କୁ ଆଣବିକ କାର୍ଯ୍ୟକ୍ରମର ମୁଖ୍ୟ କରିଥିଲେ । ଏହା ପରେ, ୧୯୫୦ ମସିହାରେ, ସେ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ୧୯୫୫ ମସିହାରେ ସେ ଜେନେଭାରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ଉପରେ ମିଳିତ ଜାତିସଂଘର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଉପଲବ୍ଧ ସୀମିତ ପରିମାଣର ୟୁରାନିୟମ୍ ସ୍ଥାନରେ ପରମାଣୁ ଶକ୍ତି କାର୍ଯ୍ୟକ୍ରମରେ ଥୋରିୟମ୍ ଅନ୍ତର୍ଭୂକ୍ତ କରିବାକୁ ଭାବା ହିଁ ସମର୍ଥନ କରିଥିଲେ ।

ତାଙ୍କର ଉଦ୍ୟମ ଯୋଗୁଁ ଟ୍ରମ୍ବରେ ପରମାଣୁ ଶକ୍ତି ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଥିଲା । ସେହି ବର୍ଷ ଭାରତ ସରକାରରେ ପରମାଣୁ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇଥିଲା । ଭାବାଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ପାଞ୍ଚଥର ମନୋନୀତ କରାଯାଇଥିଲା ଏବଂ ୧୯୫୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ । ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଆଣବିକ ଶକ୍ତିରେ ଭାରତକୁ ଆତ୍ମନିର୍ଭରଶୀଳ କରିବା । ୨୪ ଜାନୁଆରୀ ୧୯୬୬ ରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami