ଛୋଟା ପଣ୍ଡିତ ହେବା ପଡ଼ିଲା ମହଙ୍ଗା, ମିଳିଲା ହତ୍ୟା ଧମକ

Above Post Content

ମୁମ୍ବାଇ: ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦଙ୍କୁ ମିଳିଛି ହତ୍ୟା ଧମକ । ନିକଟରେ ସେ ଫିଲ୍ମ ଭୁଲ ଭୁଲେୟାର ଛୋଟା ପଣ୍ଡିତଙ୍କ ଲୁକକୁ କପି କରିଥିଲେ, ଏହା ତାଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ତାଙ୍କୁ ମେଲ୍ ଯୋଗେ ହତ୍ୟା ଧମକ ମିଳିଛି । ସୋସିଆଲ ମିଡିଆରେ ଉର୍ଫି ଏହି ସୂଚନା ଦେଇଛନ୍ତି ।

ଭୁଲ ଭୁଲେୟାର ଛୋଟା ପଣ୍ଡିତ ରୂପ କରିଥିଲେ ଧାରଣ

After 2nd paragraph post ads
Middle post content

ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ତାଙ୍କର ଅସାଧାରଣ ଶୈଳୀ ଯୋଗୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଛନ୍ତି । ପ୍ରତ୍ୟେକ ଥର ଉର୍ଫି ନିଜ ଡ୍ରେସ୍‌କୁ ନେଇ ସମାଲୋଚନାର ଶୀକାର ହୋଇଥାନ୍ତି । ନିକଟରେ ଉର୍ଫି ଭୁଲ ଭୁଲେୟାର ଛୋଟା ପଣ୍ଡିତ ରୂପ ଧାରଣ କରିଥିଲେ । ଏହାର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ଏହି ଲୁକରେ ହାଲୋଏନ ପାର୍ଟିକୁ ଯାଇଥିଲେ ।

ଯାଇପାରିଲେନି ହାଲୋଏନ ପାର୍ଟି

ତାଙ୍କ ଲୁକ ଏବଂ ମେଲ୍‌ର ଫଟୋ ସେୟାର କରିବାବେଳେ ଉର୍ଫି ଲେଖିଛନ୍ତି – ଏହି ଦେଶ ମୋତେ ଚକିତ କରିଛି । ମୁଁ ଏକ ଫିଲ୍ମର ଚରିତ୍ରକୁ କପି କରିବା ପାଇଁ ମୋତେ ହତ୍ୟା ଧମକ ମିଳୁଛି । କିନ୍ତୁ ସେହି ଚରିତ୍ର ଉପରେ କୌଣସି ପ୍ରତିକ୍ରିୟା ନାହିଁ । ଜଣେ ବ୍ୟକ୍ତି ହତ୍ୟା କରିବାକୁ ଧମକ ଦେଇ ମୋତେ ଏକ ମେଲ ପଠାଇଥିଲେ । ସେ ଲେଖିଛନ୍ତି – ଆପଣ ଅପଲୋଡ କରିଥିବା ଭିଡିଓ ଡିଲିଟ କରନ୍ତୁ, ନଚେତ୍ ଆପଣଙ୍କୁ ମାରିବାକୁ ସମୟ ଲାଗିବ ନାହିଁ । ଅନ୍ୟ ଜଣେ ମେଲ କରିଛନ୍ତି – ଉର୍ଫି ଜାଭେଦ ଆମର ହିନ୍ଦୁ ଧର୍ମକୁ ବଦନାମ କରୁଛନ୍ତି । ଛୋଟା ପଣ୍ଡିତଙ୍କ ଲୁକରେ ଭିଡିଓ ସେୟାର କରି ଉର୍ଫି ଜାଭେଦ ଲେଖିଥିଲେ – ମୁଁ ଆଶା କରେ ଆପଣ ସମସ୍ତେ ଜାଣିଥିବେ ଯେ ଛୋଟା ପଣ୍ଡିତ ଭୁଲ ଭୁଲେୟା ଚରିତ୍ର । ମୁଁ ହାଲୋଏନ ପାର୍ଟୀ ପାଇଁ ପ୍ରସ୍ତୁତ ହେବା ପାଇଁ କଠିନ ପରିଶ୍ରମ କଲି କିନ୍ତୁ ଯାଇ ପାରିଲି ନାହିଁ, ତେଣୁ ମୁଁ ଭାବିଲି ମୁଁ ଏହି ଭିଡିଓ ପୋଷ୍ଟ କରିବି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami