ଜୀବନସାଥୀ ପାଇଁ ବିଜ୍ଞାପନ ଦେଲେ ଯୁବତୀ, ଲୋକଙ୍କୁ କଲା ଚକିତ

Above Post Content

ନୂଆଦିଲ୍ଳୀ: ଆଜିକାଲି ଅଧିକାଂଶ ଲୋକଙ୍କୁ ଭଲ ଜୀବନସାଥୀଟିଏ ମିଳିବା କଷ୍ଟକର ହୋଇପଡ଼ିଛି । ଉପଯୁକ୍ତ ଜୀବନସାଥୀ ଖୋଜିବା ପାଇଁ କିଏ ବିବାହ ବ୍ୟୁରୋର ସହାୟତା ନେଉଛି ତ ପୁଣି କିଏ ଅନଲାଇନ ୱେବସାଇଟରେ ଭାଗ୍ୟ ପରୀକ୍ଷା କରୁଛି । ତ ଆଉ କିଏ ଜ୍ୟୋତିଷଙ୍କ ରାଶି ନକ୍ଷତ୍ର କଥା ପଚାରି ବୁଝୁଛି । କିନ୍ତୁ ଏବେ ଜଣେ ଯୁବତୀ ବିବାହ ପାଇଁ କିଛି ନୂଆ ଉପାୟ ଆପଣାଇଛନ୍ତି । ଯୁବତୀ ଜଣକ ଖବରକାଗଜରେ ସ୍ୱତନ୍ତ୍ର ଭାବେ ବିଜ୍ଞାପନ ଦେଇଛନ୍ତି । ଆଉ ବିଜ୍ଞାପନରେ ଏପରି କିଛି ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ହେଉଛି ।

Middle post content

ଏଡ଼ିଟିଂ, ରିଲ୍ସ କରିବା ଜାଣିଥିବା ଦରକାର

After 2nd paragraph post ads

ଆଜିକାଲି ଡ଼ିଜିଟାଲ ଦୁନିଆରେ ସବୁ କିଛି ସମ୍ଭବ । ଯାହା ଆପଣ କେବେ ଭାବି ବି ନ ଥିବେ, ସେସବୁ ଦେଖିବାକୁ ମିଳୁଛି । ଏବେ ରିଲ୍ସର ସମୟ ଚାଲିଥିବାରୁ ଲୋକ ନିଜର ଭିୟୁ ବଢ଼ାଇବାକୁ ସବୁକିଛି ପ୍ରସ୍ତୁତ । ଆଉ ସବୁଠୁ ବଡ଼କଥା, ଜୀବନ ସାଥୀ ଭାବେ କେହି ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଖୋଜିବା କଥା ହୁଏତ ଆପଣ ପୂର୍ବରୁ କେବେ ଦେଖି ନଥିବେ । ଏବେ ଖବରକାଗଜରେ ସେପରି ଏକ ବିଜ୍ଞାପନ ଦେଖାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରିୟା ନାମକ ଜଣେ ଯୁବତୀ ସୋସିଆଲ ମିଡ଼ିଆରେ ଖୁବ ସକ୍ରୀୟ । ନିଜ ପାଇଁ ଭଲ ଜୀବନସାଥୀଟିଏ ଖୋଜୁଛନ୍ତି । ସେଥିଲାଗି ସେ ବିଭିନ୍ନ ଖବରକାଗଜର ସହାୟତା ନେଇଛନ୍ତି । ସେ ଖବରକାଗଜରେ ଏକ ବିଜ୍ଞାପନ ଦେଇଛନ୍ତି । ବିଜ୍ଞାପନରେ ସେ ଏହି କଥାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ସେ କିପରି ଜୀବନସାଥୀ ଖୋଜୁଛନ୍ତି । ସେ ଲେଖିଛନ୍ତି ଯେ, ସେ ଜଣେ ସାଥୀ ଖୋଜୁଛନ୍ତି । ଯିଏକି କ୍ୟାମେରା ସାମ୍ନାରେ ସହଜ ଅନୁଭବ କରୁଥିବେ । ଯାହାଫଳରେ ଭବିଷ୍ୟତରେ ସେ ତାଙ୍କ ସହ ମିଶି ରିଲ୍ସ ବନାଇ ପାରିବେ । ସେ ପ୍ରିମିୟର ପ୍ରୋ ଜାଣିଥିବା ଦରକାର, ଫଳରେ ସେ ଯେପରି ଭବିଷ୍ୟତରେ ଯୁବତୀଙ୍କୁ ରିଲ୍ସ ଓ ପୋଷ୍ଟ୍‌କୁ ଏଡିଟ୍ କରିପାରିବେ ବୋଲି ସେ ଲେଖିଛନ୍ତି । ରିୟାଙ୍କ ଏହି ବିଜ୍ଞାପନ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami