ସବୁଠୁ ଲମ୍ବା କେଶଥିବା କିଶୋର ଭାବେ ରେକର୍ଡ଼ କଲେ ଯୁବକ

Above Post Content

ଉତ୍ତରପ୍ରଦେଶ: ପ୍ରତ୍ୟେକ ଝିଅଙ୍କ ମୁଣ୍ଡରେ କେଶ ସେମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସେଥିଲାଗି ସମସ୍ତେ ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରିଥାନ୍ତି । ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି । ଘରୋଇ ଉପଚାର କରିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ହେବା ସମ୍ଭବ ହୋଇ ନ ଥାଏ । ହେଲେ ଉତ୍ତରପ୍ରଦେଶର ଜଣେ ୧୫ ବର୍ଷୀୟ ଯୁବକ ଲମ୍ବା ଓ ଘନ କେଶ ରଖି ଚର୍ଚ୍ଚାକୁ ଆସିଛନ୍ତି । କେବଳ ସେତିକି ନୁହେଁ, ଏହି ଲମ୍ବା ଓ ଘନ କେଶ ଯୋଗୁ ତାଙ୍କ ନାମ ଗିନିଜ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଛି ।

ଆଣ୍ଠୁରୁ ତଳ ପର୍ଯ୍ୟନ୍ତ ଲମ୍ବିଲାଣି ସିଦକଦୀପଙ୍କ କେଶ

After 2nd paragraph post ads
Middle post content

ଉତ୍ତରପ୍ରଦେଶର ସିଦକଦୀପ ସିଂ ଚହଲ । ସେ ଶିଖ୍ ସମ୍ପ୍ରଦାୟର । ଏହିଧର୍ମରେ ପୁରୁଷଙ୍କ କେଶ କାଟିବା ମନା । ତେଣୁ ସଦକଦୀପ କେଶ କାଟନ୍ତି ନାହିଁ । ଆଉ ତାଙ୍କ କେଶ ବି ଏତେ ଭଲ ଭାବେ ବଢେ ଯେ, ତାହା ତାଙ୍କ ଆଣ୍ଠୁରୁ ତଳ ପର୍ଯ୍ୟନ୍ତ ଲମ୍ବି ଗଲାଣି । ଯାହାକି ୧୪୭ ସେ.ମି ଲମ୍ବ ଅଟେ । ତେଣୁ ଗିନିଜ୍ ୱାର୍ଲଡ ରେକର୍ଡସ୍‌ରେ ସବୁଠାରୁ ଲମ୍ବା କେଶଥିବା କିଶୋର ଭାବେ ସେ ସ୍ଥାନ ପାଇଛନ୍ତି । ସଦକଦୀପଙ୍କ ଲମ୍ବା କେଶର ଯତ୍ନ ତାଙ୍କ ମା’ ନିଅନ୍ତି । ତାଙ୍କ କେଶ ଏତେ ଲମ୍ବା ଯେ, ପଛପଟୁ ଦେଖିଲେ ସେ ସୁନ୍ଦର କେଶ ଥିବା ଜଣେ ଯୁବତୀ ଭଳି ଲାଗନ୍ତି ।

କେଶ କୁଣ୍ଡାଇବାକୁ ଘଣ୍ଟେଲାଗେ

ସିଦକଦୀପଙ୍କ ମାଆ କୁହନ୍ତି, ମୋ ପୁଅର କେଶକୁ ମୁଁ ସପ୍ତାହରେ ଦୁଇଥର ସଫା କରିଥାଏ । କେଶକୁ କୁଣ୍ଡାଇବାରେ ମୋତେ ଏକ ଘଣ୍ଟା ସମୟ ଲାଗିଥାଏ । ପରେ ମୋ ପୁଅର କେଶକୁ ଗଣ୍ଠି କରି ପଗଡ଼ି ପିନ୍ଧାଇ ଦିଏ । ସଦକଦୀପ ବାହାରକୁ କେଶ ଛାଡ଼ିକି ଗଲେ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତାଙ୍କ ସହ ସେଲ୍‌ଫି ବି ନିଅନ୍ତି । ଆଉ କେଶର ଯତ୍ନ କିପରି ନିଅନ୍ତି ସେ ସମ୍ପର୍କରେ ପଚାରି ବୁଝିଥାନ୍ତି । ପରିବାରର ଅନ୍ୟ କୌଣସି ପୁରୁଷଙ୍କର କେଶ ଏତେ ଲମ୍ବା ନୁହେଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami