ସାମ୍ନାକୁ ଆସିଲା ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ

Above Post Content

ଅଯୋଧ୍ୟା: ଆଉ ମାତ୍ର ଦୁଇ ଦିନ ପରେ ଅଯୋଧ୍ୟାେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏନେଇ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଏହା ପୂର୍ବରୁ ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା । ଆଜି ପ୍ରଥମ ଥର ଅଯୋଧ୍ୟା ରାମମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ଦିବ୍ୟ ମୁଖମଣ୍ଡଳ ଫଟୋ ସାମ୍ନାକୁ ଆସିଛି । ଭଗବାନ ରାମଙ୍କୁ ଶିଶୁ ରୂପରେ ଦେଖିବାକୁ ମିଳିଛି । ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

Middle post content

ବ୍ରାହ୍ମଣମାନଙ୍କୁ କରାଗଲା ବସ୍ତ୍ରଦାନ

After 2nd paragraph post ads

ରାମମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ମୂର୍ତ୍ତିରେ ଏକାଧିକ ଧାର୍ମିକ ଚିହ୍ନ ଯଥା ଓମ୍‌, ଗଣେଶ, ଚକ୍ର, ଶଙ୍ଖ, ଗଦା, ସ୍ୱସ୍ତିକ ଏବଂ କମଳ ନୟନ ଆଦି ରହିଛି । ପ୍ରାଣ ପ୍ରତିଷ୍ଠା ବା ଜୀବନୀ ଶକ୍ତି ସଞ୍ଚାରର ୩ ଦିନ ପୂର୍ବରୁ ରାମଲାଲାଙ୍କ ସଂପୂର୍ଣ୍ଣ ଅବୟବକୁ ଲୋକମାନେ ଦେଖିବାକୁ ପାଇଛନ୍ତି । କଳାରଙ୍ଗର ପ୍ରସ୍ତରରେ ରାମଲାଲାଙ୍କ ଏହି ମୂର୍ତ୍ତି ନିର୍ମାଣ ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରକାଶିତ ଫଟୋରେ ରାମଲାଲା ଛିଡ଼ା ହେବା ମୁଦ୍ରାରେ ଅଛନ୍ତି । ୫୧ ଇଞ୍ଚର ଭଗବାନ ରାମଙ୍କୁ ଶିଶୁ ରୂପରେ ଦେଖିବାକୁ ମିଳିଛି । ଉକ୍ତ ମୂର୍ତ୍ତି ମହୀଶୂରର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି । ମନ୍ଦିର ପରିସରକୁ ଉକ୍ତ ମୂର୍ତ୍ତି ବୁଧବାର ରାତିରେ ଅଣାଯିବା ସହିତ ଗୁରୁବାର ଅପରାହ୍ଣରେ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା । ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କ ଦ୍ୱାରା ପ୍ରଧାନ ସଂକଳ୍ପ କରାଯାଇଛି । ପ୍ରଧାନ ସଂକଳ୍ପ କରାଯିବାର ଚିନ୍ତାଧାରା ହେଲା ଭଗବାନ ରାମଙ୍କ ପ୍ରତିଷ୍ଠା ସବୁ ଲୋକଙ୍କ ମଙ୍ଗଳ, ଦେଶର ମଙ୍ଗଳ, ମାନବତାର ମଙ୍ଗଳ ଏବଂ ମନ୍ଦିର ନିର୍ମାଣରେ ନିୟୋଜିତ ବ୍ୟକ୍ତିଙ୍କ ମଙ୍ଗଳ ପାଇଁ କରାଯାଇଛି । ଏହା ବ୍ୟତୀତ ଅନ୍ୟ ନୀତିକାନ୍ତି ମଧ୍ୟ କରାଯାଇଛି । ବ୍ରାହ୍ମଣମାନଙ୍କୁ ବସ୍ତ୍ରଦାନ ମଧ୍ୟ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami