ପୁଣି ମିଳିଲା ବାବା ରାମ ରହିମଙ୍କୁ ୫୦ଦିନର ପାରୋଲ

Above Post Content

ନୂଆଦିଲ୍ଲୀ : ଜେଲରେ କମ୍‌, ପାରୋଲରେଅଧିକ । ପୁଣି ମିଳିଛି ଦୁଷ୍କର୍ମକାରୀ ବାବା ରାମ ରହିମଙ୍କୁ ୫୦ ଦିନର ପାରୋଲଦୁଇ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମକୁ ପୁଣି ମିଳିଛି ପାରୋଲ । ଗତ ୨୯ ଦିନ ପୂର୍ବରୁ ବାବା ରାମ ରହିମ ପାରୋଲ କାଟି ଜେଲକୁ ଫେରିଥିଲେ । ହେଲେ ଏବେ ପୁଣି ୫୦ ଦିନ ପାରୋଲ ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବାବା ରାମ ରହିମଙ୍କ ଏହା ହେଉଛି ଗତ ୨୪ ମାସରେ ସପ୍ତମ ପାରୋଲ ଏବଂ ଗତ ଚାରି ବର୍ଷରେ ନବମ ପାରୋଲ ।

ପାରୋଲରେ ଯାଇ ବରନାବା ଆଶ୍ରମରେ ରହିବେ ବାବା ରହିମ

After 2nd paragraph post ads
Middle post content

ଏହି ୫୦ ଦିନର ପାରୋଲ ସମୟରେ ବାବା ରାମ ରହିମ ଉତ୍ତର ପ୍ରଦେଶର ବାଗବତରେ ଥିବା ବରନାବା ଆଶ୍ରମରେ ରହିବେ । ଆଜି ସେ ଜେଲରୁ ବାହାରିବେ ବୋଲି ଜଣାପଡିଛି । ଗତବର୍ଷ ନଭେମ୍ବର ୨୦୨୩ରେ ୨୧ ଦିନିଆ ପାରୋଲରେ ଯାଇଥିଲେ ବାବା ରହିମ । ମାଆଙ୍କ ଅସୁସ୍ଥତା ସହ ବିଭିନ୍ନ କାରଣ ଦର୍ଶାଇ ଏକାଧିକ ଥର ପାରୋଲରେ ଯାଉଛନ୍ତିି । ଗତବର୍ଷ ତାଙ୍କୁ ତିନି ଥର ପାରୋଲ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରକାର କାରଣ ଦର୍ଶାଇ ସେ ବାରମ୍ବାର ପାରୋଲ ଆବେଦନ କରୁଛନ୍ତି । ଆଉ ସବୁଠୁ ବଡ଼ କଥା ତାଙ୍କୁ ଅନୁମତି ମଧ୍ୟ ମିଳିଯାଉଛି । ହରିଆଣା ଜେଲର ନିୟମ ମୁତାବକ ଆଜୀବନ ଜେଲ କାଟୁଥିବା କୌଣସି ବି କଏଦୀ ବର୍ଷରେ ୭୦ ଦିନ ପାରୋଲରେ ଯାଇପାରିବେ ।

ହରିୟାଣାର ସୁନାରିଆ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି

ସୂଚନାଯୋଗ୍ୟ, ଦୁଇଜଣ ମହିଳା ଶିଷ୍ୟାଙ୍କୁ ବଳାତ୍କାର ଏବଂ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲେ । ୨୦୧୭ ମସିହାରେ ବାବା ରହିମଙ୍କୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଥିଲେ ଅଦାଲତ । ପରେ ୨୦୦୨ରେ ସାମ୍ବାଦିକ ରାମ ଚନ୍ଦେର ଛତ୍ରପତି ଏବଂ ଡେରା ମ୍ୟାନେଜର ରଞ୍ଜିତ ସିଂଙ୍କ ହତ୍ୟା ସମେତ ଅନ୍ୟ ଦୁଇଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ତାଙ୍କୁ । ଏବେ ସେ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami