ଆଜିଠୁ ରାମଲାଲାଙ୍କ ପ୍ରାକ୍ ପ୍ରତିଷ୍ଠା ରୀତିନୀତି

Above Post Content

ଅଯୋଧ୍ୟା: ଆଉ ମାତ୍ର ୬ ଦିନ ପରେ ରାମମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଏହାର ୪ ଦିନ ପୂର୍ବରୁ, ୧୮ ତାରିଖରେ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ୫ ବର୍ଷ ବାଳକଙ୍କ ମୂର୍ତ୍ତି ସ୍ଥାପିତ ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି । ୨୨ ତାରିଖରେ ମଧ୍ୟାହ୍ନ ୧୨ଟା ୨୦ ସମୟରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତେ ମୁହୂର୍ତ୍ତ ଧାର୍ଯ୍ୟ ହୋଇଛି । ପ୍ରତିଷ୍ଠା କାର୍ଯ୍ୟକ୍ରମର ସମସ୍ତ ବୈଦିକ ରୀତିନୀତି ବାରଣାସୀର ପଣ୍ଡିତ ଲକ୍ଷ୍ମିକାନ୍ତ ଦୀକ୍ଷିତଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହେବ । ତେବେ ପ୍ରାଣପ୍ରତିଷ୍ଠାର ବିଧି ଆଜିଠାରୁ ଆରମ୍ଭ ହେବ । ପୂଜନ କାର୍ଯ୍ୟକ୍ରମ ୨୨ରେ ଶେଷ ହେବ । ୨୨ ତାରିଖ ସକାଳ ୧୦ଟାରୁ ମଙ୍ଗଳ ଧ୍ୱନୀ ଆରମ୍ଭ ହେବ ।

ପ୍ରତିମାର ଓଜନ ୧୫୦ରୁ ୨୦୦ କିଲୋଗ୍ରାମ

After 2nd paragraph post ads
Middle post content

ଏହାପୂର୍ବରୁ ୧୮ ତାରିଖରେ ଗର୍ଭ ଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପିତ ହେବ । ବିଧି ଅନୁସାରେ ରାମଙ୍କର ୫ ବର୍ଷର ଶିଶୁଙ୍କ ପ୍ରତିମା ସ୍ଥାପିତ ହେବ । ଏହି ପ୍ରତିମାର ଓଜନ ୧୫୦ରୁ ୨୦୦ କିଲୋଗ୍ରାମ ଅଟେ । ମହୀଶୂରର ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ନୂତନ ପ୍ରତିମା ସହ ପୁରାତନ ପ୍ରତିମା ମଧ୍ୟ ଗର୍ଭଗୃହରେ ସ୍ଥାପିତ ହେବ । ପ୍ରତିମା ନିମନ୍ତେ ଭିନ୍ନ ଭିନ୍ନ ଅଧିବାସ- ଜଳବାସ, ଅନ୍ନବାସ, ଶଯ୍ୟାବାସ, ଔଷଧିବାସ କରାଯିବ । ଏଥିପାଇଁ ୧୫୦ରୁ ଊର୍ଦ୍ଧ୍ୱ ପରମ୍ପରାର ସନ୍ଥଙ୍କ ସମେତ ୫୦ ଆଦିବାସୀ ଓ ଜନଜାତି ପ୍ରତିନିଧି ଏହି ସମୟରେ ଉପସ୍ଥିତ ରହିବେ । ଏହି ସମୟରେ ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆରଏସ୍‌ଏସ୍ ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ, ନୃତ୍ୟ ଗୋପାଳ ଜୀ ମହାରାଜ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦବେନୀ ପଟେଲ୍ ଏବଂ ରାମମନ୍ଦିର ଟ୍ରଷ୍ଟର ସମସ୍ତ ଟ୍ରଷ୍ଟି ଉପସ୍ଥିତ ରହିବେ ।ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାରତୀୟ ଆଧ୍ୟାତ୍ମିକତା ଜଗତ, ବିବିଧ ଧାର୍ମିକ ପରମ୍ପରା, ଉପାସନା ବ୍ୟବସ୍ଥା ଏବଂ ୧୫୦ରୁ ଅଧିକ ପନ୍ଥୀର ସନ୍ଥଙ୍କ ସମେତ ଦେଶର ୫୦ ଊର୍ଦ୍ଧ୍ୱ ଆଦିବାସୀ, ଗିରିବାସୀ, ଦ୍ୱୀପବାସୀ ଆଦି ପରମ୍ପରାର ପ୍ରତିନିଧି ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ପରେ ଅପରାହ୍ନ ଗୋଟାଏ ବେଳକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ମୂର୍ତ୍ତି ତିଆରି ବେଳେ ୧୫ ଦିନ ମୋବାଇଲଠୁ ଦୂରରେ ଥିଲେ ଯୋଗୀରାଜ

ମହୀଶୂରର ପ୍ରସିଦ୍ଧ ଶିଳ୍ପୀ ହେଉଛନ୍ତି ଅରୁଣ ଯୋଗୀରାଜ । ସେ କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଏବଂ ଇଣ୍ଡିଆ ଗେଟ୍‌ରେ ସୁଭାଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଅଯୋଧ୍ୟାରେ ମୂର୍ତ୍ତି ତିଆରି କରୁଥିବାବେଳେ ତାଙ୍କୁ ପନ୍ଦର ଦିନ ପର୍ଯ୍ୟନ୍ତ ମୋବାଇଲ ଫୋନ ଠାରୁ ଦୂରରେ ରଖାଯାଇଥିଲା । ତାଙ୍କର ପ୍ରତିମା ଚୟନ କରାଯାଇଛି ।ସେ କହିଛନ୍ତି, ମନ୍ଦିରରେ ସ୍ଥାପନ ହେବାକୁ ଥିବା ଏହି ପ୍ରତିମା ପ୍ରଭୁ ରାମଙ୍କ ୫ ବର୍ଷର ଅଟେ । ତିନିଜଣ ଶିଳ୍ପୀ ରାମ ମନ୍ଦିର ପାଇଁ ରାମଲାଙ୍କ ମୂର୍ତ୍ତି ତିଆରି କରିଥିଲେ । ଏଥିମଧ୍ୟରୁ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମାକୁ ଚୟନ କରାଯାଇଛି । ପୁରାତନ ପ୍ରତିମା ମନ୍ଦିର ପରିସରରେ ରହିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami