KYC ସମ୍ପୂର୍ଣ୍ଣ ନ ଥିଲେ ୩୧ରୁ ଅଚଳ ହୋଇଯିବ ଫାସ୍‌ଟାଗ୍

Above Post Content

ନୂଆଦିଲ୍ଲୀ: ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ନୂଆ ନିର୍ଦେଶାନାମା । ବୈଧ ବାଲାନ୍ସ ଥାଇ ମଧ୍ୟ କେୱାଇସି ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ । ନଚେତ ଦେବାକୁ ପଡ଼ିବ ଜରିମାନା । । ଏନେଇ ସମୟ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ଜାନୁଆରୀ ୩୧ ହେଉଛି ଏହାର ଶେଷ ତାରିଖ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଏହି ଅସୁବିଧାରୁ ବର୍ତ୍ତିବା ପାଇଁ ହେଲେ ୟୁଜରମାନେ ସେମାନଙ୍କର ସଦ୍ୟତମ ଫାସ୍‌ଟାଗ୍‌ର କେୱାଇସି ସମ୍ପୂର୍ଣ୍ଣ ହୋଇଥିବା ନେଇ ନିଶ୍ଚିତ ହେବାକୁ ପରାମର୍ଶ ଦିଆଯାଇଛି ।

ଆଉ କାମ କରିବନି ପୂର୍ବ ଫାସ୍‌ଟାଗ୍

After 2nd paragraph post ads
Middle post content

ୟୁଜରମାନେ ‘ଗୋଟିଏ ଗାଡ଼ି, ଗୋଟିଏ ଫାସ୍‌ଟାଗ୍‌’ ନିୟମ ଅନୁପାଳନ କରିବାକୁ ବାଧ୍ୟ । ପୂର୍ବରୁ ଜାରି ହୋଇଥିବା ଅନ୍ୟ ସମସ୍ତ ଫାସ୍‌ଟାଗ୍‌କୁ ବ୍ୟାଙ୍କ ଜରିଆରେ ବାତିଲ କରିଦେବାକୁ ମନ୍ତ୍ରଣାଳୟ କହିଛି ।୦୨୪ ଜାନୁଆରୀ ୩୧ ପରେ ପୂର୍ବ ଟ୍ୟାଗ୍‌ଗୁଡ଼ିକ ଡିଆକ୍ଟିଭେଟ୍ କିମ୍ବା କଳା ତାଲିକାଭୁକ୍ତ ହେବ । କେବଳ ସଦ୍ୟତମ ଫାସ୍‌ଟାଗ୍ ଆକାଉଣ୍ଟସଚଳ ରହିବ ବୋଲି କୁହାଯାଇଛି । ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଫାସ୍‌ଟାଗ୍ ୟୁଜରମାନଙ୍କୁ ନିକଟବର୍ତ୍ତୀ ଟୋଲ୍ ପ୍ଲାଜାରେ କିମ୍ବା ସମ୍ପୃକ୍ତ ବ୍ୟାଙ୍କର ଦେୟମୁକ୍ତ କଷ୍ଟମର କେୟାର ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏକ ନିର୍ଦ୍ଦିଷ୍ଟ ଯାନ ପାଇଁ ଏକାଧିକ ଫାସ୍‌ଟାଗ୍ ଇସ୍ୟୁ ହେବା ଏବଂ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରାଯାଇ ବିନା କେୱାଇସିରେ ଫାସ୍‌ଟାଗ୍ ଜାରି ହେଉଥିବା ଜଣାପଡ଼ିବା ପରେ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଉପରୋକ୍ତ ପଦକ୍ଷେପ ନେଇଛନ୍ତି । ଏହା ବ୍ୟତୀତ ବେଳେବେଳେ ଜାଣିଶୁଣି ଯାନର ୱିଣ୍ଡସ୍କ୍ରିନ୍‌ରେ ଫାସ୍‌ଟାଗ୍‌କୁ ଲଗାଯାଉ ନାହିଁ । ଫଳରେ ଟୋଲ୍ ପ୍ଲାଜାରେ ଅଯଥା ବିଳମ୍ବ ହେଉଛି ଓ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ୟୁଜର ‘ୱାନ୍ ଭେହିକିଲ୍‌, ୱାନ୍ ଫାସ୍‌ଟାଗ୍‌’ ବ୍ୟବସ୍ଥା ମାନିବାକୁ ବାଧ୍ୟ

ଟୋଲ୍ ପ୍ଲାଜାଗୁଡ଼ିକରେ ପ୍ରବେଶ ହାର ୯୮ ପ୍ରତିଶତ ରହିଥିବାବେଳେ ୮ କୋଟି ୟୁଜର ଅଛନ୍ତି । ଦେଶରେ ଇଲେକ୍ଟ୍ରେନିକ୍ ଭାବେ ଟୋଲ୍ ସଂଗ୍ରହ ବ୍ୟବସ୍ଥାରେ ଫାସ୍‌ଟାଗ୍ ବିପ୍ଳବ ଆଣିଛି । ‘ୱାନ୍ ଭେହିକିଲ୍‌, ୱାନ୍ ଫାସ୍‌ଟାଗ୍‌’ବ୍ୟବସ୍ଥା ଟୋଲ୍ ସଂଗ୍ରହକୁ ଅଧିକ ପ୍ରଭାବୀ ଏବଂ ସହଜ କରିବା ସହ ଜାତୀୟ ରାଜପଥ ବ୍ୟବହାରକାରୀମାନଙ୍କ ଯାତ୍ରାକୁ ଆରାମଦାୟକ କରିଛି । ଦେଶର ବର୍ଦ୍ଧିତ ଜାତୀୟ ରାଜପଥ ନେଟ୍‌ୱର୍କ ପାଇଁ ଏକ ‘ଗ୍ରୀନ୍ କଭର ଇଣ୍ଡେକ୍ସ’ର ବିକାଶ ନିମନ୍ତେ ଏନ୍‌ଏଚ୍‌ଏଆଇ ନ୍ୟାଶନାଲ ରିମୋଟ୍ ସେନ୍ସିଂ ସେଣ୍ଟର (ଏନ୍‌ଆରଏସ୍‌ସି) ସହ ଚୁକ୍ତି ସ୍ୱାକ୍ଷର କରିଥିଲା । ଏନ୍‌ଏଚ୍‌ଏଆଇ ବ୍ୟବହାର କରୁଥିବା ଟେକ୍ନୋଲୋଜିର ସାମର୍ଥ୍ୟକୁ ଉପଯୋଗ କରି ଏନ୍‌ଆରଏସ୍‌ସି ହାଇ ରିଜଲ୍ୟୁଶନ ସାଟେଲାଇଟ୍ ପରିକଳ୍ପନା ସହାୟତାରେ ଗ୍ରୀନ୍ କଭରର ଏକ ବିସ୍ତୃତ ପାନ୍‌-ଇଣ୍ଡିଆ ଆକଳନ ପ୍ରସ୍ତୁତ କରିବ ବୋଲି ଏକ ବିବୃତିରେ କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami