ରାସ୍ତାକଡ ଦୋକାନରେ ଦୋସା ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ

Above Post Content

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଜନୈତିକ ଦଳମାନେ ସେମାନଙ୍କ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି । ଜନସମ୍ପର୍କ ଏବଂ ନିର୍ବାଚନ ପ୍ରଚାର ମଧ୍ୟ ଏହି ଅଭିଯାନର ଏକ ଅଂଶ ପାଲଟିଛି । ନିର୍ବାଚନ ପ୍ରଚାର ପାଇଁ ତେଲେଙ୍ଗାନାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ତାଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ ଏକ ରାସ୍ତାକଡ଼ ହୋଟେଲ୍‌ରେ ଦୋସା ତିଆରି କରି ତାଙ୍କ ରୋଷେଇ ଦକ୍ଷତା ଦେଖାଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।

ଭିନ୍ନ ଭିନ୍ନ ହରକତ ଦେଖାଉଛନ୍ତି ରାହୁଲ

After 2nd paragraph post ads
Middle post content

କଂଗ୍ରେସ ଟ୍ୱିଟରରେ ଏହି ଭିଡିଓ ଓ ଫଟୋ ସେୟାର କରାଯାଇଛି । ତେଲେଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାହୁଲ ଗାନ୍ଧି ରାଜ୍ୟର ଲୋକଙ୍କ ସହ ଯୋଡ଼ି ହେବାପାଇଁ ‘ବିଜୟାଭେରୀ ଯାତ୍ରା’ କରିଛନ୍ତି । ଏହି ଯାତ୍ରା ଅବସରରେ ରାହୁଲ ଜଗତିଆଲ ଯାଇଥିଲେ । ଜଗତିଆଲର ନୁକପାଲି ବସ ଷ୍ଟପ୍‌ରେ ଅଟକିଥିଲେ । ସେଠାରେ ରାସ୍ତାକଡରେ ଥିବା ଏକ଼ ଟିଫିନ ଷ୍ଟଲରେ ଦୋସା ତିଆରି କରିଥିଲେ । ତେବେ ରାହୁଲ ଗାନ୍ଧୀ ହଠାତ୍ ଏଭଳି ଦୋକାନରେ ପହଞ୍ଚିବା ପ୍ରଥମ ଘଟଣା ନୁହେଁ । ସେ ଗତ କିଛି ଦିନ ହେବ ଏପରି କିଛି ଭିନ୍ନ ଭିନ୍ନ ହରକତ କରୁଥିବା ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ସେ ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର କରୁଛନ୍ତି । ତେଲେଙ୍ଗାନାର ଜଗତିୟାଲରେ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ବିଜେପି ବିରୋଧରେ ଲଢିବାକୁ ପ୍ରତିଶ୍ରୁତିବଦ୍ଧ ।

ସମଗ୍ର ଭାରତ ମୋର ଘର

ରାହୁଲ କହିଛନ୍ତି ଯେ, ମୋ ବିରୋଧରେ ୨୫-୩୦ ମାମଲା ରୁଜୁ ହୋଇଛି । ମୋର ଲୋକସଭା ସଦସ୍ୟତାକୁ ମଧ୍ୟ ରଦ୍ଦ କରାଯାଇଛି । ଏହା ସତ୍ତ୍ୱେ୍ୱ ମୁଁ କେବେ ହାର ମାନିନାହିଁ । ମୋର କୌଣସି ଘରର ଆବଶ୍ୟକତା ନାହିଁ, କାରଣ ସମଗ୍ର ଭାରତ ମୋର ଘର । ତେଲେଙ୍ଗାନାର ଲୋକମାନେ ଜନଅଧାକାର ଚାହୁଁଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏକ ପରିବାରର ଶାସନ ଚଳାଉଛନ୍ତି । ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ଏହା ଲୋକମାନଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ଅଧିକ ଅଧିକାର ଦେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami