୨ ଡ଼୍ରିମଗାର୍ଲଙ୍କ ସହ ଧର୍ମେନ୍ଦ୍ର : ଫଟୋ ସେୟାର କଲେ ଆୟୁଷ୍ମାନ

Above Post Content

ମୁମ୍ବାଇ: ବଲିଉଡର ସଫଳ ଦମ୍ପତି ଭାବେ ଅଭିନେତ୍ରୀ ହେମା ମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବେଶ୍ ଜଣାଶୁଣା । ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ଖୁବ୍ ପସନ୍ଦ କରନ୍ତି । ଦୀର୍ଘ ଦିନ ପରେ ଉଭୟଙ୍କୁ ହେମାଙ୍କ ୭୫ତମ ଜନ୍ମଦିନ ଭୋଜିରେ ଦେଖିବାକୁ ମିଳିଥିଲା । ନିକଟରେ ବଲିଉଡ୍‌ର ଡ୍ରିମ୍‌ଗାର୍ଲ ହେମାମାଳିନୀ ତାଙ୍କର ୭୫ତମ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରିଥିଲେ । ଏଥିରେ ରେଖା, ଈଶା ଦେଓଲ, ଜୟା ବଚ୍ଚନ, ସଲମାନ ଖାନ, ବିଦ୍ୟା ବାଲାନ, ଅନୁପମ ଖେର, ଆୟୁଷ୍ମାନ ଖୁରାନା ଏବଂ ଜ୍ୟାକି ଶ୍ରଫଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ସାମିଲ ହୋଇଥିଲେ । ତେବେ ଏହି ସମୟର ଏକ ଫଟୋକୁ ଏବେ ଅଭିନେତା ଆୟୁଷ୍ମାନ ଖୁରାନା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି ।

Middle post content

ହେମା, ଆୟୁଷ୍ମାନ ୨ ଡ଼୍ରିମ୍‌ଗାର୍ଲ

After 2nd paragraph post ads

ଏହି ଫଟୋରେ ଧର୍ମେନ୍ଦ୍ର ଏବଂ ହେମାଙ୍କ ସହ ନଜର ଆସିଛନ୍ତି ଆୟୁଷ୍ମାନ । ଆଉ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି- “ଧର୍ମେନ୍ଦ୍ର ପାଜି ଦୁଇ ଡ୍ରିମଗାର୍ଲଙ୍କ ମଧ୍ୟରେ ଫସିଯାଇଛନ୍ତି । ଉଲ୍ଲେଖ ଥାଉ କି ଯେ ‘ଡ୍ରିମଗାର୍ଲ’ ଫିଲ୍ମରେ ଆୟୁଷ୍ମାନ ଖୁରାନା ପୂଜା ଭୂମିକାରେ ଅଭିନୟ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଡ୍ରିମଗାର୍ଲ ମାନ୍ୟତା ଦିଆଯାଇଥିଲା । ଅନ୍ୟପଟେ ହେମା ମାଳିନୀଙ୍କୁ ମଧ୍ୟ ଡ୍ରିମଗାର୍ଲ ବୋଲି କୁହାଯାଏ । ଉଲ୍ଲେଖ ଥାଉ କି ଶେଷ ଥର ପାଇଁ ଆୟୁଷ୍ମାନଙ୍କୁ ଡ୍ରିମଗାର୍ଲ-୨ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ୨୫ ଅଗଷ୍ଟରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜ ସାଣ୍ଡେଲା । ଏହି ଚଳଚ୍ଚିତ୍ରରେ ଅନନ୍ୟା ପାଣ୍ଡେ, ପରେଶ ରାୱଲ, ଅନୁ କପୁର, ବିଜୟରାଜ ପ୍ରମୁଖ ଅଭିନୟ କରିଥିଲେ । ଏଥିରେ ଆୟୁଷ୍ମାନ ପୂଜା ଭୂମିକାରେ ଅଭିନୟ କରିଥିଲେ , ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami