୧୦ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବଜାରରେ ମହଜୁଦ ଅଛି : ଆରବିଆଇ

Above Post Content

ନୂଆଦିଲ୍ଲୀ: ୨ ହଜାର ଟଙ୍କିଆ ନୋଟର ବଦଳି ଅବଧି ଶେଷ ହୋଇଯାଇଛି । କିନ୍ତୁ ଏବେ ବି ବହୁ ୨ ହଜାର ଟଙ୍କା ନୋଟ ବଜାରରେ ଉପଲବ୍ଧ ରହିଛି । ବର୍ତ୍ତମାନ ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ମହଜୁଦ ଅଛି । ଖୁବ ଶୀଘ୍ର ଏହି ନୋଟଗୁଡିକ ଫେରି ଆସିବ ବୋଲି ଦୃଢ଼ ଆଶା ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

Middle post content

୮୭ ପ୍ରତିଶତ ହୋଇଛି ଫେରସ୍ତ

After 2nd paragraph post ads

ଆରବିଆଇ ଚଳିତ ବର୍ଷ ମେ ୧୯ ତାରିଖରେ ପ୍ରଚଳନ ହେଉଥିବା ୨୦୦୦ ଟଙ୍କିଆ ନୋଟକୁ ଫେରସ୍ତ ନିମନ୍ତେ ଘୋଷଣା କରିଥିଲା । ସେପ୍େଟମ୍ବର ୩୦ ତାରିଖ ସୁଦ୍ଧା ଏହାକୁ ଫେରସ୍ତ କରିବା ପାଇଁ ମଧ୍ୟ କୁହାଯାଇଥିଲା । ପରେ ଏହାକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସମସ୍ତ ଉଦ୍ୟମ ସତ୍ତ୍ୱେ ୧୦ ହଜାର କୋଟି ଟଙ୍କାର ନୋଟ ଏବେ ବି ଫେରସ୍ତ ହୋଇ ନାହିଁଏ ପର୍ଯ୍ୟନ୍ତ ୮୭ ପ୍ରତିଶତ ୨୦୦୦ ନୋଟ ବ୍ୟାଙ୍କ ଜମା ରୂପେ ଫେରସ୍ତ ମିଳିସାରିଛି । ସୂଚନାଯୋଗ୍ୟ, ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କା ନୋଟ ପ୍ରଚଳନକୁ ବନ୍ଦ କରିବା ପାଇଁ କହିଥିଲେ । ବଜାରରେ ଏ ନେଇ ଅପ୍ରୀତିକର ପରିସ୍ଥିତି ହେବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା । ଏବେ ପୁନର୍ବାର ଏହାକୁ ଫେରାଇନେବା ପାଇଁ ଘୋଷଣା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami