ବାଇକ୍‌ରେ ନବ ଦମ୍ପତିଙ୍କ ରୋମାନ୍ସ

Above Post Content

ନୂଆଦିଲ୍ଲୀ: ବାଇକ୍‌ରେ ପ୍ରେମୀଯୁଗଳ ରୋମାନ୍ସ କରିବାର ଅନେକ ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ହେଲେ ଏବେ ଏକ ନବଦମ୍ପତି ବାଇକ୍‌ରେ ଖୁଲମ୍‌ଖୁଲା ରୋମାନ୍ସ କରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସ୍ୱାମୀସ୍ତ୍ରୀ ବାଇକରେ ରୋମାନ୍ସ କରୁଛନ୍ତି । ଏହାକୁ ଦେଖିଲେ ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି ।

ରାଜରାସ୍ତାରେ କରୁଥିଲେ ଏପରି ହରକତ

After 2nd paragraph post ads

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ , ଜଣେ ଯୁବକ ବାଇକ୍ ଚଲାଉଛନ୍ତି । ଆଉ ତାଙ୍କ ସ୍ତ୍ରୀ ତାଙ୍କୁ ଜାବୁଡ଼ି ଧରିବା ସହ ସାମ୍ନା ପଟକୁ ପଛ କରି ବାଇକର ତେଲ ଟାଙ୍କି ଉପରେ ବସିଛନ୍ତି । ଆଉ ବାଇକ୍ ଚଲାଉଥିବା ଯୁବକଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ମଧ୍ୟ ଦେଉଛନ୍ତି । ରାଜରାସ୍ତା ଉପରେ ସେମାନେ ଏପରି ହରକତ କରୁଥିଲେ । ତେବେ ସେମାନଙ୍କ ଅଜାଣତରେ କେହି ଜଣେ ଏହି ଭିଡ଼ିଓ ରେକର୍ଡ଼ କରିବା ସହ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ବିନା ହେଲମେଟ୍‌ରେ ଦ୍ରୁତଗତିରେ ବାଇକ ଚଲାଉଥିବା ଦେଖିବାକୁ ମିଳିଛି ।

Middle post content

ତାଙ୍କୁ ପୋଲିସ ଜିମା ଦେବା ଦରକାର ବୋଲି କହିଲେ ଲୋକେ

ଭିଡିଓଟି ନୂଆଦିଲ୍ଲୀରୁ ଆସିଛି । ଉଭୟ ସ୍ୱାମୀ ସ୍ତ୍ରୀ ମୋରଡାବାଦର ବାସିନ୍ଦା ବୋଲି କୁହାଯାଉଛି । ଉଭୟ ନିକଟରେ ବିବାହ କରିଥିଲେ । ତଦନ୍ତ ପରେ ହାପୁଡ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ଏହି ଦୃଶ୍ୟ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । କେହି କେହି ଏହା ସମାଜକୁ କଳୁଷିତ କରୁଛନ୍ତି ବୋଲି କହୁଥିବା ବେଳେ ଆଉ କିଛି ସେମାନଙ୍କୁ ଧରି ପୋଲିସ ଜିମା ଦେବା ଦରକାର ବୋଲି ମତପ୍ରକାଶ ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami