ପୂଜା ବଜାରରେ ନଜର ଆସିଲେନି ଏହି ତିନି ହିଟ୍ ଯୋଡ଼ି

Above Post Content

ଭୁବନେଶ୍ୱର: ଏଥର ଦଶହରାରେ ବଡ଼ ପରଦାରେ ନଜର ଆସିଲେନି କିଛି ହିଟ୍ ଯୋଡ଼ି । ସେମାନଙ୍କ ଭିତରେ ଅଛନ୍ତି ଓଲିଉଡର ସବୁଠୁ ବେଶୀ ଲୋକପ୍ରିୟ ଯୋଡ଼ି ଅନୁଭବ-ବର୍ଷା, ସବ୍ୟସାଚୀ-ଅର୍ଚ୍ଚିତା ଓ ବାବୁସାନ୍‌-ଭୂମିକା । ଲଗାତର କିଛି ବର୍ଷ ହେଲା ଏହି ଯୋଡ଼ିଙ୍କୁ ପୂଜା ବଜାରରେ ଆଉ ଦେଖିବାକୁ ମିଳୁନାହିଁ । ଏଥର ଦଶହରାରେ ପରଦାକୁ ଆସିଛି ତିନିଟି ଓଡ଼ିଆ ଫିଲ୍ମ । ସେଗୁଡ଼ିକ ହେଲା ମାଲ୍ୟଗିରି, କଟକ ଶେଷରୁ ଆରମ୍ଭ ଓ ରାମ୍ । କଟକ ଶେଷରୁ ଆରମ୍ଭ ଫିଲ୍ମରେ ସିଦ୍ଧାନ୍ତ- ଅନୁ ଓ ଦେବାଶିଷ-ପୁନମ୍ ଯୋଡ଼ି ନଜର ଆସିଥିବା ବେଳେ ରାମରେ ଅରିନ୍ଦମ-ରୂପସାଙ୍କ ଯୋଡ଼ି ରହିଛି । ସେହିପରି ମାଲ୍ୟଗିରିରେ ଅଛନ୍ତି ବାବୁସାନ୍‌-ଶିବାନୀ ଓ ଅମ୍ଳାନ-ସୂର୍ଯ୍ୟମୟୀ ଯୋଡ଼ି ।

୮ ବର୍ଷ ହେଲା ଆସିନାହାନ୍ତି ଅନୁଭବ-ବର୍ଷା ଯୋଡ଼ି

After 2nd paragraph post ads

ଓଲିଉଡର ଲୋକପ୍ରିୟ ଯୋଡ଼ି ହେଲେ ଅନୁଭବ-ବର୍ଷା ପ୍ରିୟଦର୍ଶିନୀ । ଏହି ଯୋଡ଼ିଙ୍କୁ ଶେଷ ଥର ପାଇଁ ଦର୍ଶକ ପୂଜା ବଜାରରେ ‘ମେଣ୍ଟାଲ’ ଫିଲ୍ମରେ ଦେଖିବାକୁ ପାଇଥିଲେ । ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୧୪ରେ ପୂଜା ବଜାରରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ବିଶେଷ ଆଦୃତ ହୋଇ ନ ଥିଲା । ଏହାପରେ ଅନୁଭବ-ବର୍ଷାଙ୍କ ଯୋଡ଼ି ଦର୍ଶକ ୨୦୧୫,୨୦୧୬,୨୦୧୭, ୨୦୧୮, ୨୦୧୯, ୨୦୨୦, ୨୦୨୧ କି ୨୦୨୨ ପୂଜା ବଜାରକୁ ଆସି ନାହାନ୍ତି । ଏବର୍ଷ ବି ସମାନ କଥା ଦେଖିବାକୁ ମିଳିଛି ।

Middle post content

ଏଥର ବି ନିରାଶ ହେଲେ ଦର୍ଶକ

ସେହିପରି ଓଲିଉଡର ଆଉ ଏକ ସଫଳ ଯୋଡ଼ି ହେଲେ ସବ୍ୟସାଚୀ-ଅର୍ଚ୍ଚିତା । ଏହି ଯୋଡ଼ିର ଶେଷ ଦଶହରା ରିଲିଜ୍ ହେଲା ‘ଛାତି ତଳେ ଡିଂ ଡଙ୍ଗ୍‌’ । ୨୦୧୬ରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ । ଏହାପରେ ୨୦୧୭, ୨୦୧୮, ୨୦୧୯, ୨୦୨୦, ୨୦୨୧ କି ୨୦୨୨ରେ ପୂଜା ବଜାରକୁ ଆସି ନ ଥିଲା ସବ୍ୟସାଚୀ -ଅର୍ଚ୍ଚିତା ଯୋଡ଼ିର କୌଣସି ଫିଲ୍ମ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ । ସେମାନଙ୍କ ଫିଲ୍ମ ପୂଜାରେ ଦେଖିବାକୁ ଦର୍ଶକ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ହେଲେ ଏଥର ବି ନିରାଶ ହେବାକୁ ପଡ଼ିଛି ଦର୍ଶକଙ୍କୁ ।

୪ ବର୍ଷ ଧରି ପୂଜା ବଜାରରୁ ଗାଏବ ଅଛନ୍ତି ବାବୁସାନ-ଭୂମିକା ଯୋଡ଼ି

ବାବୁସାନ୍‌-ଭୂମିକା ଯୋଡ଼ିର ପ୍ରଥମ ଫିଲ୍ମ ହେଲା ‘ହିରୋ ନମ୍ବର ୱାନ୍‌’, ଯାହା ୨୦୧୭ ପୂଜା ବଜାରରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ବାବୁସାନ୍‌-ଭୂମିକା ଯୋଡ଼ି ବି ଜମି ଯାଇଥିଲା । ଏହାପରେ ପୁଣିଥରେ ୨୦୧୮ ପୂଜା ବଜାରରେ ବାବୁସାନ୍‌-ଭୂମିକାଙ୍କ ଯୋଡ଼ିକୁ ‘ଶ୍ରୀମାନ୍ ସୁରଦାସ’ରେ ଦର୍ଶକ ଦେଖିବାକୁ ପାଇଥିଲେ । ଠିକ୍ ସେହିପରି ୨୦୧୯ ପୂଜା ବଜାରରେ ବି ବାବୁସାନ୍ ଓ ଭୂମିକାଙ୍କୁ ଏକାଠି ଏକ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ହେଲା ‘ମିଷ୍ଟର୍ ମଜନୁ’ । ଏଥିରେ ଅବଶ୍ୟ ଭୂମିକା ମୁଖ୍ୟ ନାୟିକା ନ ଥିଲେ । ତାଙ୍କୁ ଏଥିରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିଥିଲା କ୍ଲାଇମାକ୍ସରେ । ଏହି ଦୃଶ୍ୟରେ ବାବୁସାନଙ୍କ ସହ ଦେଖା ଦେଇଥିଲେ ଭୂମିକା । ହେଲେ ଗତ ୪ ବର୍ଷ ଧରି ପୂଜା ବଜାରରୁ ଗାଏବ ଅଛନ୍ତି ଏହି ଯୋଡ଼ି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami