ଆଡଭାନୀଙ୍କୁ ବାସଭବନରେ ଭେଟି ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କଲେ ରାଷ୍ଟ୍ରପତି

Above Post Content

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଘରକୁ ଯାଇ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ବାସଭବନରେ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିଛନ୍ତି । ଗତ ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମ୍ମାନ ପ୍ରଦାନ ସମାରୋହରେ ଆଡଭାନୀ ଯୋଗ ଦେଇପାରି ନ ଥିଲେ । କାରଣ କିଛିଦିନ ହେବ ସେ ଅସୁସ୍ଥ ଅଛନ୍ତି । ତେଣୁ ସେ ଘରେ ବିଶ୍ରାମ ନେଉଛନ୍ତି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଲାଲକୃଷ୍ଣ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ଘଟଣାକୁ ଖୁବ ପ୍ରଶଂସା କରାଯାଉଛି ।

Middle post content

ଶରୀର ଅସୁସ୍ଥ ଯୋଗୁ ସମାରୋହରେ ସାମିଲ ହୋଇପାରି ନ ଥିଲେ

After 2nd paragraph post ads

ଚରଣ ସିଂ, ନରସିଂହ ରାଓ, କର୍ପୁରୀ ଠାକୁର ଏବଂ ସ୍ୱାମୀନାଥନଙ୍କୁ ପୂର୍ବରୁ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା । ଗତଶନିବାର ଭାରତ ରତ୍ନ ପୁରସ୍କାରକୁ ଚୌଧୁରୀ ଚରଣ ସିଂଙ୍କ ନାତି ଜୟନ୍ତ ସିଂ, ନରସିଂହ ରାଓଙ୍କ ପୁଅ ପି.ଭି ପ୍ରଭାକର ରାଓ, କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଏବଂ ଏମଏସ୍ ସ୍ୱାମୀନାଥନଙ୍କ ଝିଅ ନିତ୍ୟା ରାଓ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିଛନ୍ତି । ହେଲେ ଲାଲକୃଷ୍ଣ ଆଡ଼ଭାନୀ ତାଙ୍କ ଶରୀର ଅସୁସ୍ଥ ଥିବାରୁ ଏହି ସମାରୋହରେ ସାମିଲ ହୋଇପାରି ନ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami