ଏକଛତ୍ରବାଦୀ ଶାସନକୁ ଶେଷ କରିବାକୁ ଅଣ୍ଟା ଭିଡ଼ିଲେ ବିରୋଧୀ

Above Post Content

ନୂଆଦିଲ୍ଲୀ: ଇଣ୍ଡିଆ ଆଲାଇନ୍ସର ନେତାମାନେ ଆଜି ଦିଲ୍ଲୀର ଐତିହାସିକ ରାମଲୀଳ ମଇଦାନରେ ‘ଲୋକତନ୍ତ୍ର ବଞ୍ଚାଅ’ ରାଲି କରିଛନ୍ତି । ଏନେଇ ରାମଲୀଳା ମଇଦାନରେ ଇଣ୍ଡିଆ ଆଲାଇନ୍ସର ବରିଷ୍ଠ ନେତାଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଛି । ମଇଦାନ ଚାରିପାଖରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀମାନେ ଏହି ରାଲି ମାଧ୍ୟମରେ ଦେଶରେ ଏକତାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ଏହି ପୂରା କାର୍ଯ୍ୟକ୍ରମକୁ ବିରୋଧୀ ଦଳର ଏକତାର ପ୍ରଦର୍ଶନ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଛିଡା ହୋଇଥିବା ଦେଖାଯାଉଛି ।

Middle post content

ଏହି ରାଲି କୌଣସି ବ୍ୟକ୍ତିଙ୍କୁ ନେଇ ନୁହେଁ

After 2nd paragraph post ads

ମାର୍ଚ୍ଚ ୨୧ ରେ ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା । ସେ ବର୍ତ୍ତମାନ ଇଡିର ହେପାଜତରେ ଅଛନ୍ତି । ଆମ୍ ଆଦମୀ ପାର୍ଟିର ନେତାମାନେ ଏହି ରାଲିକୁ କେବଳ କେଜ୍ରିୱାଲଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ କରୁଥିବାବେଳେ କଂଗ୍ରେସ କହିଛି ଏହା ଦ୍ୱାରା କୌଣସି ବ୍ୟକ୍ତିଙ୍କ ଉପରେ ଗୁରୁତ୍ୱାରୋପ କରାଯାଇନାହିଁ । କଂଗ୍ରେସ ମୁଖପାତ୍ର ଜୟରାମ ରମେଶ କହିଛନ୍ତି, “ଏହା କୌଣସି ବ୍ୟକ୍ତିଙ୍କ ଉପରେ ଆଧାରିତ ଏକ ରାଲି ନୁହେଁ । ସେଥିପାଇଁ ଆମେ ଏହାକୁ ‘ଲୋକତନ୍ତ୍ର ବଞ୍ଚାଅ’ ରାଲି ନାମକରଣ କରିଛୁ । ଏଥିରେ ୨୭ ରୁ ୨୮ଟି ରାଜନୈତିକ ଦଳ ଅଂଶଗ୍ରହଣ କରିଛନ୍ତି । ଇଣ୍ଡିଆ ଆଲାଇନ୍ସର ସମସ୍ତ ବରିଷ୍ଠ ନେତା ଏହି ରାଲିରେ ଉପସ୍ଥିତ ଅଛନ୍ତି । ଏଥି ସହ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଏହି ରାଲିରେ ଅଂଶଗ୍ରହଣ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami