ବିଜେଡିରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ

Above Post Content

ଭୁବନେଶ୍ୱର : ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଚିରଞ୍ଜୀବ ଓ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।

ସାରା ରାଜ୍ୟରେ ଚିରଞ୍ଜୀବଙ୍କ ରହିଛି ସ୍ୱତନ୍ତ୍ର ପରିଚୟ

After 2nd paragraph post ads
Middle post content

ଗତ ଶନିବାର ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ । ସେ ୨୦୦୪ ରେ ତିର୍ତୋଲ ଏବଂ ୨୦୧୪ରେ ଜଗତସିଂହପୁରରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ୨୦୧୯ରେ ସେ ଜଗତସିଂହପୁରରୁ ପରାଜିତ ହୋଇଥିବା ବେଳେ ବିଜେଡିରୁ ପ୍ରଶାନ୍ତ ମୁଦୁଲି ଜିତିଥିଲେ । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଚିରଞ୍ଜୀବ ବିଶ୍ୱାଳ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହି ଅବସରରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ, ଚିରଞ୍ଜୀବ ଆଜିର ମୁଖ୍ୟ ଆକର୍ଷଣ । ତାଙ୍କ ପରିଚୟର ଆବଶ୍ୟକତା ନାହିଁ । ଆଜି ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ସେ ଆଗ ଧାଡ଼ିର ନେତା । କେବଳ ତିର୍ତୋଲ କି ଜଗତସିଂହପୁର ନୁହେଁ, ସାରା ରାଜ୍ୟରେ ତାଙ୍କର ପରିଚୟ ରହିଛି । ତାଙ୍କ ଯୋଗଦାନ ଦ୍ୱାରା ସାରା ଓଡିଶାରେ ବିଜେଡିକୁ ସୁସଙ୍ଗଠିତ ଓ ସୁଦୃଢ କରିବ । ଯେଉଁ ମାନେ ଭଲ କାମ କରିଛନ୍ତି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚିତ ଫଳ ଦିଅନ୍ତି । ତେଣୁ ଚିରଞ୍ଜୀବଙ୍କ ଭବିଷ୍ୟତ ଉଜ୍ଜଳ । ଚିରଞ୍ଜୀବଙ୍କ ସହ ରବୀନ୍ଦ୍ର ମହାନ୍ତି, ନିରଞ୍ଜନ ବେଉରା, ଯୋଗିନାଥ ବାହୁବଳେନ୍ଦ୍ର, ସୁନୀଲ ମାଟିଆ, ମାମିନା ଦଳେଇ, ସୁବାସ ସାହୁ, ପ୍ରଶାନ୍ତ ମଲ୍ଲିକଙ୍କ ସମେତ ଶତାଧିକ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରରେ ଉପସ୍ଥିତ ଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଚିରଞ୍ଜୀବ ବିଶ୍ୱାଳଙ୍କୁ ବିଜୁ ପରିବାରକୁ ସ୍ୱାଗତ । ତାଙ୍କ ସହ ଆସିଥିବା କର୍ମୀ ମାନଙ୍କୁ ସ୍ୱାଗତ । ଏହି ଯୋଗଦାନ ଦ୍ୱାରା ସାରା ଓଡିଶାରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି ।

ଛୋଟିଆ କର୍ମୀ ଭାବେ ରହିବି

ଅନ୍ୟପଟେ ବିଜେଡିରେ ଯୋଗଦେବା ପରେ ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ମୋ ସହ କଂଗ୍ରେସ ତ୍ୟାଗ କରି ଆସିଥିବା ନେତାଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଆସିବାକୁ ସହମତି ଦେଇଥିବାରୁ କୃତଜ୍ଞତା ଜଣାଉଛି । କିଛି ସ୍ୱାର୍ଥ ନେଇ ମୁଁ ବିଜେଡିକୁ ଆସିନାହିଁ । ୨୫ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ଜନସେବା କାର୍ଯ୍ୟକ୍ରମ, ମହିଳା, ଗାଁ ଓ ଗରିବଙ୍କ ପାଇଁ କାମ, ଗରିବ ରାଜ୍ୟକୁ ଖାଦ୍ୟ ବଳକା ରାଜ୍ୟ କରିବାରେ ତାଙ୍କ ଅବଦାନ ଯୋଗୁଁ ମିଶିଛି । ଛୋଟିଆ କର୍ମୀ ଭାବେ ରହିବି ଓ ହାଇକମାଣ୍ଡଙ୍କ ନିର୍ଦେଶରେ କାମ କରିବି । ସବୁ କର୍ମୀ ମନପ୍ରାଣ ଦେଇ ବିଜେଡି ପାଇଁ କାମ କରିବେ । ୧୨୦ରୁ ଅଧିକ ବିଧାୟକ ଓ ୧୫ ରୁ ଅଧିକ ସାଂସଦ ଜିତାଇବାକୁ ଗୁଣ୍ଡୁଚି ମୂଷା ପରି ବିଜେଡି ପାଇଁ କାମ କରିବି ବୋଲି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami