ଆରମ୍ଭ ହେବ ପ୍ରିପେଡ୍ ଅଟୋ ସେବା, ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଆପ

Above Post Content

ଭୁବନେଶ୍ୱର: ପୁଣିଥରେ ଆରମ୍ଭ ହେବ ପ୍ରିପେଡ଼୍ ଅଟୋସେବା । ବିଡିଏ ଏହି ପ୍ରିପେଡ୍ ଅଟୋ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି । ତେବେ ଏଥିପାଇଁ କାଉଣ୍ଟର ଖୋଲା ଯିବନାହିଁ । ସବୁ ଅନ୍‌ଲାଇନ୍ ହେବ । ଏଥିପାଇଁ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ ହେବ । ପ୍ରତିଷ୍ଠିତ କମ୍ପାନି ଏହି ଆପ୍ ପ୍ରସ୍ତୁତ କରିବ । ବିଡିଏ ଜରିଆରେ ଏହି ଠିକା ସଂସ୍ଥା ଏହାକୁ ପରିଚାଳନା କରିବ । ଓଲା, ଉବେର ଭଳି ଆପ୍ ଜରିଆରେ ଯାତ୍ରୀମାନେ ଏହି ଆଟୋ ବୁକ୍ କରିବେ । ଫଳରେ ଯାତ୍ରୀମାନେ ଦରକୁ ନେଇ ଠକାମୀରେ ପଡ଼ିବେ ନାହିଁ । ନିର୍ଦ୍ଦିଷ୍ଟ ଦୂରତା ପାଇଁ ଦର ଧାର୍ଯ୍ୟହେବ । ଅଟୋ ଚାଳକ ତା’ଠାରୁ ଅଧିକ ନେଇ ପାରିବେ ନାହିଁ ।

ଜିପିଏସ୍ ଜରିଆରେ ଅଟୋଗୁଡ଼ିକୁ କରାଯିବ ଟ୍ରାକ୍

After 2nd paragraph post ads
Middle post content

ଯେଉଁ ଅଟୋଗୁଡ଼ିକ ଏହି ପ୍ରିପେଡ୍ ବ୍ୟବସ୍ଥାରେ ସାମିଲ୍ ହେବେ, ସେମାନେ ବିଡିଏରେ ପଞ୍ଜୀକୃତ ହେବେ । ଫଳରେ ଠକିଲେ, ଅସଦାଚରଣ କଲେ ବା ଅନ୍ୟ କୌଣସି ଅଭିଯୋଗ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିପିଏସ୍ ଜରିଆରେ ଅଟୋଗୁଡ଼ିକୁ ଟ୍ରାକ୍ କରାଯିବ । ଫଳରେ ଯାତ୍ରୀ ପଞ୍ଜୀକରଣ କରିଥିବା ଗନ୍ତବ୍ୟସ୍ଥଳରୁ ଅନ୍ୟଆଡ଼େ ଗଲେ ଆପ୍ ଜରିଆରେ ଜାଣିହେବ । ବିଶେଷ କରି ବରମୁଣ୍ଡା ବସ୍‌ଷ୍ଟାଣ୍ଡ(ବିଏସ୍‌ଏବିଟି)କୁ ପ୍ରାଧାନ୍ୟ ଦିଆଯିବ । ବସ୍‌ଷ୍ଟାଣ୍ଡରୁ ସହରର ଯେ କୌଣସି ସ୍ଥାନକୁ ଯିବାପାଇଁ ଦୂରତା ଅନୁସାରେ ଦର ଧାର୍ଯ୍ୟହେବା ସହ ସର୍ବସାଧାରଣ କରାଯିବ । ଆପ୍ ପ୍ରସ୍ତୁତ କରିବା ପାଇଁ ଠିକାଦାର ଚୟନ କରିବାକୁ ବିଡିଏ ଟେଣ୍ଡର ଡାକିଛି ।

ପୂର୍ବରୁ ବି ଆରମ୍ଭ ହୋଇଥିଲା ପ୍ରିପେଡ଼ ଅଟୋ ସେବା

୨୦୧୫ ମାର୍ଚ୍ଚ ୨୩ ତାରିଖରେ କମିସନରେଟ ପୋଲିସ ରେଳଷ୍ଟେସନ, ବରମୁଣ୍ଡା ବସଷ୍ଟାଣ୍ଡ ଓ କିଟ୍ କ୍ୟାମ୍ପସ ନିକଟରେ ଆରମ୍ଭ କରିଥିଲା ପ୍ରିପେଡ୍ ଅଟୋ ସେବା । ଲକ୍ଷ୍ୟ ଥିଲା ଯାତ୍ରୀମାନେ ଯେଭଳି ଠକେଇର ଶିକାର ନ ହେବେ । ବିଳମ୍ବିତ ରାତିରେ ମଧ୍ୟ ଉଚିତ ମୂଲ୍ୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ । ଏଥିପାଇଁ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଏହି କେନ୍ଦ୍ରରେ ନିଯୁକ୍ତି ପାଇଥିଲେ । ଫଳରେ ଲୋକଙ୍କର ଭରସା ହେଉଥିଲା । ଅଗ୍ରିମ ଦେୟ ପୈଠ କରି ଯାତ୍ରୀ ଏହି ପ୍ରିପେଡ୍ ଅଟୋ ବ୍ୟବହାର କରୁଥିଲେ । ହେଲେ ବର୍ଷେ ଚାଲିବା ପରେ ଏହା ଫେଲ୍ ମାରିଲା । ପରେ ଏଠାରୁ ପୋଲିସ୍ କର୍ମଚାରୀଙ୍କୁ ବି ହଟାଇ ନିଆଗଲା । ସେହିପରି ୨୦୧୪ ଜୁନ୍ ୧୪ରେ ଉଦ୍‌ଘାଟିତ ହୋଇଥିଲା ‘ପିଙ୍କ୍ ଅଟୋ’ ସେବା । ସହଜରେ ଚିହ୍ନିବା ପାଇଁ କିଛି ଅଟୋକୁ ପିଙ୍କ୍ ରଙ୍ଗ ବି ଦିଆଗଲା । ମହିଳାଯାତ୍ରୀଙ୍କୁ ପରିବହନରେ ପ୍ରାଧାନ୍ୟ ଦେବା ଥିଲା ଏହାର ଲକ୍ଷ୍ୟ । ଏହି ଅଟୋ ଚାଳକଙ୍କ ପାଇଁ ଯାବତୀୟ କଟକଣା ସହ ସ୍ୱତନ୍ତ୍ର ପିଙ୍କ୍ ଅଟୋ ଟିକଟ୍ କାଉଣ୍ଟର ମଧ୍ୟ ଖୋଲା ଯାଇଥିଲା । କିଛି ଦିନ ଚାଲିବା ପରେ କେବଳ ମହିଳା ଯାତ୍ରୀଙ୍କୁ ଅପେକ୍ଷା କରି ଅଟୋ ଚାଳକ ହତାଶ ହେଲେ । ଏଣୁ ପିଙ୍କ୍ ଅଟୋରେ ପୁରୁଷ ଯାଆସ କଲେ । ଅଟକିଗଲା ଏହି ଯୋଜନା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami