ହାଜତରୁ ସରକାର ଚଳାଇବା ସହଜ ନୁହେଁ

Above Post Content

ନୂଆଦିଲ୍ଳୀ: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଭାରତୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି । ସ୍ୱାଧୀନ ଭାରତର ଇତିହାସରେ ଏମିତି ବିଚିତ୍ର ପରିସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା । କ୍ଷମତାରେ ଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଏବଂ ଗିରଫ ହେବାର ୪୮ ଘଣ୍ଟା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସେ ଇଡି ହାଜତରେ ଅଛନ୍ତି । ତଥାପି ସେ ତାଙ୍କ ପଦରୁ ଇସ୍ତଫା ଦେଇ ନାହାନ୍ତି ।

ଜେଲରେ କେଜ୍ରିୱାଲଙ୍କୁ ସ୍ୱତନ୍ତ୍ର ସୁବିଧା ମିଳିବା ଅସମ୍ଭବ

After 2nd paragraph post ads
Middle post content

ଆଇନ ବିଶାରଦଙ୍କ କହିବା କଥା, କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ । ସେ ନିଜ ଆଡ଼ୁ ଇସ୍ତଫା ନଦେବା ପର୍ଯ୍ୟନ୍ତ କେହି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିପାରିବେ ନାହିଁ । ଆଇନ ଅନୁସାରେ ଜଣେ ବ୍ୟକ୍ତି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଏହି ପଦରେ ରହିପାରିବେ । କିନ୍ତୁ ଜେଲ୍ ହାଜତରେ ଥାଇ ସରକାର ଚଳାଇବା ସହଜ ନୁହେଁ । କାରଣ ଜେଲ୍ ମାନୁଆଲରେ ସମସ୍ତ କଏଦୀ ସମାନ । କାହାକୁ ସ୍ୱତନ୍ତ୍ର ସୁବିଧା ଦିଆଯାଇ ପାରିବ ନାହିଁ । ତେବେ ଉପରାଜ୍ୟପାଳ ଚାହିଁଲେ କୌଣସି ଏକ ଗେଷ୍ଟହାଉସକୁ ଜେଲ୍ ଘୋଷଣା କରି ସେଠାର ମୁଖ୍ୟମନ୍ତ୍ରୀଙ୍କୁ ରଖିପାରିବେ । ଅତୀତରେ ଦିଲ୍ଲୀ ଉପରାଜ୍ୟପାଳ ଏହା କରିଥିବାର ଦୃଷ୍ଟାନ୍ତ ବି ରହିଛି । ୨୦୦୦ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ କ୍ଷେତ୍ରରେ ଏବଂ ୨୦୧୪ରେ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ କ୍ଷେତ୍ରରେ ଏପରି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କେଜ୍ରିୱାଲଙ୍କ କ୍ଷେତ୍ରରେ ଏହାର ସମ୍ଭାବନା କ୍ଷୀଣ ।

ଜରୁରୀ ଶୁଣାଣି ପାଇଁ ମନାକଲେ ହାଇକୋର୍ଟ

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଶନିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରବିବାର ସୁଦ୍ଧା ଏହି ଆବେଦନର ତୁରନ୍ତ ଶୁଣାଣି କରିବାକୁ ସେ ନିବେଦନ କରିଥିବାବେଳେ ହାଇକୋର୍ଟ ଜରୁରୀ ଶୁଣାଣି ପାଇଁ ତାଙ୍କ ନିବେଦନକୁ ଖାରଜ କରିଛନ୍ତି । ବୁଧବାର କୋର୍ଟ ଖୋଲିବା ପରେ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ବୋଲି କୋର୍ଟ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami