ରାଜ୍ୟରେ ନୂଆ ଦିଗ ଦେଖାଇବ ବ୍ୟାଡ୍‌ମିଣ୍ଟନ୍

Above Post Content

ଭୁବନେଶ୍ୱର : ହକି, ଫୁଟ୍‌ବଲ୍ ପରେ ଏବେ ବ୍ୟାଡ୍‌ମିଣ୍ଟନ୍ ଖେଳରେ ଏକ ନୂଆ ଦିଗନ୍ତ ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା । ବ୍ୟାଡ୍‌ମିଣ୍ଟନ୍‌ରେ ରୁଚି ରଖୁଥିବା ଯୁବପିଢ଼ିଙ୍କୁ ଏକ ବିସ୍ତୃତ ଭିତ୍ତିଭୂମି ଯୋଗାଇଦେବା ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ତିଆରି ହେଉଛି ସଟଲ୍ ଆକୃତିର ବ୍ୟାଡମିଣ୍ଟନ୍ ଏକାଡେମୀ । ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ସୁବିଧା ଥିବା ଏହି ଏକାଡେମୀ ଦେଶରେ ପ୍ରଥମ ବୋଲି କୁହାଯାଉଛି । ନିର୍ମାଣାଧୀନ ଅବସ୍ଥାରେ ଥିବା ଏହି ଷ୍ଟାଡ଼ିୟମ ଖୁବ୍‌ଶୀଘ୍ର ଶେଷ ସ୍ପର୍ଶ ପାଇବ । ତେବେ ଏହି ଷ୍ଟାଡିୟମ୍‌ଟି ଦେଖିବାକୁ ଦର୍ଶକଙ୍କ ପାଇଁ ଯେତିକି ଆକର୍ଷଣୀୟ, କ୍ରୀଡ଼ାପ୍ରେମୀଙ୍କ ପାଇଁ ସେତିକି ଉତ୍ସାହପ୍ରଦ ।

ରିଲ୍ସ କରିବା ପାଇଁ ଲାଗୁଛି ଭିଡ଼

After 2nd paragraph post ads
Middle post content

କ୍ରୀଡ଼ା ହବ୍ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏବେ ଆକର୍ଷଣର ଅନ୍ୟତମ କେନ୍ଦ୍ର ପାଲଟିଛି ଏହି ସଟଲ୍ ଷ୍ଟାଡିୟମ୍ । ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ କଳିଙ୍ଗ ଷ୍ଟାଡିୟମ୍‌ର ୮-ବି ଫାଟକ ପାଖରେ ଏହି ବ୍ୟାଡ୍‌ମିଣ୍ଟନ୍ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ରାଜପଥରେ ଯାଉଥିବା ଯେକେହି ପଥଚାରୀ ଏହାର ନିର୍ମାଣଶୈଳୀକୁ ଦେଖି ଘଡ଼ିଏ ଅଟକିଯାଉଛି । ଏଭଳି ଏକ ଗମ୍ବୁଜ ଆକୃତିର କ’ଣ ନିର୍ମାଣ ହେଉଛି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । ବ୍ୟାଡ୍‌ମିଣ୍ଟନର ସଟଲ୍ ମୁଣ୍ଡ ଆକୃତିର ବା ବଲ୍‌ର ଅଧାଫାଳ ଭଳି ଦେଖିବାକୁ ଏହି କୋଠା । ଏହାସହ ଉପରି ଭାଗରେ ଯେଉଁଠି ପର ଲାଗିଥାଏ, ସେଠାରେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଆଲୋକମାଳା ସଜାଗଲାଣି । ଆଗକୁ ଆହୁରି ସୁନ୍ଦର ଭାବେ ଏହାକୁ ସଜ୍ଜିତ କରାଯିବ । ବିଶେଷକରି ରାତିରେ ଏହି ଷ୍ଟାଡିୟମ୍ କୋଠାର ଉପରିଭାଗରେ ପ୍ରଦର୍ଶିତ ହେଉଥିବା ଝଲମଲ ଆଲୋକମାଳା ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି । ଏଠାରେ ଫଟୋ ଏବେ ରିଲ୍ସ କରିବା ପାଇଁ ସନ୍ଧ୍ୟାରେ ଭିଡ଼ ଲାଗୁଛି ।ଏହି ଷ୍ଟାଡିୟମ୍ ନିର୍ମାଣକୁ ଦେଖି ଓଡ଼ିଶାରେ ବ୍ୟାଡ୍‌ମିଣ୍ଟନ୍ ଖେଳ ପ୍ରତି ରୁଚି ରଖୁଥିବା ପିଲାଙ୍କର ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି ।

ଖୁବ୍‌ଶୀଘ୍ର ପୂର୍ଣ୍ଣ ରୂପ ନେବ ଷ୍ଟାଡ଼ିୟମ

ରାଜ୍ୟ ସରକାରଙ୍କ ସହଯୋଗିତାରେ ‘ଡାଲ୍‌ମିଆ ଭାରତ ଗ୍ରୁପ୍‌’ ପୃଷ୍ଠପୋଷକତାରେ ଏହାର ନିର୍ମାଣ କାମ ଚାଲିଛି । ଏସ୍‌ପିଡି କନ୍‌ଷ୍ଟ୍ରକସନ୍ ଏହାର ନିର୍ମାଣ ଦାୟିତ୍ୱ ନେଇଛି । ଦିଲ୍ଲୀର ଖ୍ୟାତନାମା ଆରକିଟେକ୍ଟ କମ୍ପାନୀ ‘ଆରକୋହମ୍‌’ ଏହାର ଡିଜାଇନ୍ କରିଛି । ଏହାକୁ ଡାଲ୍‌ମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମୀ ବା ବ୍ୟାଡ୍‌ମିଣ୍ଟନ୍ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ବୋଲି କୁହାଯାଉଛି । ୨୦୨୦ ଅଗଷ୍ଟରୁ ଏହାର ନିର୍ମାଣ କାମ ଆରମ୍ଭ ହେଲାଣି, ଯାହା ଖୁବ୍‌ଶୀଘ୍ର ପୂର୍ଣ୍ଣ ରୂପ ନେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami