ନିର୍ବାଚନ ପୂର୍ବରୁ କମିଲା ପେଟ୍ରୋଲ, ଡିଜେଲ ଦର

Above Post Content

ନୂଆଦିଲ୍ଲୀ: ନିର୍ବାଚନ ଅବ୍ୟବହିତ ପୂର୍ବରୁ ଗୁରୁବାର ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି । ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି । ଶୁକ୍ରବାର ଭୋର ୬ଟାରୁ ସଂଶୋଧିତ ଦର ଲାଗୁ ହୋଇଛି । ତେଲ ଦର କମିଥିବା ବିଷୟରେ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତେଲ ଦର ହ୍ରାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ପ୍ରମାଣିତ କରିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ସୁବିଧା ଓ ମଙ୍ଗଳ ତାଙ୍କର ମୂଳ ଲକ୍ଷ୍ୟ । ଆନ୍ତର୍ଜାତିକ ବଜାରରେ ତୈଳ ସଙ୍କଟ ସତ୍ତ୍ୱେ ଗତ ଅଢ଼େଇ ବର୍ଷ ହେବ ଭାରତରେ ପେଟ୍ରୋଲ୍ ଦାମ୍ ୪.୬୫ ପ୍ରତିଶତ ହ୍ରାସ ପାଇଛି ବୋଲି ସେ କହିଛନ୍ତି । ଶେଷ ଥର ପାଇଁ ୨୦୨୨ ମେ’ରେ ତେଲ ଦରରେ ପରିବର୍ତ୍ତନ ଘଟିଥିଲା । ତା’ପରେ ଦାମ୍ ସ୍ଥିର ରହିଥିଲା ।

Middle post content

ଦୀର୍ଘଦିନ ପରେ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି

After 2nd paragraph post ads

ଦୀର୍ଘଦିନ ପରେ ଗ୍ରାହକମାନଙ୍କୁ ତେଲ ଦରରୁ ଆଶ୍ୱସ୍ତି ମିଳିଛି । ହ୍ରାସ ଘୋଷଣା ପରେ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପିଛା ଦାମ୍ ପାଖାପାଖି ୨ ଟଙ୍କା ୧୩ ପଇସା ହ୍ରାସ ପାଇ ୧୦୧ ଟଙ୍କା ୬ ପଇସା ହୋଇଛି । ପୂର୍ବରୁ ଲୋକମାନେ ଲିଟର ପିଛା ୧୦୩ ଟଙ୍କା ୧୯ ପଇସାରେ ପେଟ୍ରୋଲ୍ କିଣୁଥିଲେ । ସେହିପରି ଡିଜେଲ୍ ମୂଲ୍ୟରେ ପ୍ରାୟ ୨ ଟଙ୍କା ୧୨ ପଇସା ହ୍ରାସ ଘଟିଛି । ପୂର୍ବରୁ ଡିଜେଲ୍ ୯୪ ଟଙ୍କା ୭୬ ପଇସାରେ ବିକ୍ରି ହେଉଥିଲା । ଏହି ଦାମ୍ ୯୨ ଟଙ୍କା ୬୪କୁ ହ୍ରାସ ପାଇଛି । ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୧୦୦ ଟଙ୍କା ହ୍ରାସ ଘୋଷଣା କରିଥିଲେ । ଦେଶରେ ସିଏନ୍‌ଜି ଦାମ୍ କିଗ୍ରା ପିଛା ପାଖାପାଖି ଅଢ଼େଇ ଟଙ୍କା ହ୍ରାସ ପାଇଥିଲା । ଆସନ୍ତା ମାସରୁ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ତାରିଖ ଶୀଘ୍ର ଘୋଷଣା ହେବ ବୋଲି ଆଶା କରାଯାଉଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି । ପେଟ୍ରୋଲ୍ ଓ ଡିଜେଲ୍‌ର ଖୁଚୁରା ଦାମ୍ ମୁଖ୍ୟତଃ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ଓ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଉପରେ ନିର୍ଭର କରିଥାଏ । ଏବେ ଅଶୋଧିତ ତେଲ ଦାମ୍ ୮୦ ଡଲାର ପାଖାପାଖି ଥିବା ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୨ ଟଙ୍କା ୮୭ ପଇସା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami