କଲେଜରେ ହେଲମେଟ ପିନ୍ଧି ପଢନ୍ତି ଛାତ୍ରୀଛାତ୍ର

Above Post Content

ଝାଡଖଣ୍ଡ: ସାଧାରଣତଃ ଗାଡ଼ି ଚଲାଇବା ସମୟରେ ସୁରକ୍ଷା ଲାଗି ସମସ୍ତେ ହେଟମେଟ ପିନ୍ଧିଥାନ୍ତି । ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସରକାର ମଧ୍ୟ ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ସଡ଼କ ସୁରକ୍ଷା ନିୟମ ଅନୁଯାୟୀ, ଯଦି ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । କେବଳ ଚାଳକ ନୁହେଁ, ପଛରେ ବସିଥିବା ଲୋକଙ୍କୁ ବି ହେଲମେଟ୍ ପିନ୍ଧିବା ଜରୁରୀ । ଆପଣ ହେଲମେଟ ନ ପିନ୍ଧନ୍ତି ତେବେ, ଏଥିପାଇଁ ଆପଣଙ୍କୁ ହଜାର ହଜାର ଟଙ୍କା ଜରିମନା ମଧ୍ୟ ଦେବାକୁ ପଡିଥାଏ । ତେବେ ଆପଣ ଜାଣିଛନ୍ତି କି କଲେଜରେ କ୍ଲାସରୁମ୍‌ରେ ପଢିବା ସମୟରେ ଛାତ୍ରଛାତ୍ରୀ ହେଲମେଟ ପିନ୍ଧନ୍ତି? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କଲେଜ ପିଲାମାନେ ମୁଣ୍ଡରେ ହେଲମେଟ ପିନ୍ଧି ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ପଛର କାରଣ ଅତ୍ୟନ୍ତ ଦୁଃଖଦାୟକ । ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ?

Middle post content

ବାରମ୍ବାର ଅଭିଯୋଗ କଲେ ବି ଶୁଣୁନାହାନ୍ତି ପ୍ରଶାସନ

After 2nd paragraph post ads

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝାଡଖଣ୍ଡର ଜାମସେଦପୁରରୁ । କୋଲହାନ ବିଶ୍ୱବିଦ୍ୟାଳୟର ୱାର୍କର୍ସ କଲେଜର କୋଠା ଦୟନୀୟ ହୋଇପଡ଼ିଛି । କୋଠା ପୁରୁଣା ହେତୁ ପ୍ରତିଦିନ ବିଲ୍ଡିଂର ଛାତରୁ କିଛି ଅଂଶ ଖସିପଡୁଛି । ନିକଟରେ ଛାତର ପ୍ଲାଷ୍ଟର ଖସି ଯାଇଥିଲା, ଯଦିଓ କେହି ଆହତ ହୋଇନାହାଁନ୍ତି । ଏନେଇ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି । ତେଣୁ ବାଧ୍ୟ ହୋଇ କଲେଜର ପିଲାମାନେ କ୍ଲାସକୁ ନିୟମିତ ହେଲମେଟ ପିନ୍ଧି ଆସନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami