ଭୁବନେଶ୍ୱର କପିଳେଶ୍ୱର ମନ୍ଦିରର ଅନୁଧ୍ୟାନ କଲେ ୫ଟି ଅଧ୍ୟକ୍ଷ

Above Post Content

ଭୁବନେଶ୍ୱର: ରୂପାନ୍ତରଣ ସମୀକ୍ଷା । ମାଆ ବରୁଣେଇ ମନ୍ଦିରରେ ରୂପାନ୍ତରଣ ସମୀକ୍ଷା ପରେ ଭୁବନେଶ୍ୱର କପିଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ କାର୍ତ୍ତିକ ପାଣ୍ଡିଆନ । ସକାଳ ୬ଟା ୨୦ରେ ମନ୍ଦିରରେ ପହଞ୍ଚି ବାବାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ବରିଷ୍ଠ ଅଧିକାରୀଙ୍କ ସହ ମନ୍ଦିରର ନବକଳେବର ନେଇ ଆଲୋଚନା କରିଥିଲେ । ବେଢା ପରିକ୍ରମା କରି କଣ ଆବଶ୍ୟକତା ରହିଛି ସେନେଇ ନିଜେ ଅନୁଧ୍ୟାନ କରିଥିଲେ । ମନ୍ଦିର ଚାରିପାଖେ ଥିବା ସମସ୍ୟାକୁ ବୁଲି ଦେଖିଥିଲେ । ରୂପାନ୍ତରଣରେ ଭକ୍ତଙ୍କ ସୁବିଧା ଓ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ନିକଟସ୍ଥ ପୁଷ୍କରିଣୀର ବିକାଶ ସହ ସାମଗ୍ରିକ ଉନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ ।

Middle post content

ମନ୍ଦିରର ଅର୍ଥରୁ କରାଯିବ ଉନ୍ନତୀକରଣ

After 2nd paragraph post ads

ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ଅଭିଯୋଗ ଶୁଣିବା ସହ ସେହିଠାରେ ହିଁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ୫ଟି ଅଧ୍ୟକ୍ଷ । ମନ୍ଦିରରେ ନୀତିକାନ୍ତି କିପରି ସୁରୁଖୁରୁରେ ହେବ ଏବଂ ଏଥିପାଇଁ କିପରି ଅର୍ଥର ଅଭାବ ରହିବନାହିଁ ସେନେଇ ବ୍ୟବସ୍ଥା ହେବ । ଆସନ୍ତା ୫୦ ବର୍ଷ ପାଇଁ ଯେପରି କୌଣସି ଅଭାବ ରହିବନି ସେନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସରକାର ଉପରେ ନିର୍ଭର ନକରି ମନ୍ଦିର ଉତ୍ସରୁ ଅର୍ଥ ସଂଗ୍ରହ ପାଇଁ ଚାରିପାଖର ଉନ୍ନତିକରଣ କରାଯିବ । ଦୋକାନ ଗୃହ ଆଦି ନିର୍ମାଣ କରାଯାଇ ସେହି ଅର୍ଥରୁ ହିଁ ମନ୍ଦିରର ଆବଶ୍ୟକତା ପୂରଣ କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଠାକୁରଙ୍କର ଜମି ରହିଥିବାବେଳେ ଏହାକୁ ମନ୍ଦିର ଅଧୀନକୁ ଆଣିବାକୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ପାଣ୍ଡିଆନଙ୍କ ସମୀକ୍ଷା ସମୟରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣାଙ୍କ ସହ ଉପଜିଲ୍ଲାପାଳ, ସ୍ଥାନୀୟ କର୍ପୋରେଟର ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami