ଭୋଟ କେନ୍ଦ୍ରକୁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଓଡ଼ିଆ ଯବାନ ଶହୀଦ

Above Post Content

ବାଲେଶ୍ୱର: ଛତିଶଗଡରେ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍‌ଏଫ୍ ଯବାନ ଶହୀଦ ହୋଇଛନ୍ତି । ସେ ହେଉଛନ୍ତି; ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଗ୍ରାମର କରୁଣାକର ଶିଅଳଙ୍କ ପୁଅ ପ୍ରକାଶ (୩୬) । ପ୍ରକାଶଙ୍କ ମୃତ୍ୟୁ ଖବର ମିଳିବା ପରେ ପୁରା ଗାଁରେ ଏବେ ଶୋକାକୁଳ ପରିବେଶ ଦେଖାଦେଇଛି ।

Middle post content

ବିସ୍ଫୋରଣରେ ଛିଣ୍ଡିଯାଇଛି ଦୁଇ ଗୋଡ଼

After 2nd paragraph post ads

ପ୍ରକାଶ ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନ୍‌ରେ କାର୍ଯ୍ୟ କରୁଥିଲେ । ଗତକାଲି ସେ ଅନ୍ୟ ସାଥୀ ଯବାନଙ୍କ ସହ ସୁକୁମା ଜିଲ୍ଲା ମିନାପା ଅଞ୍ଚଳର ଏକ ଭୋଟ୍‌ଗ୍ରହଣ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ । ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଫଳରେ ପ୍ରକାଶଙ୍କ ସହ ୪ ଜଣ ବିଏସ୍‌ଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ବିସ୍ଫୋରଣରେ ପ୍ରକାଶଙ୍କ ଦୁଇ ଗୋଡ଼ ଛିଡ଼ିଯାଇଥିଲା । ଗୋଡ଼ର ଅସ୍ତ୍ରୋପଚାର କରାଯାଉଥିବା ବେଳେ ପ୍ରକାଶଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଭାଇ ସୁବାସ ଚନ୍ଦ୍ର ଶିଅଳ ସୂଚନା ଦେଇଛନ୍ତି । ଏନେଇ ଖବର ପ୍ରଚାରିତ ହେବା ପରେ ଜନ୍ମମାଟି ଗୋପାଳପୁର ସହ ବାଲେଶ୍ୱର ତଥା ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami