ଅପରାଜିତ ୨୦୧ ରନ୍ କରି କଙ୍ଗାରୁ ଟିମ୍ କୁ ଜିତାଇଲେ ଏହି ଷ୍ଟାର୍ ପ୍ଲେୟାର

Above Post Content

ୱିକେଟ୍ ପରେ ୱିକେଟ୍ । ଆଫଗାନିସ୍ତାନର ଶକ୍ତିଶାଳୀ ବୋଲିଂ ଆଟାକ୍ ଆଗରେ ତିଷ୍ଠି ପାରି ନ ଥିଲେ ଅଷ୍ଟ୍ରେଲିଆ ବ୍ୟାଟର୍ । ପରାଜୟର ଦ୍ୱାର ଦେଶରେ ଥିଲା କଙ୍ଗାରୁ ଟିମ୍ । ସେମି ଫାଇନାଲ ରେସ୍‌ର ସମୀକରଣ ବି ବଦଳିଯିବା ଭଳି ଲାଗୁଥିଲା । ମାତ୍ର ୯୧ ରନ୍‌ରେ ୭ଟି ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ । କିନ୍ତୁ କ୍ରିଜ୍‌କୁ ଆସିଥିଲେ ଗ୍ଲେନ୍ ମାକ୍ସୱେଲ । ଆଉ ସବୁ କିଛି ଓଲଟପାଲଟ୍ ହୋଇଯାଇଥିଲା । କ୍ରିକେଟ୍ ଇତିହାସରେ ଏଭଳି ମ୍ୟାଚ୍ ବିରଳରୁ ବିରଳତର । ଏକା ଲଢେଇ କରି ଦଳକୁ ଜିତାଇଛନ୍ତି ଗ୍ଲେନ୍ ମାକ୍ସୱେଲ । ମାତ୍ର ୧୨୮ ବଲ ଖେଳି ୨୦୧ ରନ୍‌ର ଅପରାଜିତ ଇନିଂସ ଖେଳି ଦଳକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଛନ୍ତି ମାକ୍ସୱେଲ ।

କ୍ରିକେଟ୍ ଇତିହାସରେ ବିରଳ ଇନିଂସ

After 2nd paragraph post ads
Middle post content

ଏଭଳି ଇନିଂସ କ୍ରିକେଟ୍ ଇତିହାସରେ ନିଶ୍ଚୟ ଲିପିବଦ୍ଧ ହୋଇ ରହିବ୨୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ୪୬.୫ ଓଭରରେ ୭ ୱିକେଟ୍ ହରାଇ ଜିତି ନେଇଛି ଅଷ୍ଟ୍ରେଲିଆ । ଇଏ ଅଷ୍ଟ୍ରେଲିଆ ନୁହେଁ ବରଂ ଗ୍ଲେନ୍ ମାକ୍ସୱେଲଙ୍କ ବିଜୟ ନିଶ୍ଚୟ । ବିଶ୍ୱକପ୍ ଇତିହାସରେ ଏହା ସର୍ବଶ୍ରେଷ୍ଠ ଇନିଂସ ବୋଲି କୁହାଯାଇପାରିବ । ୨୯୨ ରନ୍ ପିଛା କରିବାକୁ ଯାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଅଷ୍ଟ୍ରେଲିଆ । ଲାଗୁଥିଲା ଆଫଗାନିସ୍ତାନ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ସେମି ଫାଇନାଲ ସମୀକରଣ ବି ବଦଳିଯିବ । କିନ୍ତୁ ସବୁ କିଛି ଓଲଟପାଲଟ୍ କରିଦେଇଥିଲେ ମାକ୍ସୱେଲ । ୨୯୨ ରନ୍ ବିଜୟ ଲକ୍ଷ୍ୟ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟ୍ରେଭିସ୍ ହେଡ ଖାତା ଖୋଲିବା ପୂର୍ବରୁ ହିଁ ପ୍ୟାଭିଲିୟନ ଫେରିଥିଲେ । ଡେଭିଡ୍ ୱାର୍ଣ୍ଣର ଏବଂ ମିଚେଲ୍ ମାର୍ଶ କିଛି ସମୟ କ୍ରିଜ୍‌ରେ ତିଷ୍ଠି ରହିଥିଲେ ସୁଦ୍ଧା ବିପର୍ଯ୍ୟୟକୁ ଏଡାଇ ପାରି ନ ଥିଲେ ।

ଅବିଶ୍ୱସନୀୟ ବିଜୟ ଭେଟି ଦେଇଛନ୍ତି ମାକ୍ସୱେଲ

ଜଣେ ପରେ ଜଣେ କଙ୍ଗାରୁ ବ୍ୟାଟର ଫେରଥିଲେ ପ୍ୟାଭିଲିୟନ୍ । ୱାର୍ଣ୍ଣର ୧୮ ରନ୍ କରି ଆଉଟ ହୋଇଥିବା ବେଳେ ମିଚେଲ୍ ମାର୍ଶ ୨୪ ରନ୍‌, ମାର୍ନସ୍ ଲାବୁସେନ ୧୪ ରନ୍‌, ଜୋସ୍ ଇଙ୍ଗଲିସ୍ ୦ ରନ୍‌, ମାର୍କସ୍ ଷ୍ଟୋଇନିସ୍ ୬ରନ, ମିଚେଲ ଷ୍ଟାର୍କ ୩ ରନ୍ କରି ଆଉଟ ହୋଇଥିଲେ । କିନ୍ତୁ ମାତ୍ର ୧୨୮ ବଲରୁ ୨୧ଟି ଚୌକା ଏବଂ ୧୦ଟି ବିଶାଳ ଛକା ସହାୟତାରେ ବିଶାଳ ୨୦୧ ରନର ବ୍ୟକ୍ତିଗତ ଇନିଂସ ଖେଳିବା ସହିତ ନଟଆଉଟ୍ ରହି ଦଳକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଛନ୍ତି ମାକ୍ସୱେଲ । ଅନ୍ୟପଟେ ଅଧିନାୟକ ପାଟ୍ କମିନ୍ସ ମଧ୍ୟ ମାକ୍ସୱେଲଙ୍କୁ ଭରପୂର ସହଯୋଗ କରିଥିଲେ । ନନ୍‌ଷ୍ଟ୍ରାଇକ୍‌ରେ ରହି ୬୮ ବଲରୁ ମାତ୍ର ୧୨ ରନ୍ କରିଥିଲେ ସତ କିନ୍ତୁ ମାକ୍ସୱେଲଙ୍କୁ ଭରପୂର ସହଯୋଗ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami