ଶିଶୁ ଶରୀରରେ ଆପଣଛାଏଁ ଲେଖି ହୋଇଯାଉଛି ରାମ ଓ ରାଧେ ଶବ୍ଦ ; କାରଣ ଜାଣିବାକୁ ଡାକ୍ତର ବି ଫେଲ

Above Post Content

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରିପାଖରେ ଏଭଳି କିଛି ଘଟଣା ଘଟେ ଯାହା ବିଷୟରେ ଆମେ ଯେତେ ଜାଣିବାକୁ ଚେଷ୍ଟା କଲେ ବି ତାହା ଅଧିକ ରହସ୍ୟମୟ ମନେ ହୋଇଯାଏ । ଉତ୍ତର ପ୍ରଦେଶରେ ହରଦୋଇ ଜିଲ୍ଲାରେ ଏଭଳି ଅଦ୍ଭୁଦ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା । ଜଣେ ଶିଶୁ ଶରୀରରେ ଆପଣାଛାଏଁ ଲେଖି ହୋଇଯାଉଛି ରାମ ରାମ ଓ ରାଧେ ରାଧେ ଶବ୍ଦ ।

ଶିଶୁଙ୍କୁ ଦେଖିବାକୁ ଭିଡ଼,କରୁଛନ୍ତି ପୂଜାର୍ଚ୍ଚନା

After 2nd paragraph post ads
Middle post content

ଏଠାରେ ଜଣେ ୮ବର୍ଷୀୟ ଶିଶୁ ଶରୀରରେ ଧାର୍ମିକ ନାମ ଆପଣାଛାଏଁ ଲେଖି ହୋଇଯାଉଥିବା ଦାବି କରାଯାଉଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଶିଶୁଙ୍କୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି । ପରିବାର ଲୋକଙ୍କ କହିବାନୁସାରେ ଏହି ଘଟଣା ଝିଅ ସହିତ ଗତ ଏକମାସ ହେବ ଘଟି ଆସୁଛି । ଶିଶୁଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଡାକ୍ତର ବି ଶିଶୁର ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହି ଘଟଣାଟି ମାଧୋଗଞ୍ଜ ବିକାଶଖଣ୍ଡର ସହିଜନା ଗ୍ରାମରେ ଘଟିଛି । ଏଠାରେ ଦେବେନ୍ଦ୍ର ଓ ମମତାଙ୍କ ଚାରିଜଣ ସନ୍ତାନ ରହିଛନ୍ତି । ମମତାଙ୍କ ଦ୍ୱିତୀୟ ସନ୍ତାନ ସାକ୍ଷୀଙ୍କ ଶରୀରରେ ଧାର୍ମିକ ନାମ ଆପଣାଛାଏଁ ଲେଖି ହୋଇଯାଉଛି ବୋଲି ପରିବାର ଲୋକେ କହିିଛନ୍ତି ।

ପରିବାର ସଦସ୍ୟଙ୍କ ନାମ ବି ଲେଖି ହୋଇଯାଉଛି

୮ବର୍ଷର ସାକ୍ଷୀ ସହିତ ଘଟୁଥିବା ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି । ସାକ୍ଷୀଙ୍କ ବାପା ଦେବେନ୍ଦ୍ରଙ୍କ କହିବାନୁସାରେ, ଝିଅ ଶରୀରରେ ଭଗବାନ ରାମ ରାମ ଓ ରାଧେ ରାଧେ ଶବ୍ଦ ଲେଖି ହୋଇଯାଉଛି । ଅକ୍ଟୋବର ୧୨ ତାରିଖରେ ସାକ୍ଷୀ ଶରୀରରେ ହଠାତ କିଛି ଆଞ୍ଜୁଡ଼ି ହୋଇଥିବା ଚିହ୍ନ ଆମେ ଦେଖିବାକୁ ପାଇଥିଲୁ । ପରେ ଦେଖିଲୁ ଏହି ଚିହ୍ନଗୁଡ଼ିକ ରାମ ଓ ରାଧେ ଶବ୍ଦ ଭଳି ଲେଖା ହୋଇଛି । ପରେ ପରିବାର ସଦସ୍ୟଙ୍କ ନାମ ବି ସାକ୍ଷୀଙ୍କ ପେଟ, ଗୋଡ଼ ଓ ହାତରେ ଯେମିତି କିଏ ବ୍ଲେଡରେ କାଟି ଲେଖି ଦେଉଛି ?ସେମିତି ଲେଖି ହୋଇଯାଇଥିଲା । କିଛିସମୟ ପରେ ପୁଣି ତାହା ଉଭେୟ ଯାଇଥିଲା । ଆମେ ଏନେଇ ଚର୍ମ ଡାକ୍ତରଙ୍କୁ ବି ଦେଖାଇ ସାରିଛୁ । ଡାକ୍ତର ବି ସାକ୍ଷୀ ଶରୀରରେ ଏମିତି କାହିଁକି ହେଉଛି ତାହାର କାରଣ ଜାଣି ପାରି ନଥିଲେ । ଗ୍ରାମବାସୀ ଏହାକୁ ଏକ ଦୈବଶକ୍ତି ଭାବି ପୂଜାର୍ଚ୍ଚନା କରିବା ଆରମ୍ଭ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami