ପୁଅର ପ୍ରି-ୱେଡିଂ ଉତ୍ସବରେ ‘ବିଶ୍ୱମ୍ବରୀ ସ୍ତୁତି’ରେ ନୃତ୍ୟ ପ୍ରଦର୍ଶନ କଲେ ନିତା ଅମ୍ବାନୀ

Above Post Content

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ବଡ଼ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଛି । ଆସନ୍ତା ଜୁଲାଇ ମାସରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଚାଲିଥିଲା ତିନି ଦିନିଆ ପ୍ରାକ୍ ବିବାହ ଉତ୍ସବ । ଗୁଜରାଟର ଜାମନଗରରେ ଆୟୋଜିତ ଏହି ଉତ୍ସବରେ ସାରା ବିଶ୍ୱରେ ଚର୍ଚ୍ଚିତ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ କ୍ରିଡାବିତ୍‌, ବଲିଉଡ୍ ତାରକା, ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ତାଙ୍କର ଏହି ଉତ୍ସବରେ ବିଲ୍ ଗେଟ୍‌ସ, ମାର୍କ ଜୁକରବର୍ଗ, ଇଭାଙ୍କା ଟ୍ରମ୍ପ୍‌, କତାର ସୁଲତାନଙ୍କ ଭଳି ହାଇପ୍ରୋଫାଇଲ୍ ଅତିଥିଙ୍କ ଭିଡ଼ ଜମିଥିଲା । ସେହିପରି ବଲିଉଡ଼ର ନାମୀଦାମୀ କଳାକାର ଯେମିତି କି ବିଗ୍‌ବି ଅମିତାଭ ବଚ୍ଚନ, ଅମିରଖାନ, ଶାହାରୁଖ ଖାଁ, ରାଣୀ ମୁଖାର୍ଜୀ, କରିନା କପୁର, ଶୈଫଅଲ୍ଲୀ ଖାନ୍‌, ଅଜୟ ଦେବଗନ, ରଣବୀର ସିଂ ଓ ଦୀପିକା ପାଦୁକୋନ ପ୍ରମୁଖ ସେଲିବ୍ରିଟ୍ ନଜର ଆସିଛନ୍ତି । ଏସବୁ ଭିତରେ ବେଶୀ ଆକର୍ଷଣ ଥିଲା ନୀତା ଅମ୍ବାନୀଙ୍କ ନୃତ୍ୟ । ନିତା ଅତିଥିମାନଙ୍କ ଆଗରେ ‘ବିଶ୍ୱମ୍ବରୀ ସ୍ତୁତି’ରେ ଏକ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ । ଯାହାକୁ ଦେଖି ଅତିଥିମାନେ ବିଭୋର ହୋଇଉଠିଥିଲେ ।

Middle post content

ନୀତାଙ୍କ ନୃତ୍ୟରେ ଅତିଥି ବିଭୋର

After 2nd paragraph post ads

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ ଉତ୍ସବରେ ତିନି ଦିନ ମଧ୍ୟରେ ପାଞ୍ଚଟି ଇଭେଣ୍ଟ ପ୍ରଦର୍ଶିତ ହୋଇଥିଲା । ମା ଆମ୍ବେଙ୍କୁ ଉତ୍ସର୍ଗୀକୃତ ନୀତା ଅମ୍ବାନୀଙ୍କ ‘ବିଶ୍ୱମ୍ବରୀ ସ୍ତୁତି’ରେ ନୃତ୍ୟ ପ୍ରଦର୍ଶନ ଅତିଥିଙ୍କୁ ବିମୋହିତ କରିଥିଲା । ସେ ତାଙ୍କର ଏହି ପ୍ରଦର୍ଶନକୁ ନିଜ ନାତୁଣୀଙ୍କ ବ୍ୟତୀତ ପ୍ରତ୍ୟେକ ଯୁବତୀଙ୍କୁ ଉତ୍ସର୍ଗ କରିଥିଲେ । ସେଲିବ୍ରିଟି, କ୍ରୀଡ଼ାବିତ୍ ଏବଂ ଶିଳ୍ପପତିଙ୍କ ସମେତ ୧୦୦୦ ଅତିଥିଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା । ବିଲ୍ ଗେଟ୍ସ ଏବଂ ମାର୍କ ଜୁକରବର୍ଗଙ୍କ ପରି ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami