୫ରୁ ମ୍ୟାଜିକ୍ କାର୍ଡ଼ ପଞ୍ଜୀକରଣ : ସାକାର ହେବ ଯୁବଶକ୍ତିଙ୍କ ସ୍ୱପ୍ନ

Above Post Content

ଭୁବନେଶ୍ୱର: ଆସନ୍ତା ୫ ତାରିଖରୁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ର ପାଇଁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଆରମ୍ଭ ହେବ । ଆଗାମୀ ସ୍ୱାଧୀନତା ଦିବସ ତଥା ଅଗଷ୍ଟ ୧୫ ତାରିଖରେ ଛାତ୍ରଛାତ୍ରୀଙ୍କ ହାତରେ ଏହି ମ୍ୟାଜିକ କାର୍ଡ଼ର ପ୍ରଦାନ କରାଯିବ । ଯୁବଶକ୍ତିଙ୍କ ବଡ଼ ସ୍ୱପ୍ନ ସାକାର ପାଇଁ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ସହାୟତା ଯୋଗାଇଦେବେ । ରବିବାର କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲା ଗସ୍ତରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ନୂଆ ଓ ଛାତ୍ରବୃତ୍ତି ଆଦେଶ ବଣ୍ଟନ କରିବା ଅବସରରେ ଏହା କହିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଆଦେଶପତ୍ର ବଣ୍ଟନ

After 2nd paragraph post ads

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ରବିବାର ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଆରମ୍ଭ କରି ଅନୁମୋଦନ ଆଦେଶପତ୍ର ବଣ୍ଟନ କରିଥିଲେ । ଏହି ଛାତ୍ରବୃତ୍ତି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଯେଉଁମାନଙ୍କର ପିତାମାତା ସ୍ଥାୟୀ ସରକାରୀ କର୍ମଚାରୀ ନୁହନ୍ତି କିମ୍ବା ଯେଉଁ ଅଭିଭାବକମାନେ ଆୟକର ଦିଅନ୍ତି ନାହିଁ ସେମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।

Middle post content

କାର୍ଡ଼ରେ ରହିବ ଅନେକ ସୁବିଧା

ଏହି ଅବସରରେ ୫ଟି ଅଧ୍ୟକ୍ଷ ପାଣ୍ଡିଆନ କହିଥିଲେ, ଯୁବକମାନଙ୍କୁ ସଶକ୍ତୀକରଣ, ନିଜର ଦକ୍ଷତା ବିକାଶ ତଥା ରାଜ୍ୟ ସମୃଦ୍ଧିରେ ନିଜର ସହଭାଗିତା ଏବଂ ରୂପାନ୍ତରିତ କାର୍ଯ୍ୟ ପରିପ୍ରେକ୍ଷୀରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଛାତ୍ରବୃତ୍ତି ବଣ୍ଟନ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆସନ୍ତା ମାର୍ଚ୍ଚ ୫ ତାରିଖରେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡର ଆରମ୍ଭ କରାଯିବ । ଏହି ମ୍ୟାଜିକ୍ କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ । ଏହି କାର୍ଡରେ ୱାଇଫାଇ ଆକସେସ୍‌, ବହି କିଣିବାରେ ରିହାତି, ଯାତ୍ରାରେ ରିହାତି ଉଭୟ ବସ୍ ଓ ଟ୍ରେନ୍‌, ଅନ୍‌ଲାଇନ୍ କ୍ଲାସ୍‌ରୁମ୍‌ର ସୁବିଧା, ଅନ୍‌ଲାଇନ୍ କ୍ୟାରିୟର କାଉନସେଲିଂ, ଫୋନ୍ ପାଇଁ ରିଚାର୍ଜ କରିବା ସୁବିଧା ଉପଲବ୍ଧ ହେବ ।

କଳାହାଣ୍ଡି ଜିଲାର ୧୩ ହଜାରରୁ ଅଧିକ ପିଲା ପାଇବେ ବୃତ୍ତି

ମ୍ୟାଜିକ୍ କାର୍ଡ ହେଉଛି ଆଧାର କାର୍ଡ । ଯଦି ଛାତ୍ର ଭଲ ପ୍ରଦର୍ଶନ କରେ ତେବେ ସେମାନଙ୍କୁ ସିଲଭର କାର୍ଡ ଅପଗ୍ରେଡ୍ କରାଯାଇ ପାରିବ, ପରେ ଗୋଲଡେନ୍ ଏବଂ ତା’ ପରେ ପ୍ଲାଟିନମ୍ କାର୍ଡ ଯାହାଦ୍ୱାରା ସେମାନେ ସେମାନଙ୍କ ଅଧ୍ୟୟନ ଖର୍ଚ୍ଚ ପରିଚାଳନା କରିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସମୃଦ୍ଧି କାମନା କରିଛନ୍ତି । ଆର୍ôଥକ ଅନଟନ କାରଣରୁ ଉଚ୍ଚଶିକ୍ଷାରେ କୌଣସି ଛାତ୍ରଛାତ୍ରୀ ପଛରେ ରହିବା ଉଚିତ ନୁହେଁ ବୋଲି ତାଙ୍କର ଲକ୍ଷ୍ୟ ଥିଲା । ଏହି ନୂଆ-ଓ ଛାତ୍ରବୃତ୍ତି ମାଧ୍ୟମରେ ଏହି ସ୍ୱପ୍ନ ପୂରଣ ହେବ ବୋଲି ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉଦ୍‌ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଜରିଆରେ କଳାହାଣ୍ଡି ଜିଲ୍ଲାରେ ୩୩ଟି କଲେଜରୁ ୧୩,୦୭୪ ଜଣ ଛାତ୍ରଛାତ୍ରୀଙ୍କୁ ୧୨,୯୩,୫୯,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଏମାନଙ୍କ ମଧ୍ୟରୁ ୬୯୯୩ ଜଣ ଛାତ୍ର ଏବଂ ୬୦୮୧ ଜଣ ଛାତ୍ରୀ ଅଟନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami