ଇଡି ଜେରାକୁ ସାମ୍ନା କରିବେ ସିଧାସଳଖ ନୁହେଁ, ଭିଡିଓ କନ୍‌ଫରେନ୍ସିଂରେ

Above Post Content

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅନିୟମିତତାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବରୁ ପଠାଇଥିବା ୮ ଥର ଯାକ ସମନକୁ ଏଡ଼େଇ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଇଡିର ଅଷ୍ଟମ ସମନ ଉପରେ କେଜ୍ରିୱାଲ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଇଡିର ଏହି ଡାକରାକୁ ବେଆଇନ ବୋଲି ବିବେଚନା କରିବା ସତ୍ତ୍ୱେ ଆସନ୍ତା ୧୨ ତାରିଖ ପରେ ସେ ଇଡିର ଜେରାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

Middle post content

ସିଧାସଳଖ ପଚରାଉଚରା କରିବ ଅନୁସନ୍ଧାନକାରୀ ସଂସ୍ଥା

After 2nd paragraph post ads

ଆମ୍ ଆଦମୀ ପାର୍ଟି (ଆପ୍‌) କହିଛି ଯେ, ଭିଡିଓ କନଫରେନ୍ସିଂ ଜରିଆରେ କେଜ୍ରିୱାଲ ଆସନ୍ତା ୧୨ ତାରିଖ ଜେରାରେ ଯୋଗଦେବେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ପଚରାଉଚରା କରିବାକୁ ଅନୁସନ୍ଧାନକାରୀ ସଂସ୍ଥା ଜିଦ୍ ଧରିଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଚରାଉଚରା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଇଡି କହିଛି । ଗତ ଫେବ୍ରୁଆରି ୨୭ ତାରିଖରେ ଇଡି ଅଷ୍ଟମ ସମନ ଜାରି କରି ଗତ ୪ ତାରିଖରେ କେଜ୍ରିୱାଲଙ୍କୁ ଏଜେନ୍ସି ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବାକୁ କହିଥିଲା । ଚାଲିଥିବା ଏହି ତଦନ୍ତ ଦିଲ୍ଲୀ ଅବକାରୀ ନୀତି (୨୦୨୧-୨୨) ର ସୂତ୍ର ଏବଂ କାର୍ଯ୍ୟାନ୍ୱୟନରେ ହୋଇଥିବା ଅନିୟମିତତାକୁ ନେଇ ହୋଇଛି । ନୀତି ପ୍ରଣୟନ ଏବଂ ଲାଞ୍ଚ ଅଭିଯୋଗ ଭଳି ପ୍ରସଙ୍ଗରେ ଇଡି କେଜ୍ରିୱାଲଙ୍କ ବିବୃତ୍ତି ଚାହୁଁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami