‘ସନ୍ ଅଫ୍ ହମାସ’ ମୋସାବ କ’ଣ ପାଇଁ ହିନ୍ଦୁଙ୍କୁ ପ୍ରଶଂସା କଲେ ?

Above Post Content

ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍‌ଯରୁ ଜଣେ ଶେଖ ହାସନ ୟୁସୁଫଙ୍କ ପୁଅ ମୋସାବ ହାସନ ପୁଣି ଥରେ ଏବେ ହେଡଲାଇନରେ ସ୍ଥାନ ପାଇଛନ୍ତି । ମୋସାବ ନିଜ ରାଜନୈତିକ ମତାବାଦ ପାଇଁ ବହୁ ବର୍ଷ ପୂର୍ବେ ପିତାଙ୍କ ସହିତ ସମ୍ପର୍କ ଭାଙ୍ଗିଥିଲେ । ନିକଟରେ ଏକ ଭାରତୀୟ ନ୍ୟୁଜ ଚ୍ୟାନେଲକୁ ଦେଇଥିବାକ ସାକ୍ଷାତକାରରେ ସେ ଭାରତୀୟ ଏବଂ ବିଶେଷକରି ହିନ୍ଦୁମାନଙ୍କୁ ପ୍ରଶଂସା କରିଛନ୍ତି । ଭାରତୀୟମାନେ, ବିଶେଷ କରି ହିନ୍ଦୁ ସମ୍ପ୍ରଦାୟ, ଯେଉଁଭଳି ଭାବେ ହାମାସ ପରି ଆତଙ୍କବାଦୀ ସଂଗଠନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ତାକୁ ନେଇ ସେ ନିଜ ଖୁସୀ ବ୍ୟକ୍ତ କରିଛନ୍ତି । ତାଙ୍କର ପୁସ୍ତକ ‘ସନ୍ ଅଫ୍ ହମସା’ ପାଇଁ ସେ ବେସ ଜଣାଶୁଣା ।

‘ମୁସଲମାନମାନେ ସବୁବେଳ ହିଂସା କାହିଁକି କରନ୍ତି?’

After 2nd paragraph post ads

ମୋସାବ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ ମୁସଲମାନମାନେ ଅନ୍ୟ ସମ୍ପ୍ରଦାୟ ସହ କଦାପି ରହିପାରନ୍ତି ନାହିଁ ଏବଂ ସେମାନେ ଏହା ଚାହାଁନ୍ତି ନାହିଁ । ଟାଇମ୍ସ ନାଓକୁ ଦେଇଥିବା ଏକ ସାକ୍ଷାତକାରରେ ମୋସାବ କହିଛନ୍ତି, ‘ହିନ୍ଦୁମାନଙ୍କର କୌଣସି ଅସୁବିଧା ନାହିଁ, ଖ୍ରୀଷ୍ଟିଆନ ଏବଂ ଇହୁଦୀମାନେ ମଧ୍ୟ ଏକାଠି ରୁହନ୍ତି । ତା’ପରେ ପ୍ରଶ୍ନ ଉଠେ କାହିଁକି ହିଂସା ସବୁବେଳେ କେବଳ ମୁସଲମାନମାନଙ୍କ ତରଫରୁ ଆରମ୍ଭ ହୋଇଥାଏ । ଏହି ଦୁନିଆର କାହା ସହିତ ମୋର କୌଣସି ସମସ୍ୟା ନାହିଁ, ଭାରତୀୟ, ଖ୍ରୀଷ୍ଟିଆନ ଏବଂ ଇହୁଦୀ ସମସ୍ତେ ଏକାଠି ରୁହନ୍ତି,କାହାର କୌଣସି ସମସ୍ୟା ନାହିଁ । ଏଭଳି ପରିସ୍ଥିତିରେ ହାମାସ ଏବଂ ଅନ୍ୟ କୌଣସି ଇସଲାମିକ ଆନ୍ଦୋଳନକୁ ନିପାତ କରିବାର ଆବଶ୍ୟକତା ରହିଛି । ଆମକୁ ଏହାକୁ ବହୁତ ସ୍ପଷ୍ଟ ଏବଂ ଉଚ୍ଚ ସ୍ୱରରେ କହିବାକୁ ପଡିବ ।କୌଣସି ପରିସ୍ଥିତିରେ ଧାର୍ମିକ ଆତଙ୍କବାଦ ଗ୍ରହଣୀୟ ନୁହେଁ । ମୋସାବ କହିଛନ୍ତି ଯେ ସେ ଜିହାଦୀ ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ହିଂସାକୁ ନା କହିବା କାରଣରୁ ତାଙ୍କୁ ଅନେକ ଯନ୍ତ୍ରଣା ଭୋଗିବାକୁ ପଡିବ ଯାହା ମୃତ୍ୟୁ ସହିତ ସମାନ ।

Middle post content

‘ପୃଥିବୀ କେବଳ ମୁସଲମାନମାନଙ୍କର ନୁହେଁ’

ମୋସାବଙ୍କ ଅନୁସାରେ, ‘ମୋ ଦେଶ ମୋତେ ଦୂରେଇ ରଖିଛି । ମୋତେ ଶଇତାନ ଘୋଷିତ କରାଗଲା । ଏହାର କାରଣ ହେଉଛି ମୁଁ ହିଂସା, ରକ୍ତପାତ ଏବଂ ଆତ୍ମଘାତୀ ଆକ୍ରମଣକୁ ନା କହିଥିଲି । ଯିଏ ସେମାନଙ୍କ ପଥ ଅନୁସରଣ କରେ ନାହିଁ, ସେମାନେ ତା’ ସହିତ ମଧ୍ୟ ସେହିପରି କରନ୍ତି । ମୁଁ ଉଭୟ ପକ୍ଷକୁ ଜାଣେ ଏବଂ ଏହି ଆଧାରରେ ମୁଁ କହୁଛି ଯେ ଆମକୁ ଇସ୍ରାଏଲ ପଛରେ ଏକଜୁଟ ହେବାକୁ ପଡିବ । ୟୁସୁଫ ଏହା ମଧ୍ୟ କହିଛନ୍ତି ଯେ ହାମାସର ମାନସିକତାକୁ ଦୂର କରିବାର ଆବଶ୍ୟକତା ରହିଛି । ସେମାନଙ୍କୁ କହିବା ଆବଶ୍ୟକ ଯେ ଏହା ଜୀବନ ବଞ୍ଚିବାର ରାସ୍ତା ନୁହେଁ । ସେମାନେ ଅତ୍ୟନ୍ତ ନିଷ୍ଠୁର । ଆମେ ଏକ ଗୋଷ୍ଠୀକୁ ଗ୍ରହଣ କରି ପାରିବା ନାହିଁ ଯିଏ ଏକ ଇସଲାମିକ ଦେଶ ଗଠନ ପାଇଁ ସମଗ୍ର ମାନବ ଜାତି ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଏବଂ ଶାସନ କରିବାକୁ ଚାହୁଁଛି । ପୃଥିବୀ କେବଳ ହାମାସ କିମ୍ବା ମୁସଲମାନମାନଙ୍କର ନୁହେଁ ।

କୃଷ୍ଣ ଏବଂ ଗୀତା ବିଷୟରେ ମଧ୍ୟ ରଖିଛନ୍ତି ମୋସାବ

ମୋସାବ ଆହୁରି ମଧ୍‌ଯ କହିଛନ୍ତି ଯେ ‘ଭାରତରେ ମୋର ସେନା, ଯେଉଁମାନେ କୃଷ୍ଣ, ଗୀତା ଏବଂ ଉପନିଷଦକୁ ବୁଝନ୍ତି, ସେମାନେ ନିଜ ଅଣ୍ଟାଭିଡିବାକୁ ପଡି଼ବ ଏବଂ ବିଶ୍ୱର ଏହି ସଂଖ୍ୟାଲଘୁଙ୍କୁ ଦେଖାଇବା ଆବଶ୍ୟକ ଯେ ଇସଲାମିକ ଚିନ୍ତାଧାରା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସେମାନେ ଯେଉଁଭଳି ଭାବରେ ହିଂସା ବିସ୍ତାର କରିବାକୁ ଚାହୁଁଛନ୍ତି ଏବଂ ସେମାନଙ୍କର ଏଜେଣ୍ଡା ହାସଲ କରିବାକୁ ଚାହାଁନ୍ତି ତାହା ଗ୍ରହଣୀୟ ନୁହେଁ ।ଭାରତୀୟ ମାନଙ୍କୁ ଦୃଢ ଭାବରେ ଇସଲାମିକ ହସ୍ତକ୍ଷେପକୁ ପ୍ରତିହତ କରିବାକୁ ପଡ଼ିବ । ସୂଚନାଯୋଗ୍ୟ ଯେ, ହାମାସ ଛାଡିବା ପରେ, ମୋସାବ ୧୦ ବର୍ଷ ପାଇଁ ସିନ୍ନ୍ ବେଟ୍ ପାଇଁ ସୂଚନାଦାତା ଭାବରେ କାର୍ଯ୍ୟ କରିଥିଲେ ।ସିନ୍ ବେଟ୍ ହେଉଛି ଇସ୍ରାଏଲର ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ଯାହା ହାମାସର କାର୍ଯ୍ୟକଳାପ ଉପରେ ନଜର ରଖିଥାଏ । ବର୍ତ୍ତମାନ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ଆମେରିକାରେ ରହୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami