ଦୁବାଇରେ କତାର ଶାସକଙ୍କ ସହିତ ମୋଦି, ଖୋଲିବ କି ମୃତ୍ୟୁଦଣ୍ଡରେ ଦଣ୍ଡିତ ଭାରତୀୟଙ୍କ ମୁକ୍ତିର ରାସ୍ତା ?

Above Post Content

ଦୁବାଇ: ଦୁବାଇରେ ଜାରିଥିବା ସିଓପି ୨୮ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କତାରର ଅମିର ଶେଖ ତମିମ ବିନ ହମାଦ ଅଲ-ଥାନିଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସହଭାଗୀତା ଏବଂ କତାରରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ଉପରେ ଆଲୋଚନା କରିଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି ଯେ ଗତକାଲି ଦୁବାଇରେ ଅନୁଷ୍ଠିତ ସିଓପି ୨୮ ଶିଖର ସମ୍ମିଳନୀରେ କତାରର ଅମିର ଶେଖ ତମିମ ବିନ୍ ହେମାଦଙ୍କୁ ଭେଟିବାର ସୁଯୋଗ ପାଇଛି । ଦ୍ୱିପାକ୍ଷିକ ସହଭାଗୀତାର ଆଶା ଏବଂ କତାରରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ଉପରେ ଆମର ଭଲ ବାର୍ତ୍ତାଳାପ ହୋଇଥିଲା । କୂଟନୈତିକ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କତାରର ଶାସକଙ୍କ ମଧ୍ୟରେ ଏହି ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ବୈଠକ କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ?

After 2nd paragraph post ads
Middle post content

ନିକଟରେ କତାର ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି । ସେମାନଙ୍କ ବିରୋଧରେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି । ତେବେ କତାର ଏପର୍ଯ୍ୟନ୍ତ ଏ ବାବଦରେ ଆନୁଷ୍ଠାନିକ ଭାବେ କୌଣସି ବିବୃତ୍ତି ଦେଇନାହିଁ । ଏହା ଭିତରେ କତାରର ସର୍ବୋଚ୍ଚ ଅଦାଲତ ମାମଲାର ପୁନଃଶୁଣାଣି ପାଇଁ ପୂର୍ବତନ ନୌସେନା ଅଧିକାରୀଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମାମଲାକୁ ଭାରତ ପ୍ରାଥମିକତା ଦେଇଥିଲା । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କତାରର ଶାସକ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିଥିବାର ସମ୍ଭାବନା ରହିଛି, ଯଦିଓ ଏହା ବିଷୟରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।

କତାରର ଶାସକ କେତେ ଧନୀ ?

ଶେଖ ତମିମ ବିନ୍ ହମାଦ ଅଲ ଥାନି କତାରର ଶାସକ । ସେ ୨୦୧୩ ମସିହାରୁ କତାର ଉପରେ ଶାସନ କରୁଛନ୍ତି । ତମିର ଅମିର ହମାଦ ବିନ୍ ଖଲିଫା ଅଲ ଥାନୀଙ୍କ ଚତୁର୍ଥ ପୁତ୍ର । ବଡ଼ ଭାଇ ଶେଖ ଜାସିମ ସିଂହାସନ ଉପରୁ ନିଜର ଦାବି ଛାଡିବାପରେ ୨୦୦୩ରେ ଶେଖ ତମିମ କତାରର ଶାସକ ହୋଇଥିଲେ । କେବଳ ଶେଖ ତମିମଙ୍କ ସମ୍ପତ୍ତି ପ୍ରାୟ ୧.୬ ବିଲିୟନ ପାଉଣ୍ଡ ଅର୍ଥାତ୍ କିନ୍ତୁ, କତାରର ରାଜ ପରିବାରର ମୋଟ ସମ୍ପତ୍ତି ୩,୩୪,୯୪,୫୩,୨୦,୦୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି । କତାରର ଥାନି ପରିବାର ବାରକଲେସ୍ ବ୍ୟାଙ୍କ, ବ୍ରିଟିଶ୍ ଏୟାରୱେଜ୍ ଏବଂ ଭୋଲ୍ସୱେଗେନରେ ସମେତ ଅନେକ ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami