ମହାପ୍ରଭୁଙ୍କ ଦର୍ଶନ ପାଇଁ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌ରେ ଯିବେ ଶ୍ରଦ୍ଧାଳୁ

Above Post Content

ପୁରୀ : ଏଣିକି ଖରାରେ ଛିଡ଼ା ହେବେନି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ । ଏବେ ଶ୍ରଦ୍ଧାଳୁମାନେ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ଼୍‌ରେ ଯିବେ । ଶ୍ରଦ୍ଧାଳୁଙ୍କ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉ ଆସୁଛନ୍ତି । ଏଥିପାଇଁ ଭିତ୍ତିିଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ଲାଗି ଅତ୍ୟାଧୁନିକ ସେବା, ସୁବିଧା ଉପଲବ୍ଧ ହେବ । ସେହିପରି ଶ୍ରଦ୍ଧାଳୁଙ୍କ ସ୍ୱଚ୍ଛନ୍ଦ ଦର୍ଶନ ଲାଗି ଆଉ ଏକ ପଦକ୍ଷେପ ନେଉଛନ୍ତି ସରକାର । ଏଣିକି ମହପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଉ ଖରା କିମ୍ବା ବର୍ଷାକୁ ଭୟ ରହିବ ନାହିଁ । ସେମାନେ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌ରେ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ । ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି ।

ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌ରେ ଯିବେ ଶ୍ରଦ୍ଧାଳୁ

After 2nd paragraph post ads

ଦିନକୁ ଦିନ ଶ୍ରୀମନ୍ଦିରକୁ ଭକ୍ତଙ୍କ ସଂଖ୍ୟା ଢେର ବଢ଼ିଯାଇଛି । ଏବେ ସାଧାରଣ ଦିନରେ ଦୈନିକ ୭୦/୮୦ ହଜାର ଭକ୍ତ ଆସୁଛନ୍ତି । ଛୁଟି ଦିନରେ ସଂଖ୍ୟା ଲକ୍ଷେ ଟପୁଥିବା ବେଳେ ସ୍ୱତନ୍ତ୍ର ପର୍ବପର୍ବାଣିରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି । ତେଣୁ ଭକ୍ତମାନେ ଯେପରି ସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଏବଂ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିଲାଗି ତିଆରି ହେବ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ବଡ଼ଦାଣ୍ଡର ମରୀଚିକୋଟ ଛକଠାରୁ ଟନେଲ ସଦୃଶ ଏହି ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।

Middle post content

ରାସ୍ତାକଡ଼ରୁ ହଟାଯିବ ଉଠାଦୋକାନ

ଏହି ବ୍ୟାରିକେଡ୍ ଭିତରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିବ । ରଥଯାତ୍ରା ସମୟରେ କିନ୍ତୁ ଏହି ବ୍ୟାରିକେଡ୍‌କୁ ହଟାଇ ଦିଆଯିବ । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଲାଗି ସିଂହଦ୍ୱାରଠାରୁ ମରୀଚିକୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟପାର୍ଶ୍ୱରୁ ଉଠାଦୋକାନ ହଟାଯିବ । ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ପରାମର୍ଶ ଦିଆଯାଇଛି । ଏହାକୁ ସେମାନେ ସ୍ୱାଗତ କରିଥିବା ବେଳେ ଉପଯୁକ୍ତ ଥଇଥାନ ପାଇଁ ଅନୁରୋଧ କରିଛନ୍ତି ।

ଖରା,ବର୍ଷାରୁ ପାଇବେ ମୁକ୍ତି

ଏ ସମ୍ପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଅଧିକାଂଶ ଦିନ ମରୀଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗୁଛି । ଖରା, ବର୍ଷା ହେଲେ ଭକ୍ତମାନେ ହଇରାଣ ହେଉଛନ୍ତି । ତେଣୁ ଏହି ସମସ୍ୟା ଦୂର କରିବା ଲାଗି ଭକ୍ତଙ୍କ ସୁବିଧା ନିମନ୍ତେ ଏମିତି ଏକ ସେଡ୍ ବା କରିଡର ମରୀଚିକୋଟ ଛକଠାରୁ କରିବା ପାଇଁ ବ୍ୟବସ୍ଥା ହେଉଛି । ଜନସାଧାରଣଙ୍କଠାରୁ ମିଳିଥିବା ମତାମତ ଆଧାରରେ ସରକାର ଏହିଭଳି ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏ ସଂପର୍କରେ ଉଠା ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା ହେଉଛି । ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami