ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ

Above Post Content

କୋଲକାତା: ବଲିଉଡ଼ ଅଭିନେତା ଏବଂ ରାଜନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ । ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଖବର ପାଇବା ପରେ ମିଥୁନଙ୍କ ପ୍ରଶଂସକମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

Middle post content

ମିଥୁନ୍ ପାଇବେ ପଦ୍ମଭୂଷଣ

After 2nd paragraph post ads

୭୩ ବର୍ଷୀୟ ଅଭିନେତା ମିଥୁନ ସକାଳ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସାମାନ୍ୟ ଅସ୍ଥିରତା ମଧ୍ୟ ଅନୁଭବ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପୂର୍ବରୁ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯିବ ବୋଲି ଜାନୁଆରି ୨୪ରେ ଘୋଷଣା କରାଯାଇଥିଲା । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଭିଡିଓ ବାର୍ତ୍ତାରେ ବଙ୍ଗଳା ଭାଷାରେ ଚକ୍ରବର୍ତ୍ତୀ କହିଥିଲେ, ମୁଁ ଗୌରବାନ୍ୱିତ । ଏ ସମ୍ମାନ ଗ୍ରହଣ କରି ମୁଁ ଆନନ୍ଦିତ । ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ମୁଁ କେବେ କାହାକୁ କିଛି ମାଗିନାହିଁ । ନ ମାଗି ମଧ୍ୟ କିଛି ପାଇଲେ ଯେମିତି ଲାଗେ, ମତେ ଆଜି ସେମିତି ଲାଗୁଛି । ଏ ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ । ବଡ଼ ବିଚିତ୍ର ଅନୁଭୂତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami