ରାସ୍ତାରେ ବୁଲୁଛି ସିଂହ, ଘରେ ଲୁଚିଲେ ଲୋକେ

Above Post Content

ରୋମ: ରାସ୍ତାରେ ବୁଲୁଛି ସିଂହ । ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବା ସହ ଘର ଭିତରେ ଲୁଚି ରହିଛନ୍ତି । ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ଖବର ପାଇ ଘର ଭିତରେ ରହିବାକୁ ଲୋକଙ୍କୁ ନିବେଦନ କରିଥିଲା ।

ଯନ୍ତାରୁ ଖସି ଆସିଥିଲା

After 2nd paragraph post ads
Middle post content

କିମ୍ବା ନାମକ ଏହି ସିଂହଟି ରୋନି ରୋଲର ସର୍କସରେ ଥିଲା । କୌଣସି କାରଣବଶତଃ ସେ ସର୍କସରୁ ଖସିଯାଇଥିଲା । ପରେ ଇଟାଲୀର ଲାଡିସପୋଲି ସହରରେ ଘୂରି ବୁଲିଥିଲା । ସିଂହକୁ ଏପରି ରାସ୍ତାରେ ବୁଲୁଥିବା ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକେ ଭୟଭୀତ ହୋଇ ଜୀବନ ବିକଳରେ ନିଜ ଘରେ ଲୁଚିବାକୁ ବାଧ୍ୟ ହୋଇଥିଲେ । ପୋଲିସ, ସର୍କସ କର୍ମଚାରୀ ଏବଂ ପ୍ରାଣୀ ଚିକିତ୍ସକ ସିଂହକୁ ଧରିବାକୁ ଉଦ୍ୟମ କରିଥିଲେ । ରାଇଫଲରେ ସଜ୍ଜିତ ତିନି ପ୍ରାଣୀ ଚିକିତ୍ସକ ସିଂହକୁ ଖୋଜି ଟ୍ରାଙ୍କୁଲାଇଜର ଚଳାଇଥିଲେ, କିନ୍ତୁ ତାକୁ ଚେତାଶୂନ୍ୟ କରିବାରେ ବିଫଳ ହୋଇଥିଲେ । ପୋଲିସ ଏବଂ ସର୍କସ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରିବା ପରେ ସିଂହକୁ ଧରିବାରେ ସକ୍ଷମ ହୋଇଥିଲେ । ସିଂହଟି ସାଙ୍ଗୁଇନାରା ହ୍ରଦ କୂଳରେ ଏକ କାଦୁଅ ଅଞ୍ଚଳରେ ଅଟକି ରହିବାରୁ ଧରିବାରେ ସହଜ ହୋଇଥିଲା । ସର୍କସରୁ ସିଂହ କିପରି ନିଜ ଯନ୍ତାରୁ ବାହାରକୁ ଆସିଲା ତାହା ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami