ମହେଶ ବାବୁଙ୍କ ଫିଲ୍ମର ପ୍ରମୋସନ ଇଭେଣ୍ଟରେ ଦଳାଚକଟା

Above Post Content

ମୁମ୍ୱାଇ: ସାଉଥ ସୁପରଷ୍ଟାର ମହେଶ ବାବୁ ଏବେ ଖୁବ୍ ଚର୍ଚ୍ଚାରେ । ସେ ତାଙ୍କର ଆଗାମୀ ଫିଲ୍ମ ‘ଗୁଣ୍ଟୁର କାରମ’କୁ ଏବେ ବହୁତ ବ୍ୟସ୍ତ ଅଛନ୍ତି । ରିଲିଜ ହେବା ପୂର୍ବରୁ ସେ ଏହି ଚଳଚ୍ଚିତ୍ରର ପ୍ରମୋସନରେ ଲାଗି ପଡ଼ିଛନ୍ତି । ନିକଟରେ ଏହି ଫିଲ୍ମର ଏକ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଅଘଟଣ ଘଟିବାରୁ ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା ।

Middle post content

ପ୍ରଶଂସକଙ୍କ ଉପରେ ପୋଲିସ୍‌ର ଲାଠି ଚାର୍ଜ

After 2nd paragraph post ads

ମହେଶ ବାବୁଙ୍କ ଫିଲ୍ମ ‘ଗୁଣ୍ଟୁର କାରମ’ ଆସନ୍ତା ୧୨ ତାରିଖରେ ରିଲିଜ ହେବ । ଏହାପୂର୍ବରୁ ଏହି ସିନେମାର ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ କୌଣସି କାରଣକୁ ନେଇ ଲୋକଙ୍କ ମଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଲୋକେ ଦୌଡାଦୌଡି କରିବା ଆରମ୍ଭ କରିଥିଲେ । ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା । ଏହି କାର୍ଯ୍ୟକ୍ରମରେ ଫିଲ୍ମର ନିର୍ଦ୍ଦେଶକ ତ୍ରିଭିକରାମ ଶ୍ରୀନିବାସ, ମହେଶ ବାବୁ ଏବଂ ଶ୍ରୀଲଥାଙ୍କ ସମେତ ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ । ଏହି ସମଗ୍ର ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ପୋଲିସ ଅନେକ ଲୋକଙ୍କୁ ଲାଠିଚାର୍ଜ କରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ଦେଖାଯାଉଛି ଯେ ଏହି ଘଟଣାରେ ପହଞ୍ଚିଥିବା ଜନସାଧାରଣ ପୋଲିସର ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହା ସହ ପରସ୍ପର ଉପରେ ଚେୟାର ଫିଙ୍ଗିଛନ୍ତି । ହେଲେ ଏପର୍ଯ୍ୟନ୍ତ ଫିଲ୍ମର ଟିମ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami