ଦେଢ ଲକ୍ଷ ଭକ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ବିଷ୍ଣୁ ମନହୋର

Above Post Content

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାମ ମନ୍ଦିରର ଉଦ୍‌ଘାଟନୀ ଓ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରାୟ ଦେଢ ଲକ୍ଷ ଭକ୍ତ ପ୍ରସାଦ ଗ୍ରହଣ କରିବେ । ଏଥିପାଇଁ ୭ ହଜାର କିଲୋର ରାମ ହଲୱା ପ୍ରସ୍ତୁତ କରାଯିବ । ଏତେ ଅଧିକ ପରିମାଣର ପ୍ରସାଦ ପ୍ରସ୍ତୁତ କରିବା ଦାୟିତ୍ୱ ନାଗପୁରର ମାହିର ହଲୱାଇ ବିଷ୍ଣୁ ମନହୋରଙ୍କୁ ଦିଆଯାଇଛି । ସେ ଦେଢଲକ୍ଷ ଭକ୍ତଙ୍କ ପାଇଁ ୭ ହଜାର କିଲୋ ପ୍ରସାଦ ପ୍ରସ୍ତୁତ କରିବେ ।

Middle post content

ବିଷ୍ଣୁ ମନୋହର କରିଛନ୍ତି ୧୨ ବିଶ୍ୱ ରେକର୍ଡ

After 2nd paragraph post ads

ବିଷ୍ଣୁ ମନହୋର ୧୪ ଶହ କିଲୋର ଏକ କଢେଇରେ ସେ ଏହି ହଲୱା ପ୍ରସ୍ତୁତ କରିବେ । ବିଷ୍ଣୁ ଭଲ ହଲୱା ପ୍ରସ୍ତୁତ କରି ରେକର୍ଡ଼ କରିଛନ୍ତି । ବିଭିନ୍ନ୍ ସମୟରେ ଖାଦ୍ୟ ପ୍ରସ୍ତୁତ କରି ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜ ନାଁରେ ୧୨ଟି ୱାର୍ଲଡ ରେକର୍ଡ କରିଛନ୍ତି । ନିକଟରେ ୨୮୫ ମିନିଟ୍‌ରେ ୭୫ପ୍ରକାର ଚାଉଳ ସହ ୭୫ପ୍ରକାର ଅଲଗା ଅଲଗା ପକବାନ ପ୍ରସ୍ତୁତ କରି ୱାର୍ଲଡ ରେକର୍ଡ ସୃଷ୍ଟି କରିଛନ୍ତି । ସେ ସୋସିଆଲ ମିଡିଆରେ ରୋଷେଇର ଲାଇଭ କ୍ଲାସ ମଧ୍ୟ କରୁଛନ୍ତି ।ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି ହଲୱା ପ୍ରସ୍ତୁତ ପାଇଁ ୯୦୦କିଲୋ ସୁଜି, ହଜାରେ କିଲୋ ଚିନି, ୨୫ଶହ ଲିଟର କ୍ଷୀର, ହଜାରେ କିଲୋ ଘିଅ ଇତ୍ୟାଦି ବ୍ୟବହାର କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami