ରେସ୍କ୍ୟୁ ଅପରେସନ୍‌ରେ ପୁଣି ବାଧା : ଅଧାରେ ରହିଲା ଅଗର ମେସିନ

Above Post Content

ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୪ ଦିନ ହେଲା ଫସିଥିବା ୪୧ ଶ୍ରମିକ ମରଣ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରୁନି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନ୍‌ରେ ଏବେ ବାଧା ଉପୁଜିଛି । ଅଧାରେ ଅଟକି ଯାଇଛି ଅଗର ମେସିନ୍ । ଫଳରେ ଉଦ୍ଧାରକାରୀ ଦଳକୁ ନାକେଦମ୍ ହେବାକୁ ପଡ଼ିଛି । ଏବେ ହାତରେ ଖୋଳା ଚାଲିଛି । ଅଗର ମେସିନ ସାହାଯ୍ୟରେ ଧସିଥିବା ମାଟିକୁ ଡ୍ରିଲ କରି ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇ ଥିବା ବେଳେ ପୁଣି ବାଧକ ସାଜିଛି ଲୁହା ଛଡ଼ । ଅଗର ମେସିନ ଆଗରେ ଲୁହାଛଡ଼ ପଡ଼ିବାରୁ ରେସ୍କୁ ଅପରେସନରେ ବାଧା ସୃଷ୍ଟି ହୋଇଛି । କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନଟି ଅଧାରେ ଅଟକି ରହିଛି । କ୍ରମାଗତ ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେଣୁ ଉଦ୍ଧାରକାରୀ ଦଳ ହାତୁଡି ସାହାଯ୍ୟରେ ହାତରେ ଖୋଳା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଲାଗିବ ଅଧିକ ସମୟ

After 2nd paragraph post ads

ସେହିପରି ଟନେଲ ଉପର ପଟୁ ଡ୍ରିଲିଂ ଆରମ୍ଭ ହୋଇଛି ।ଏନଡିଆରଏଫ କର୍ମଚାରୀମାନେ ପାରମ୍ପରିକ ଉପାୟରେ ହାତରେ ଡ୍ରିଲ କରୁଛି । ଡ୍ରିଲିଂ ପଥରେ ବାରମ୍ବାର ଆସୁଥିବା ପ୍ରତିବନ୍ଧକ ଯୋଗୁଁ ବର୍ତ୍ତମାନ ଏନଡିଆରଏଫ କର୍ମଚାରୀମାନେ ନିଜେ ପାଇପ ଲାଇନକୁ ଓହ୍ଲାଇ ହାତରେ ମାନୁଆଲି ଖୋଲିବା ଆରମ୍ଭ କରିଛନ୍ତି । ଧାତବ ପଦାର୍ଥ ହଟାଇବାକୁ ହାତରେ ଖୋଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ୪୭ ମିଟର ଖନନ କାର୍ଯ୍ୟ ଶେଷ ହୋଇଛି । ଆଉ ୧୦ମିଟର ଖନନ କରିବାକୁ ପଡିବ । ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିର କର୍ମଚାରୀମାନେ ହାତୁଡ଼ି, ସାବଳ, ଗ୍ୟାସ କଟର ମେଶିନ ଏବଂ ସାଧାରଣ ଉପକରଣ ପରି ଡ୍ରିଲିଂ ପାଇଁ ବ୍ୟବହୃତ ପାରମ୍ପାରିକ ଉପକରଣ ସହିତ ଖୋଳିବା ଆରମ୍ଭ କରିଛନ୍ତି । ପାଇପ ରାସ୍ତାରେ ଆସୁଥିବା ପ୍ରତିବନ୍ଧକକୁ ଏଥିର ହଟାଯିବ । ଏହା ବହୁତ କଠିନ ପରିଶ୍ରମ ହେବ ଏବଂ ବହୁତ ସମୟ ନେଇପାରେ । ତଥାପି, ଏଥିରେ ସଫଳତାର ଆଶା ରଖିଛନ୍ତି ଉଦ୍ଧାରକାରୀ ଦଳ ।

Middle post content

ଟନେଲରେ ଅଛନ୍ତିି ଓଡ଼ିଶାର ୫ ଶ୍ରମିକ

ସେପଟେ ଟନେଲ୍ ବାହାରେ ଆମ୍ବୁଲାନସ୍ ଓ ମେଡିକାଲ୍ ଟିମ୍ ସଜାଗ ରହିଛି । ଶ୍ରମିକ ମାନେ ବାହାରିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ । ଗତ ୧୪ ଦିନ ଧରି ଚାଲିଛି ରେସ୍କ୍ୟୁ ଅପରେସନ୍ । ଟନେଲ୍ ତଳେ ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ । ଏହି ଟନେଲ ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ୮ଟି ରାଜ୍ୟର ୪୧ ଜଣ ଶ୍ରମିକ ଫଶିରହିଛନ୍ତି । ଯେଉଁଥିରେ ଝାରଖଣ୍ଡର ସର୍ବାଧିକ ୧୫ଜଣ, ଉତ୍ତରପ୍ରଦେଶର ୮ଜଣ, ଓଡ଼ିଶାର ୫ଜଣ, ବିହାରର ୫ଜଣ, ଆସାମର ୨ଜଣ, ଉତରାଖଣ୍ଡର ୨ଜଣ ଓ ପଶ୍ଚିମବଙ୍ଗର ୩ଜଣ, ହିମାଚଳ ପ୍ରଦେଶର ଜଣେ ଶ୍ରମିକ ସାମିଲ ଅଛନ୍ତି ।

୫ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଓଡିଆ ଶ୍ରମିକଙ୍କ ପରିବାର ଲୋକେ

୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ୫ ଓଡିଆ ଶ୍ରମିକଙ୍କ ପରିବାର ଲୋକେଉଦ୍ଧାର ନେଇ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ସେମାନଙ୍କର ଉତ୍ତରକାଶୀ ଯିବାର ବ୍ୟବସ୍ଥା କରିଛନ୍ତି ସରକାର । ନବୀନ ନିବାସରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଯାଇଛି । ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ରହିଛନ୍ତି । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ । ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତରକାଶୀ ରେ ପହଞ୍ଚି ସାରିଛନ୍ତି । ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ ହେଲେ ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଂଜର ବିଶେଶ୍ୱର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami