ମୁଖ୍ୟ କବାଟ ଭାଙ୍ଗି ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

Above Post Content

କଟକ: ଆଠଗଡ଼ ବାବା ଧବଳେଶ୍ୱରଙ୍କ ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ । ଆଜି ବଡ଼ ଓଷାରେ ଶହ ଶହ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥିଲେ । ତେବେ ଗତକାଲିରୁ ଲାଗି ରହିଥିବା ବିବାଦ ଯୋଗୁଁ ଆଜି ବି ମନ୍ଦିରରେ ଦର୍ଶନ ବନ୍ଦ ଥିଲା । ହେଲେ ବଢ଼ି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଆସି ପହଞ୍ଚିଥିଲେ । ବଡ଼ ସିଂହାର ବେଶରେ ଦର୍ଶନ କରିବାକୁ ଲୋକେ ଅପେକ୍ଷା କରି ଶେଷରେ ମୁଖ୍ୟ କବାଟକୁ ଭାଙ୍ଗି ଭିତରେ ପଶିଛନ୍ତି ।

Middle post content

ବଡଓଷାରେ ମନ୍ଦିରରେ ପ୍ରବଳ ଭିଡ଼

After 2nd paragraph post ads

ଆଜି ମହାକାର୍ତ୍ତିକ ମାସର ବଡ ପର୍ବ ବଡଓଷା । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍‌ଯାପନ କରିଥାନ୍ତି । ଏଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇଥିଲା । ପରେ ବାବା ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା । ଧବଳେଶ୍ୱରଙ୍କ ମନ୍ଦିରରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ପୂଜକ ମାନେ ମନ୍ଦିର ମୁଖ୍ୟଦ୍ୱାରରେ ଧାରଣାରେ ବସିଥିଲେ । ଯାହାଫଳରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ହେଲେ ଆଜି ଭକ୍ତମାନେ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami