‘ଆନିମଲ୍‌’ ସିନେମା ପାଇଁ ଫିଗର ବନାଇବାକୁ ବବିଙ୍କୁ ଲାଗିଥିଲା ୪ ମାସ

Above Post Content

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ଫିଲ୍ମ ‘ଆନିମଲ୍‌’ର ଟ୍ରେଲର । ଏହି ଫିଲ୍ମକୁ ନେଇ ରଣବୀର କପୁରଙ୍କ ପରେ ଯଦି କିଏ ବେଶି ଚର୍ଚ୍ଚାରେ ଅଛନ୍ତି, ସିଏ ହେଉଛନ୍ତି ବବି ଦେଓଲ । କାରଣ ସେ ତାଙ୍କ ଫିଗର ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବବିଙ୍କୁ ତାଙ୍କର ଏହି ଫିଟ୍‌ନେସ୍ ବନାଇବା ପାଇଁ ସହଜ ନ ଥିଲା । ତାଙ୍କୁ ଦୀର୍ଘ ୪ ମାସ ସମୟ ଲାଗିଥିଲା । ବବିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ବଲିଉଡ୍‌ର ଜଣାଶୁଣା ଫିଟ୍‌ନେସ୍ ପ୍ରଜ୍ଜବଲ୍ ସେଟ୍ଟୀ ।

ବବିଙ୍କ ବଡ଼ିକୁ ପସନ୍ଦ କରିଛନ୍ତି ପ୍ରଶଂସକ

After 2nd paragraph post ads

ପ୍ରଜ୍ଜବଲ୍ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଏବେ ବବି ସାରଙ୍କ ବଡିକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଛି । କେବଳ ସେତିକି ନୁହେଁ ପ୍ରଶଂସକ ତାଙ୍କ ବଡ଼ିକୁ ପସନ୍ଦ ବି କରିଛନ୍ତି । ଏହା ଶୁଣିଲା ପରେ ମୋତେ ଭାରି ଖୁସି ଲାଗୁଛି । ମୁଁ ତାଙ୍କୁ ‘ରେସ୍ ୩’ ସମୟରୁ ପ୍ରଶିକ୍ଷଣ ଦେଇଆସୁଛି । ଗତ ୬ ବର୍ଷ ହେଲା ମୁଁ ତାଙ୍କୁ ପ୍ରଶିକ୍ଷଣ ଦେଇଆସୁଛି । ଫିଲ୍ମ ‘ଆନିମଲ୍‌’ ପାଇଁ ମୋତେ ୪ ମାସ ସମୟ ଦିଆ ଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ମୋତେ ବବି ସାରଙ୍କୁ ଜଣେ ଭିଲିୟାନ୍‌ର ଲୁକ୍ ଦେବାର ଥିଲା । ଆମେ ତାହା କରିକି ଦେଖାଇଲୁ ।

Middle post content

ଦମଦାର ଅଭିନୟର ଯାଦୁ ଦେଖାଇଛନ୍ତି ବବି

କିଛି ସପ୍ତାହ ପୂର୍ବରୁ ଫିଲ୍ମ ‘ଆନିମଲ୍‌’ର ଟିଜର ରିଲିଜ୍ ହେବା ପରେ ଟି-ସିରିଜ୍ ପକ୍ଷରୁ ବହୁ ଗୀତ ବି ରିଲିଜ୍ ହୋଇ ସାରିଥିଲା । ଏବେ ‘ଆନିମଲ୍‌’ର ଟ୍ରେଲର ବି ରିଲିଜ୍ ହୋଇସାରିଛି । ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ତଥା ମୁଖ୍ୟ ଭୂମିକାରେ ରଣବୀର କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଏକ ରୋମାଣ୍ଟିକ କ୍ରାଇମ ଥ୍ରୀଲର ସିନେମା । ଏହି ଟ୍ରେଲର ରିଲିଜ୍ ହେବା ପରେ ବବି ଦେଓଲଙ୍କ ‘ବଡି’ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ସେହିଭଳି ଫିଲ୍ମରେ ରଣବୀର କାପୁରଙ୍କୁ କଡ଼ା ଟକ୍କର ଦେଇଛନ୍ତି ବବି ଦେଓଲ । ଟ୍ରେଲରରୁ ଜଣା ପଡୁଛି କି ଫିଲ୍ମରେ ବବି ଦେଓଲଙ୍କୁ ସ୍କ୍ରିନରେ ଖୁବ କମ୍ ସମୟ ମିଳିଥିବ କିନ୍ତୁ ସେହି ସ୍ୱଳ୍ପ ସମୟରେ ବବି ତାଙ୍କର ଦମଦାର ଅଭିନୟର ଯାଦୁ ଦେଖାଇଛନ୍ତି । ଏହି ଫିଲ୍ମରେ ବବି ଦେଓଲ ଭିଲେନ ଭୂମିକାରେ ଖୁବ ଭୟଙ୍କର ଭାବେ ନଜର ଆସିଛନ୍ତି ।

ବବିଙ୍କ ସିନେମା କ୍ୟାରିୟରକୁ ଦେବ ନୂଆ ଦିଶା

ଟ୍ରେଲରରେ ମୁଖ୍ୟ ସିନ୍ ରଣବୀର କପୁର ଏବଂ ବବି ଦେଓଲଙ୍କ ଫାଇଟିଂ ସିନ୍ ରହିଛି । ଏଥିରେ ୫୪ ବର୍ଷୀୟ ବବି ପାୱାରଫୁଲ ଗରମ ମିଜାଜ ସହିତ ରଣବୀରଙ୍କ ସହିତ ଫାଇଟିଂ କରୁଛନ୍ତି । ଯାହା ଟ୍ରେଲରର ଶେଷ ଭାଗରେ ରହିଛି । ଏହି ଫିଲ୍ମରେ ଦମଦାର ଅଭିନୟ ପାଇଁ ରଣବୀର କପୁର ଏବଂ ବବି ଦେଓଲଙ୍କୁ ସେମାନଙ୍କ ସିନେମା କ୍ୟାରିୟରକୁ ଏକ ନୂଆ ଦିଶା ଦେବ । ଟ୍ରେଲରରେ ଏପରି ଧମାକାଦାର ଅଭିନୟ ଦେଖି ସମ୍ପୂର୍ଣ୍ଣ ସିନେମା ଦର୍ଶକଙ୍କୁ ଏକ ଶ୍ରେଷ୍ଠ ଫିଲ୍ମ ଉପହାର ଦେଇପାରେ । ଫିଲ୍ମ ୧ ଡିସେମ୍ବରରେ ରିଲିଜ ହେବ । ଫିଲ୍ମରେ ଅନିଲ କପୁର ଏବଂ ରଶ୍ମିକା ମନ୍ଦାନା ଅନ୍ୟ ପ୍ରମୁଖ ଚରିତ୍ରରେ ନଜର ଆସିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami