ଗୋଟିଏ ଫଟୋ ଉଠାଇବାକୁ ଲାଗିଥିଲା ୭ବର୍ଷ ସମୟ, ନାସା କଲା ସାମ୍ମାନିତ

Above Post Content

ଟ୍ୟୁରିନ : ସାଧାରଣତଃ ଗୋଟିଏ ସୁନ୍ଦର ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରଙ୍କୁ ନାକେଦମ୍ ହେବାକୁ ପଡ଼ିଥାଏ । ଫଟୋକୁ ସଠିକ୍ ଆଙ୍ଗେଲ ଏବଂ କ୍ୟାପଚର କ୍ଲିଅର ନେବା ଲାଗି ଫଟୋଗ୍ରାଫରଙ୍କୁ ବିଭିନ୍ନ ଟେକ୍‌ନିକ୍ ଲଗାଇ ଫଟୋ ଉଠାଇବାକୁ ପଡିଥାଏ । ଏଥିପାଇଁ ସେମାନଙ୍କୁ ଗୋଟିଏ ଶଟ୍ ପାଇଁ ୧୫-୨୦ ମିନିଟ୍ ଅପେକ୍ଷା କରିବାକୁ ମଧ୍ୟ ପଡିଥାଏ । କିନ୍ତୁ ନିକଟରେ ଏପରି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଉଠାଇବାକୁ ଫଟୋଗ୍ରାଫରଙ୍କୁ ୭ବର୍ଷ ସମୟ ଲାଗିଯାଇଥିଲା ।

 ଫଟୋ ପାଇଁ କରିବାକୁ ପଡ଼ିଛି ବହୁ ପରିଶ୍ରମ

After 2nd paragraph post ads
Middle post content

ଇଟାଲୀର ଟ୍ୟୁରିନ ସହରରେ ରୁହନ୍ତି ଭ୍ୟାଲେରିଓ ମିନାଟୋ । ସେ ଜଣେ ଫଟୋଗ୍ରାଫର ଭାବେ କାମ କରନ୍ତି । ବିଭିନ୍ନ ଆଙ୍ଗେଲରେ ଫଟୋ ଉଠାଇବା ତାଙ୍କର ସଉକ । ଏବେ ମିନାଟୋ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି, ସେ ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭ବର୍ଷ ପରିଶ୍ରମ କରି ଏପରି ଏକ ଫଟୋ ଉଠାଇଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମିନାଟୋ ଏକ ଏପରି ଫଟୋ ଉଠାଇବାକୁ ଚାହୁଁଥିଲେ ଯାହାକୁ ଦୁନିଆ ‘ଫଟୋଗ୍ରାଫ ଅଫ ଦି ଡିକେଡ’ ବୋଲି ମାନ୍ୟତା ଦେବ । ମିନାଟୋ ଦୁଇଟି ଆଇକନିକ ଲ୍ୟାଣ୍ଡମାର୍କ ସହିତ ଚନ୍ଦ୍ରର ଆଲାଇନ ଫଟୋ ଉଠାଇଛନ୍ତି । ଫଟୋରେ ବ୍ୟାସିଲିକା ଅଫ୍ ସୁପରେଗାର ଗମ୍ବୁଜ ଏବଂ ବିଶାଳ ମୋନଭିସୋ ପର୍ବତ ପଛରେ ଚନ୍ଦ୍ର ରହିଛି । ଏହି ଦୁଇଟି ଫଟୋକୁ ମିଶାଇ ମିନାଟୋ ଏପରି ଏକ ଚମତ୍କାର ଫଟୋ ଉଠାଇଛନ୍ତି ଯାହାକୁ ଆମେରିକାର ସ୍ପେସ ଏଜେନ୍ସି ନାସା ମଧ୍ୟ ସମ୍ମାନିତ କରିଛି । ଏହି ଫଟୋ ଉଠାଇବା ପାଇଁ ମିନାଟୋଙ୍କୁ ୨୦୧୭ରୁ ବହୁ ପରିଶ୍ରମ କରିବାକୁ ପଡିଥିଲା । ସେ ଚନ୍ଦ୍ରର ହରିଜେଣ୍ଟାଲ ଫଟୋ ନେବା ସହ ପାଣିପାଗ ବିଭାଗର ପ୍ରତିଟି ସମୟର ବିବରଣୀ ରଖୁଥିଲେ । ତେବେ ଟ୍ୟୁରିନ ସହର ସବୁବେଳେ ବାଦଲ ମଧ୍ୟରେ ଢାଙ୍କି ହୋଇ ରହୁଥିଲା ଯେଉଁଥି ପାଇଁ ଫଟୋ ନେବାରେ ଅସୁବିଧା ହେଉଥିଲା । ମାତ୍ର ମନାଟୋ ଏତିକିରେ ହାର ମାନି ନ ଥିଲେ ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ଏକ ସାକ୍ଷାତକାରରେ ମିନାଟୋ କହିଛନ୍ତି, ଏହି ଶଟ୍ ନେବା ପାଇଁ ତାଙ୍କୁ ୨୦୧୭ରୁ ସହରର ବିଭିନ୍ନ କ୍ଷେତ୍ରରୁ ଶୁଟିଂ କରିବାକୁ ପଡୁଥିଲା । ଏକ ସ୍ଥିର ବିନ୍ଦୁରେ ଦୁଇଟି ଚିତ୍ରକୁ ମିଶାଇବା ପାଇଁ ତାଙ୍କୁ ୭ବର୍ଷ ଲାଗିଯାଇଥିଲା । ଯାହାର ପରଫେକ୍ଟ କ୍ୟାପଚର ସେ ୨୦୨୩ ଡିସେମ୍ବର ୭ରେ କ୍ୟାପଚର କରିଥିଲେ । ଏପରି ଏକ ଫଟୋ ଉଠାଇବାରେ ସକ୍ଷମ ହୋଇଥିବାରୁ ମୁଁ ବହୁତ ଖୁସି । ଏଥିପାଇଁ ମୋତେ ନାସା ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । କେବଳ ସେତିକି ନୁହେଁ, ମୋର ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami