ଦୀର୍ଘ ଦିନର ବ୍ୟବଧାନ ପରେ କୋହଲି ଖେଳିବେ ଟି -୨୦

Above Post Content

ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ଟି -୨୦ ଖେଳିବେ ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଏହି ମ୍ୟାଚ ଖେଳିବା ପାଇଁ ସେ ଇନ୍ଦୋରରେ ପହଞ୍ଚିଛନ୍ତି । ଇନ୍ଦୋରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଥିଲା । ବ୍ୟକ୍ତିଗତ କାରଣରୁ କୋହଲି ମୋହାଲିରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ ଖେଳି ପାରି ନ ଥିଲେ । ଦୀର୍ଘ ସମୟ ପରେ ବିରାଟ ଭାରତର ଟି -୨୦କୁ ଫେରିଛନ୍ତି ।

Middle post content

୧୪ରେ ଖେଳାଯିବ ୨ୟ ଟି-୨୦

After 2nd paragraph post ads

ବିରାଟଙ୍କ ଏକ ଭିଡିଓ ଏକ୍ସରେ ସେୟାର କରାଯାଇଛି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ବିମାନବନ୍ଦରରେ ନଜର ଆସିଛନ୍ତି । ଦାବି ହେଉଛି ଯେ, କୋହଲି ମୁମ୍ବାଇରୁ ଇନ୍ଦୋର ଯାଇଛନ୍ତି । ପ୍ରଥମ ମ୍ୟାଚ ସମୟରେ ଟିମ ଇଣ୍ଡିଆ ଖେଳାଳିଙ୍କୁ ପ୍ରବଳ ଥଣ୍ଡା ସହ ସାମ୍ନା କରିବାକୁ ପଡିଥିଲା । ସେହି ମ୍ୟାଚ ମୋହାଲିରେ ଖେଳାଯାଇଥିଲା । ସୂଚନାଯୋଗ୍ୟ ଯେ, ବିରାଟ ୨୦୨୨ ନଭେମ୍ବରରେ ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ପାଇଁ ଶେଷ ଟି -୨୦ ମ୍ୟାଚ ଖେଳିଥିଲେ । ଏହା ପରେ ସେ ଟି -୨୦ ଦଳରୁ ବାହାରେ ଥିଲେ । ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ୨ୟ ଟି-୨୦ ଆସନ୍ତା ୧୪ ତାରିଖ ରବିବାର ଦିନ ଇନ୍ଦୋରଠାରେ ଖେଳାଯିବ । ସେହିପରି ୩ୟ ଟି-୨୦ ୧୭ ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami