୫୦ ବର୍ଷ ମଧ୍ୟରେ ହମାସର ସବୁଠାରୁ ବଡ଼ ଆକ୍ରମଣ

Above Post Content

୧୯୪୩ ମସିହାରେ ପର୍ଲ ହାରବର ଉପରେ ଜାପାନୀ ଆତ୍ମାଘାତୀ ଆକ୍ରମଣ ଆମେରିକାକୁ ଚମକାଇ ଦେଇଥିଲା । ଆମେରିକା ଏଭଳି ଆକ୍ରମଣର ଚିନ୍ତା କରି ନ ଥିଲା । ଜାପାନର ଅଚାନକ ଆକ୍ରମଣ ଭଳି ପ୍ରାୟ ୮୦ ବର୍ଷ ପରେ ଆଉ ଗୋଟିଏ ଆକ୍ରମଣ ମଧ୍ୟ ପ୍ରାଚ୍ୟରେ ଶନିବାର ହୋଇଛି । ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣ ଗତ ୫୦ ବର୍ଷ ମଧ୍ୟ ରେ ସବୁଠାରୁ ବଡ଼ ଆକ୍ରମଣ । ଇସ୍ରାଏଲୀ ଗୁଇନ୍ଦା ସଂଗଠନ ମୋସାଦ ଏଭଳି ଷଡ଼ଯନ୍ତ୍ର ବାବଦରେ କୌଣସି ଆଗୁଆ ସୂଚନା ପାଇବାରେ ବିଫଳ ହୋଇଥିଲା । ଯାହାର ଫଳ ହେଉଛି ଇସ୍ରାଏଲୀ ସେନା ହମାସର ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା । ଇସ୍ରାଏଲ ମଧ୍ୟକୁ ପ୍ରବେଶ କରି ହମାସ ଆତଙ୍କବାଦୀ ମୃତ୍ୟୁର ତାଣ୍ଡବ ଖେଳିଛନ୍ତି । ଯୁଦ୍ଧ ତ’ ହମାସ ଆରମ୍ଭ କରିଛି କିନ୍ତୁ ଇସ୍ରାଏଲୀ ଯବାବ ନିଶ୍ଚିତ ଭାବେ ପାଲେଷ୍ଟାଇନକୁ ମହଙ୍ଗା ପଡିବ । ମହଙ୍ଗା ପଡିବ କହିବା ଭୁଲ ହେବ କାରଣ ଇସ୍ରାଏଲୀ ଆକ୍ରମଣରେ ଏବେ ଗାଜା ଥରହର ହେବାରେ ଲାଗିଛି । ଇସ୍ରାଏଲ କହିସାରିଲାଣି ଯେ, ଏହି ଯୁଦ୍ଧ ଲମ୍ବା ଚାଲିବ । କିଛି ମଧ୍‌୍ୟ ଏହାକୁ ତୃତୀୟ ଇନ୍ତେଫଦାର ଆରମ୍ଭ ବୋଲି କହିବାକୁ ଲାଗିଲେଣି । ତେବେ ଇସ୍ରାଏଲ-ପାଲେଷ୍ଟାଇନ୍ ପୁର୍ଣ୍ଣଯୁଦ୍ଧରେ କାହାର ପଲ୍ଲା ଭାରି ରହିବ ? ଏହା ଜାଣିବାକୁ ହେଲେ ଦୁଇ ପକ୍ଷର ସାମରିକ ଓ କୂଟନୈତିକ ଶକ୍ତିକୁ ବଝିବାକୁ ପଡିବ । ଆସନ୍ତୁ ଜାଣିବା ପାୱାର ଇଣ୍ଡେକ୍ସରେ କିଏ କେଉଁଠି ଅଛି ।

ଗ୍ଲୋବାଲ ପାୱାର ତାଲିକା

After 2nd paragraph post ads

ଇସ୍ରାଏଲ ଗ୍ଲୋବାଲ ପାୱାର ତାଲିକାରେ ଇସ୍ରାଏଲ ୧୮ ନମ୍ବରରେ ଅଛି । ଅନ୍‌ଯପକ୍ଷରେ ପାଲେଷ୍ଟାଇନ୍ ଏହି ତାଲିକାରେ ୭୮ତମ ସ୍ଥାନରେ ଅଛି । ଅର୍ଥନୈତିକ,ସାମରିକ ଓ କୂଟନୈତିକ ଶକ୍ତି ଗୋଟିଏ ଦେଶକୁ ଗ୍ଲୋବାଲ ପାୱାର କରିଥାଏ । ବିଦେଶୀ ସହାୟତା ଉପରେ ନିର୍ଭର କରୁଥିବା ପାଲେଷ୍ଟାଇନ ଏହି ମାମଲାରେ ଇସ୍ରାଏଲଠାରୁ ଢେର ପଛରେ । ଇସ୍ରାଏଲ ପଛରେ ଆମେରିକା ଭଳି ସୁପରପାୱାର ରହିଛି । ପାଲେଷ୍ଟାଇନ ପଛରେ ହାତଗଣତି ଆରବ ରାଷ୍ଟ୍ର,ଯେଉଁମାନେ ଠିକଣା ସମୟରେ ସାମ୍ନାକୁ ଆସିବେ କି ନାହିଁ ତାହ ମଧ୍‌ଯ ଗୋଟିଏ ବଡ଼ ପ୍ରଶ୍ନ ।

ପରମାଣୁ ଶକ୍ତି

ଇସ୍ରାଏଲ ଅଘୋଷିତ ପରମାଣୁ ଶକ୍ତି । ଏହାପାଖେ ପାଖାପାଖି ୯୦ ପରମାଣୁ ବୋମା ଅଛି ବୋଲି କୁହାଯାଏ । ଅନ୍ୟପକ୍ଷରେ ଆରବ ଦୁନିଆରେ ପାଲେଷ୍ଟାଇନ ସହିତ କୌଣସି ଇସଲାମିକ ରାଷ୍ଟ୍ରଙ୍କ ପାଖରେ ପରମାଣୁ ଅସ୍ତ୍ର ନାହିଁ । ଏହି ମାମଲାରେ ଇସ୍ରାଏଲର ପଲା ଭାରି ।

ପ୍ରତିରକ୍ଷା ଖର୍ଚ୍ଚ

ପ୍ରତିରକ୍ଷା ଖର୍ଚ୍ଚ ମାମଲାରେ ଇସ୍ରାଏଲ ପାଲେଷ୍ଟାଇନଠାରୁ ଢେର ଆଗରେ । ଇସ୍ରାଏଲର ପ୍ରତିରକ୍ଷା ବଜେଟ୍ ୨୪ ବିଲିୟନ ହୋଇଥିବା ବେଳେ ପାଲେଷ୍ଟାଇନର ବଜେଟ୍ ପାଖାପାଖି ୩ ବିଲିୟନ ।

Middle post content

ଜନସଂଖ୍ୟା

ଜନସଂଖ୍ୟା ମଧ୍ୟ ଗୋଟିଏ ଦେଶର ଶକ୍ତି ହୋଇଥାଏ । ଚୀନ୍ ଓ ଭାରତ ଭଳି ଦେଶଙ୍କ ପାଇଁ ସେମାନଙ୍କ ଜନସଂଖ୍‌ଯା ଯଦି ଅଭିଶାପ ତେବେ ବରଦାନ ମଧ୍ୟ । କାରଣ ଏହି  ଜନସଂଖ୍ୟା ସେମାନଙ୍କୁ ଆର୍ôଥକ ମହାଶକ୍ତି ହେବାର ଇନ୍ଧନ ଦେଉଛି । ଏହା ସହିତ ସାମରିକ ଶକ୍ତିର ମଧ୍‌ଯ ଜନସଂଖ୍‌ଯା ସହିତ ସମ୍ପର୍କ ରହିଛି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଇସ୍ରାଏଲ ଏହି ମାମଲାରେ ଆଗରେ ଅଛି ।ଇସ୍ରାଏଲର ଜନସଂଖ୍ୟା ୮.୯୧ ମିଲିୟନ ହୋଇଥିବା ବେଳେ ପାଲେଷ୍ଟାଇନ୍ ଜନସଂଖ୍‌ଯା ୫.୪୦ ମିଲିୟନ । ଜନସଂଖ୍ୟା ମାମଲାରେ ବି ଇସ୍ରାଏଲ ପାଲେଷ୍ଟାଇନଠାରୁ ଆଗରେ ।

ସାମରିକ ଶକ୍ତି

ଇସ୍ରାଏଲ ଓ ପାଲେଷ୍ଟାଇନର ଆକ୍ଟିଭ୍ ସୈନିକଙ୍କ ସଂଖ୍ୟା ଉପରେ ନଜର ପକାଇଲେ ଜଣା ପଡେଯେ, ଏହି ମାମଲାରେ ଇସ୍ରାଏଲ ଆଗରେ ଅଛି । ଇସ୍ରାଏଲର ସକ୍ରୀୟ ସୈନିକଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର । ଅନ୍ୟପକ୍ଷରେ ପାଲେଷ୍ଟାଇନର ସୈନିକ ସଂଖ୍ୟା ଏକ ଲକ୍ଷ ୫ଶହ । ରିଜର୍ଭ ସୈନିକଙ୍କ ସଂଖ୍ୟା ମାମଲାରେ ମଧ୍‌ଯ ଇସ୍ରାଏଲ ପାଲେଷ୍ଟାଇନଠାରୁ ଆଗରେ ରହିଛି । ଇସ୍ରାଏଲରେ ସାମରିକ ଟ୍ରେନିଂ ବାଧ୍‌ଯତାମୁଳକ ।ତେଣୁ ଏହାର ସବୁ ନାଗରିକ ଯୁଦ୍ଧ ପାଇଁ ପ୍ରଶିକ୍ଷିତ । ଇସ୍ରାଏଲର ସବୁ ନାଗରିକ ୩ ବର୍ଷ ପାଇଁ ସେନାରେ ବାଧ୍‌ଯତାମୁଳକ ଭାବେ କାର୍ଯ୍ୟ କରନ୍ତି । ଇସ୍ରାଏଲର ରିଜର୍ଭ ଆର୍ମି ସଂଖ୍ୟା ୪ ଲକ୍ଷ ୬୫ ହଜାର ହୋଇଥିବା ବେଳେ ପାଲେଷ୍ଟାଇନର ରିଜର୍ଭ ସୈନିକଙ୍କ ସଂଖ୍‌ଯା ମାତ୍ର ୪୮ ହଜାର ୫୬୮ । ତେବେ ଗୋଟିଏ ମାମଲାରେ ପାଲେଷ୍ଟାଇନ୍ ଇସ୍ରାଏଲଠାରୁ ଆଗରେ ଅଛି । ଅର୍ଦ୍ଧସାମରିକ ବାହିନି ବା ପାରା ମିଲିଟାରୀ ପର୍ସନାଲଙ୍କ ସଂଖ୍‌ଯା ଇସ୍ରାଏଲରେ ୮ ହଜାର ହୋଇଥିବା ବେଳେ ପାଲେଷ୍ଟାଇନ ପାଖରେ ଅଛନ୍ତି ୫୭ ହଜାର ପାରାମିଲିଟାରି ପର୍ସନାଲ ।

ବାୟୁସେନା: କିଏ ଆଗରେ ?

ଯୁଦ୍ଧ ବିମାନ ମାମଲାରେ ମଧ୍ୟ ଇସ୍ରାଏଲ ଆଗରେ ଅଛି । ଇସ୍ରାଏଲ ପାଖରେ ୬ଶହରୁ ଅଧିକ ବିମାନ ଥିବା ବେଳେ ପାଲେଷ୍ଟାଇନ ପାଖରେ ଅଛି ମାତ୍ର ୧୨୫ ବିମାନ । ଇସ୍ରାଏଲୀ ବାୟୁସେନା ଦୁନିଆର ନାମି ବାୟୁସେନା ମଧ୍‌ଯରୁ ଗୋଟିଏ । ଇସ୍ରାଏଲ ପାଖରେ ୨୪୧ ଲଢୁଆ ବିମାନ ରହିଛି ଅନ୍ୟପକ୍ଷରେ ପାଲେଷ୍ଟାଇନ୍ ପାଖରେ ଅଛି ୭୦ ଲଢୁଆ ବିମାନ । ସେହିଭଳି ଇସ୍ରାଏଲ ପାଖରେ ୩୨ ଆଟାକ ଏୟାରକ୍ରାଫ୍ଟ ଥିବା ବେଳେ ପାଲେଷ୍ଟାଇନ୍ ପାଖରେ ଅଛି ୨୮ । ଇସ୍ରାଏଲୀ ବାୟୁସେନା ପାଖରେ ୧୫ ପରିବହନ ବିମାନ ରହିଛି । ଅନ୍ୟପକ୍ଷରେ ପାଲେଷ୍ଟାଇନ ପାଖରେ ମାତ୍ର ୩ଟି । ଟ୍ରେନର ଏୟାରକ୍ରାଫ୍ଟ ମାମଲାରେ ବି ଇସ୍ରାଏଲ ପାଲେଷ୍ଟାଇନଠାରୁ ଆଗରେ । ଏହି ସଂଖ୍ୟା ହେଉଛି ୧୫୩ ବନାମ ୨୦ । ଇସ୍ରାଏଲ ପାଖରେ ୨୩ଟି ସ୍ପେଶାଲ ମିଶନ୍ ଏୟାରକ୍ରାଫ୍ଟ ରହିଛି । ପାଲେଷ୍ଟାଇନ ପାଖରେ ଗୋଟିଏ ବି ନାହିଁ । ଆକାଶରେ ଇନ୍ଧନ ଭରିବା ପାଇଁ ଇସ୍ରାଏଲ ପାଖରେ ୧୧ଟି ଏୟାର ଟ୍ୟାଙ୍କର ରହିଛି । ପାଲେଷ୍ଟାଇନ୍ ପାଖରେ ଗୋଟିଏ ବି ନାହିଁ । ଇସ୍ରାଏଲ ପାଖରେ ୧୨୬ ହେଲିକପ୍ଟର ଥିବା ବେଳେ ପାଲେଷ୍ଟାଇନ୍ ପାଖରେ ଅଛି ୫୮ଟି ହେଲିକପ୍ଟର । ଆଟାକ ହେଲିକପ୍ଟର ସଂଖ୍ୟାରେ ବି ଇସ୍ରାଏଲ ଆଗରେ । ଇସ୍ରାଏଲ ପାଖରେ ୪୮ଟି ଆଟାକ ହେଲିକପ୍ଟର ଅଛି ।ଅନ୍ୟପକ୍ଷରେ ପାଲେଷ୍ଟାଇନ୍ ପାଖରେ ୩୪ଟି ।

ଟ୍ୟାଙ୍କ ଯୁଦ୍ଧରେ କିଏ ଆଗରେ ରହିବ ?

ଟ୍ୟାଙ୍କ ଯୁଦ୍ଧରେ ମଧ୍‌ଯ ଇସ୍ରାଏଲର ପଲ୍ଲା ଭାରି ରହିବ । ଇସ୍ରାଏଲ ପାଖରେ ୨୨ଶହ ଟ୍ୟାଙ୍କ ରହିଛି । ପାଲେଷ୍ଟାଇନ ପାଖରେ ଅଛି ଏହାର ଅଧା,ଅର୍ଥାତ ୧୧୫୯ ଟ୍ୟାଙ୍କ । ଇସ୍ରାଏଲ ପାଖରେ ୫୬ ହଜାରରୁ ଅଧିକ ସାଂଜୁଆ ଗାଡି଼ ଥିବା ବେଳେ ପାଲେଷ୍ଟାଇନ ପାଖରେ ଅଛି ପାଖାପାଖି ୧୬ ହଜାର ସାଂଜୁଆ ଗାଡି ।ତେବେ ଆର୍ଟିଲାରି ମାମଲାରେ ପାଲେଷ୍ଟାଇନ୍ ଆଗରେ ଅଛି । ଏସବୁ ତୁଳନାକୁ ଦେଖିଲେ ନିଶ୍ଚୟ ଏହା ସଫା ଯେ, ଇସ୍ରାଏଲ ପାଲେଷ୍ଟାଇନ୍ ଉପରେ ଭାରି ପଡିବ । ଆଉ ସବୁଠାରୁ ବଡ଼ କଥା ହେଉଛି ଇସ୍ରାଏଲ ଯୁଦ୍ଧ ଇତିହାସ । ଏହା ଗତ ୭୫ ବର୍ଷ ମଧ୍‌ଯରେ ଗୋଟିଏ ବି ଯୁଦ୍ଧ ହାରିନାହିଁ । ଯୁଦ୍ଧରୁ ଜନ୍ମ ଏହି ଦେଶର ଯୁଦ୍ଧ ଜିତିବା ଏକରକମ ଅଭ୍ୟାସ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami