ସାଙ୍ଗକୁ ପଠାଇଲେ ୨ ହଜାର , ଆସିଗଲା ୭୫୩ କୋଟି ଟଙ୍କା

Above Post Content

ଚେନ୍ନାଇ: ଅଚାନକ ଆସିଗଲା ଆକାଉଣ୍ଟକୁ କୋଟି କୋଟି ଟଙ୍କା । ଏହା ପଢ଼ିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । କିନ୍ତୁ ଘଟଣାଟି ସତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁରେ । ଜଣେ ବ୍ୟକ୍ତି ତାଙ୍କ ସାଙ୍ଗକୁ ୨ ହଜାର ଟଙ୍କା ପଠାଇଲେ । ତା ବଦଳରେ ଆସିଗଲା କୋଟି କୋଟି ଟଙ୍କା । ଏହା ଜାଣିବା ପରେ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହେବା ସହ ଅନ୍ୟମାନେ ବି ଚକିତ ହୋଇଯାଇଛନ୍ତି ।

ଆକାଉଣ୍ଟରେ ୭୫୩ କୋଟି ଦେଖି ବ୍ୟକ୍ତି ଆଶ୍ଚର୍ଯ୍ୟ

After 2nd paragraph post ads
Middle post content

ତାମିଲନାଡ଼ୁରେ ପୁଣି ଥରେ ବ୍ୟାଙ୍କ ଆକାଉଣ୍ଟକୁ କୋଟି ଟଙ୍କା ଟ୍ରାନ୍ସଫର ମାମଲା ସାମ୍ନାକୁ ଆସିଛି । ଚେନ୍ନାଇରେ ରହୁଥିବା ମହମ୍ମଦ ଇଦ୍‌ରିସ୍ ଙ୍କ ସହ ଏପରି ଘଟିଛି । ଇଦ୍‌ରିସ ଫାର୍ମାସିରେ କାମ କରନ୍ତି । ତାଙ୍କର ଜଣେ ସାଙ୍ଗ ୨ ହଜାର ଟଙ୍କା ଉଧାର ମାଗିଥିଲେ । ସେ ସଙ୍ଗେ ସଙ୍ଗେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଜରିଆରେ ନିଜ ସାଙ୍ଗକୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରିଦେଲେ । କିଛି ସମୟ ପରେ ବାଲାନ୍ସ ଚେକ୍ କରିବାରୁ ଆକାଉଣ୍ଟରେ ୭୫୩ କୋଟି ଟଙ୍କା ଦେଖିବାକୁ ପାଇଥିଲେ । ମନରେ ସନ୍ଦେହ ହେବାରୁ ୩/୪ ଥର ନିଜ ଆକାଉଣ୍ଟକୁ ଚେକ୍ କରିଲେ । ଏତେଗୁୂଡ଼େ ଟଙ୍କା କୁୂଆଡ଼ୁ ଆସିବା ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଅସ୍ୱାଭାବିକ ଘଟଣାକୁ ନେଇ ସେ ତାଙ୍କ ବ୍ୟାଙ୍କ ସହିତ ଯୋଗାଯୋଗ କରିଲେ । ପରେ ତାଙ୍କ ଆକାଉଣ୍ଟକୁ ଫ୍ରିଜ କରି ଦିଆଯାଇଥିଲା ।

ତାମିଲନାଡ଼ୁରେ ଏହା ତୃତୀୟ ଘଟଣା

ତାମିଲନାଡୁରେ ଏପରି ଘଟଣା ନୁହେଁ । ଏହା ହେଉଛି ତୃତୀୟ ଘଟଣା । ଏହାପୂର୍ବରୁ ରାଜକୁମାର ନାମକ ଜଣେ କ୍ୟାବ ଡ୍ରାଇଭରଙ୍କ ସହ ସମାନ ଘଟଣା ଘଟିଥିଲା । ଭୁଲରେ ତାଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଏହା ବ୍ୟତୀତ ଥାନଜଭୁରର ଗଣେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ତାଙ୍କ ଆକାଉଣ୍ଟରେ ୭୫୬ କୋଟି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami