ଭୁଲ୍‌କ୍ରମେ ୩ ପଣବନ୍ଦୀଙ୍କୁ ହତ୍ୟା କଲା ଇସ୍ରାଏଲ୍‌

Above Post Content

ଜେରୁଜେଲମ୍‌: ଭୁଲ୍‌କ୍ରମେ ୩ ପଣବନ୍ଦୀଙ୍କୁ ହତ୍ୟା କଲା ଇସ୍ରାଏଲ୍ । ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ଶତ୍ରୁପକ୍ଷ ଲୋକ ମନେକରି ଶନିବାର ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଇସ୍ରାଏଲ୍ ଡିଫେନ୍‌ସ୍ ଫୋର୍ସ’ (ଆଇଡିଏଫ୍‌) ଏହି ସୂଚନା ଦେଇଛି । ନିହତ ପଣବନ୍ଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୟୋଟା ହୈମ୍ ଓ ସାମେର ତାଲାଲ୍‌କା । କିନ୍ତୁ, ତୃତୀୟ ବ୍ୟକ୍ତିଙ୍କ ନାମ କହିବା ଲାଗି ତାଙ୍କ ପରିବାର ଲୋକେ ଅନୁରୋଧ କରିଥିବା ‘ଆଇଡିଏଫ୍‌’ କହିଛି ।

Middle post content

ନେତାନ୍ୟାହୁ କହିଲେ ଅସହ୍ୟ ଦୁଃଖ 

After 2nd paragraph post ads

ଆଇଡିଏଫ୍‌’ର ମୁଖପାତ୍ର ଡାନିଏଲ୍ ହେଗାରି କହିଛନ୍ତି ଯେ, ଯାହା ଘଟିଗଲା ସେଥିପାଇଁ ସେନା ସମ୍ପୂର୍ଣ୍ଣ ଦାୟୀ ବୋଲି ସ୍ୱୀକାର କରୁଛି । ଆମର ମନେହୁଏ, ସେ ୩ଜଣ ପଣବନ୍ଦୀ ହୁଏ ତ ଖସି ପଳାଇ ଆସିଥିଲେ ଅଥବା ଅଟକାଇ ରଖିଥିବା ଆତଙ୍କବାଦୀମାନେ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ ।ପଣବନ୍ଦୀ ମୃତ୍ୟୁ ଘଟଣାକୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ‘ଅସହ୍ୟ ଦୁଃଖ’ ବୋଲି କହିଛନ୍ତି । ସେ କହିଛନ୍ତି, ଅପହରଣ କରି ନିଆଯାଇଥିବା ଆମର ୩ଜଣଙ୍କ ମୃତ୍ୟୁ ଯୋଗୁଁ ଇସ୍ରାଏଲ୍‌ବାସୀଙ୍କ ସହିତ ମୁଁ ବହୁତ ଦୁଃଖରେ ଭାଙ୍ଗିପଡ଼ିଛି । ସେମାନଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା । ନିଜ ଜୀବନ ବିନିମୟରେ ପଣବନ୍ଦୀମାନଙ୍କୁ ମୁକୁଳାଇ ଆଣିବାକୁ ଭୟାବହ ଅଭିଯାନରେ ସମ୍ପୃକ୍ତ ଥିବା ସେନାର ସୈନିକମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଶଂସା କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ଆଜିର ଏହି ଭୟାବହ ସନ୍ଧ୍ୟାରେ ଦୁଃଖକଷ୍ଟ ସହ୍ୟ କରି, ସତର୍କତା ଅବଲମ୍ବନ କରି ଅଭିଯାନ ଜାରି ରଖିବା ସହିତ ଅପହୃତ ପଣବନ୍ଦୀଙ୍କୁ ନିରାପଦରେ ସ୍ୱଦେଶ ଫେରାଇଆଣିବୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami