ଯାତ୍ରା କରିବା ବେଳେ ପାଇଲଟ୍ ପୁଅକୁ ଦେଖି ଚକିତ ହେଲେ ମହିଳା

Above Post Content

ନୂଆଦିଲ୍ଳୀ: ମାଆ ଜାଣନ୍ତି ଯେ, ତାଙ୍କ ପୁଅ ଜଣେ ପାଇଲଟ୍ । ଦେଶ ବିଦେଶରେ ବିମାନ ନେଇ ଉଡ଼ିବା ତାଙ୍କ ପୁଅର ନିୟମିତ କାର୍ଯ୍ୟ । କିନ୍ତୁ ନିଜେ ଯାତ୍ରା କରୁଥିବା ବିମାନରେ ତାଙ୍କର ହଠାତ ପୁଅ ସହ ଭେଟ ହୋଇଯିବ ଏକଥା ସେ କେବେ ବି ସ୍ୱପ୍ନରେ ଭାବି ନ ଥିଲେ । ବିମାନ ସିଟ୍‌ରେ ବସିବା ପୂର୍ବରୁ ତାଙ୍କ ପାଇଲଟ ପୁଅ ଯେତେବେଳେ ତାଙ୍କୁ ଖୁସିରେ କୁଣ୍ଡେଇ ଧରିଲେ ସେତେବେଳେ ମାଆ ମନର ଖୁସି ବହୁଗୁଣିତ ହୋଇଯାଇଥିଲା । ବଡ଼ କଥା ହେଲା ତାଙ୍କ ପୁଅ ସେହି ଫ୍ଲାଇଟ୍‌ରେ ପାଇଲଟ ବୋଲି ଜାଣିବା ପରେ ତାଙ୍କ ଖୁସିର ସୀମା ରହିଲା ନାହିଁ । ନିକଟରେ ଇଣ୍ଡିଗୋର ଏକ ଫ୍ଲାଇଟ୍‌ରେ ଏଭଳି ମାଆ ପୁଅଙ୍କ ଭେଟ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ମାଆ-ପୁଅଙ୍କ ମିଳନ ସମସ୍ତଙ୍କ ହୃଦୟକୁ ଛୁଇଁଛି

After 2nd paragraph post ads

ସୋସିଆଲ ମିଡ଼ିଆରେ ଆମକୁ ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ । ନିକଟରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଜଣେ ପୁଅ ନିଜ ମାଆଙ୍କୁ କିଭଳି ସରପ୍ରାଇଜ୍ ଦେଉଛନ୍ତି ତାହା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଇଣ୍ଡିଗୋ ବିମାନରେ ଜଣେ ମହିଳା ପ୍ରବେଶ କରୁଛନ୍ତି । ଏହି ସମୟରେ ବିମାନ କର୍ମଚାରୀମାନେ ତାଙ୍କୁ ଖୁସିରେ ଅଭିବାଦନ ଜଣାଉଛନ୍ତି । ପରେ ଅଚାନକ ବିମାନ ଭିତରେ ପୁଅ ଉପରେ ନଜର ପଡ଼ିଗଲା ମହିଳାଙ୍କର । ପୁଅକୁ ପାଇଲଟ୍ ପୋଷାକରେ ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତାଙ୍କ ପୁଅ ଆଡ଼କୁ ଦୌଡ଼ିଯାଇ ତାଙ୍କୁ ଜୋରରେ ଆଲିଙ୍ଗନ କରିଥିଲେ । ସେମାନଙ୍କର ହସରେ କ୍ୟାବିନ ଭରିଗଲା । ଏହି ଭିଡିଓଟି ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି ।
ଏହି ବିମାନରେ ପାଇଲଟ୍ ଥିଲେ ବିମଲ ଶଶୀଧରନ । ସେ ତାଙ୍କ ମା’ଙ୍କୁ ଏହି ସରପ୍ରାଇଜ୍ ଦେଇଛନ୍ତି । ମାଆ ପୁଅଙ୍କ ଭେଟ ହେବାର ଭାବପ୍ରବଣ କ୍ଲିପଟିକୁ ପାଇଲଟ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳିିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami