ଉତ୍‌ରନ୍ ଦେଇଥିଲା କ୍ୟାରିୟରରେ ନୂଆ ଦିଶା

Above Post Content

ମୁମ୍ବାଇ : ଫିଲ୍ମ ବା ଧାରାବାହିକରେ ପ୍ରେମିକା ବା ପ୍ରେମିକ ଚରିତ୍ରରେ ସଫଳ ଅଭିନୟ କରୁଥିବା ଓ ଦର୍ଶକଙ୍କୁ ବାନ୍ଧି ପାରୁଥିବା ଅଭିନେତା ବା ଅଭିନେତ୍ରୀମାନେ ବାସ୍ତବ ଜୀବନରେ କିନ୍ତୁ ପ୍ରେମରେ ବିଫଳ ହୋଇଥିବା ଅନେକ ନଜିର ଅଛି । ସେମାନଙ୍କ ଭିତରୁ ଅଭିନେତ୍ରୀ ରଶ୍ମୀ ଦେଶାଇ ଅନ୍ୟତମ । ରଶ୍ମୀଙ୍କ ଏହି ପ୍ରେମରେ ବିଫଳତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ଚିତାକର୍ଷକ ଅଭିନୟ ପାଇଁ ଘରେ ଘରେ ପରିଚିତ ରଶ୍ମି

After 2nd paragraph post ads

ରଶ୍ମୀ ଦେଶାଇଙ୍କ ଘର ଆସାମରେ । ପ୍ରକୃତ ନାମ ଶିବାନୀ ଦେଶାଇ । କିନ୍ତୁ ମନୋରଞ୍ଜନ ଦୁନିଆରେ ରଶ୍ମି ନାମରେ ବେଶ୍ ପରିଚିତ ସେ । ରଶ୍ମିଙ୍କ ଜନ୍ମ ୧୯୮୬ ମସିହା ଫେବୃଆରୀ ରେ ୧୩ରେ । ସେ ମୁମ୍ବାଇରେ ରହି ପାଠ ପଢୁଥିଲେ । ଟୁର୍ ଏବଂ ଟ୍ରାଭେଲ୍ସରେ ଡିପ୍ଲୋମା କରିଥିବା ରଶ୍ମୀ ଆଞ୍ଚଳିକ ଫିଲ୍ମରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ସେତେବେଳେ ୨୦୦୨ ମସିହାରେ ଆସାମୀୟ ଚଳଚ୍ଚିତ୍ର ‘କନିଆଦାନଦ’ରେ ଡ଼େବ୍ୟୁ କରିଥିଲେ । ୨୦୦୪ ମସିହାରେ ବଲିଉଡ ଫିଲ୍ମ ‘ୟେ ଲମହୈ ଯୁଦାଦ’ରେ ଅଭିନୟ କରିବାର ସୁଯୋଗ ପାଇଲେ । ଏଥିରେ ମୁଖ୍ୟ ଭୂମିକାରେ ଶାହରୁଖ ଖାନ ଏବଂ ରବିନା ଟଣ୍ଡନ ଥିଲେ । ୨୦୦୬ରେ ଏକ ଟିଭି ଶୋ ‘ରାୱାନ୍‌’ରେ ପ୍ରଥମ ଥର ଦେଖିବାକୁ ମିଳିଲା ରଶ୍ମିଙ୍କୁ । ପରେ ୨୦୦୮ରେ ‘ପ୍ୟାରୀ ହୁଁ ମୈ’ରେ ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲେ ରଶ୍ମୀ । କିନ୍ତୁ ୨୦୦୯ରେ କଲର୍ସ ଚ୍ୟାନେଲରେ ପ୍ରସାରିତ ‘ଉତ୍‌ରନ’ରେ ମୁଖ୍ୟ ଭୂମିକାରେ ଅଭିନୟ କଲେ ରଶ୍ମୀ , ଯାହା ତାଙ୍କ କ୍ୟାରିୟରକୁ ନୂଆ ଦିଶା ଦେଇଥିଲା । ଛୋଟ ପରଦାରେ ତାଙ୍କର ଚିତାକର୍ଷକ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ସେଥିଲାଗି ସେ ଘରେ ଘରେ ବେଶ୍ ପରିଚିତ ।

Middle post content

ବେଶୀ ଦିନ ତିଷ୍ଠି ପାରି ନ ଥିଲା ପ୍ରଥମ ବିବାହ

ଧାରାବାହିକ ଉତରନ୍‌ରେ ରଶ୍ମୀଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନନ୍ଦୀଶ । ଏଥିରେ ଅଭିନୟ କରିବା ସମୟରେ ନନ୍ଦୀଶଙ୍କ ପ୍ରେମରେ ପଡ଼ିଲେ ରଶ୍ମୀ । ଉଭୟ କିଛି ସମୟ ପାଇଁ ଡେଟ କରିବା ଆରମ୍ଭ କରିଥିଲେ । ୨୦୧୨ ମସିହାରେ ଦୁହେଁ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଗଲେ । ହେଲେ ସେମାନଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରିଲା ନାହିଁ । ମାତ୍ର ୪ ବର୍ଷରେ ଉଭୟ ଛାଡ଼ପତ୍ର ନେଇଥିଲେ । ଏନେଇ ରଶ୍ମୀ କୁହନ୍ତି, ମୁଁ ମୋ ବୈବାହିକ ଜୀବନ ଦାୟିତ୍ୱ ଠିକ୍ ଭାବେ ତୁଲାଇଥିଲି । ହେଲେ ନନ୍ଦୀଶ ତାହା କରିପାରିଲେ ନାହିଁ । ତେଣୁ ବହୁତ ଶୀଘ୍ର ଆମ ସମ୍ପର୍କ ଭାଙ୍ଗିଗଲା ।

ଅନେକ ଆସିଲେ,ଗଲେ

ପରେ ତାଙ୍କଠାରୁ ୧୦ ବର୍ଷ ସାନ ଲକ୍ଷ୍ମୀ ଲାଲୱାନୀ ରଶ୍ମୀଙ୍କ ଜୀବନରେ ଆସିଲେ । କିନ୍ତୁ ଏ ସମ୍ପର୍କ ବି ଅଧିକ ସମୟ ତିଷ୍ଠି ପାରିଲା ନାହିଁ । ଏହା ପରେ ରଶ୍ମୀ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରେମରେ ପଡ଼ିଲେ ସତ, ହେଲେ ଏହା ବି ଆଗକୁ ବଢିଲା ନାହିଁ । ବିଗ୍ ବସ୍ ସିଜିନ୍ ୧୩ ସମୟରେ ରଶ୍ମୀ ଅରହାନ ଖାନଙ୍କୁ ଭଲ ପାଇବସିଲେ । ଦୁହେଁ ପରସ୍ପରର ନିକଟତର ହୋଇଥିଲେ । ଯେତେବେଳେ ରଶ୍ମୀ ଜାଣିଲେ ଯେ, ଅରହାନ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି ଉଭୟ ଅଲଗା ହୋଇଗଲେ । ଏବେ ରଶ୍ମୀ ଅଭିନୟରୁ ଦୂରେଇ ମଡ଼େଲିଂକୁ ବେଶୀ ଗୁରୁତ୍ୱ ଦେଉଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami