ସମୁଦ୍ରରେ ଗାଧୋଇବା ପଡ଼ିଲା ମହଙ୍ଗା, ମୁଣ୍ଡକୁ ଜାବୁଡ଼ି ଧରିଲା ଅକ୍ଟୋପସ

Above Post Content

ନୂଆଦିଲ୍ଲୀ: ସମୁଦ୍ରରେ ଗାଧୋଇବା ମଜା ଅନେକଙ୍କ ପାଇଁ ଖୁବ୍ ମଜାଦାର । ସେଥିପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସମୁଦ୍ର ବେଳାଭୂମିରେ ଗାଧୋଇବାର ମଜା ନେବାକୁ ଅଧିକାଂଶ ପସନ୍ଦ କରିଥାନ୍ତି । କିନ୍ତୁ ଥରେ ଭାବନ୍ତୁ ତ ସମୁଦ୍ରରେ ଗାଧୋଇବା ସମୟରେ ଆପଣ ଯଦି କିଛି ଭୟାନକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହାହେଲେ କେମିତି ଅନୁଭବ ରହିବ ? ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଅଘଟଣ ଘଟିଛି । ଗାଧୋଇବା ସମୟରେ ସମୁଦ୍ର ଢେଉ ଭିତରେ ଯାହା ପରିସ୍ଥିତି ଉପୁଜିଲା ତାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ନିଶ୍ୱାସ ନେଇପାରିଲେନି, ହୋଇଗଲେ ଗୁରୁତର

After 2nd paragraph post ads
Middle post content

ସମୁଦ୍ରରେ ଗାଧୋଇବାକୁ କିଏ ବା ଭଲ ନ ପାଏ । ତେଣୁ ଛୁଟି କାଟିବା ପାଇଁ ପ୍ରାୟତଃ ଲୋକେ ସମୁଦ୍ରକୁ ଯାଇ ମଜା କରିଥାଆନ୍ତି । ଏବେ ଜଣେ ବ୍ୟକ୍ତିଙ୍କୁ ସମୁଦ୍ରରେ ସ୍ନାନ କରିବା ତାଙ୍କୁ ମହଙ୍ଗା ପଡ଼ିଛି । ସେ ସମୁଦ୍ରରେ ଗାଧୋଇବା ସମୟରେ ଏକ ଅକ୍ଟୋପସ ତାଙ୍କ ମୁଣ୍ଡରେ ଲାଗିଯାଇଛି । ଶେଷରେ ତାଙ୍କୁ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ସମୁଦ୍ରରେ ସ୍ନାନ କରିବା ସମୟରେ ତାଙ୍କ ମୁଣ୍ଡ ଓ ମୁହଁରେ ଏକ ଅକ୍ଟୋପସ ଲାଗିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ବ୍ୟକ୍ତିଙ୍କ ମୁଣ୍ଡରୁ ଅକ୍ଟୋପସକୁ ଛଡ଼ାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଗୁରୁତର ହୋଇପଡ଼ିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ଡାକ୍ତର ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇଯାଇଥିଲେ । ଡାକ୍ତର ତୁରନ୍ତ ବ୍ୟକ୍ତିଙ୍କ ଚିକିତ୍ସା ଆରମ୍ଭ କରି ଅକ୍ଟୋପସକୁ ବ୍ୟକ୍ତିଙ୍କ ଚେହେରାରୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଅନେକ ଚେଷ୍ଟାପରେ ଡାକ୍ତର ବ୍ୟକ୍ତିଙ୍କ ଚେହେରା ଓ ଛାତିକୁ ଜାବୁଡ଼ି ଧରିଥିବା ଅକ୍ଟୋପସକୁ ସୁରକ୍ଷିତ ଭାବେ ବାହାର କରିବାରେ ସକ୍ଷମ ହୋଇଥିଲେ । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭୟଭୀତ ହେବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami